Advertisment

କିମ୍ବଦନ୍ତୀ କ୍ରିକେଟର ମାଇକେଲ କ୍ଲାର୍କଙ୍କୁ କ୍ୟାନସର, ଦେଲେ ସାଂଘାତିକ ତଥ୍ୟ

ସେ ଚର୍ମ କର୍କଟର ଶିକାର ହୋଇଥିବା ଆଜି ପୂରା ବିଶ୍ୱକୁ ସୋଶାଲ ମିଡିଆ ଜରିଆରେ ଅବଗତ କରାଇଛନ୍ତି।

author-image
Hemant Lenka
Michael Clark

Michael Clark

ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର ମାଇକେଲ କ୍ଲାର୍କ କ୍ୟାନସର ଭଳି ମାରାତ୍ମକ ରୋଗରେ ପୀଡ଼ିତ। ସେ ଚର୍ମ କର୍କଟର ଶିକାର ହୋଇଥିବା ଆଜି ପୂରା ବିଶ୍ୱକୁ ସୋଶାଲ ମିଡିଆ ଜରିଆରେ ଅବଗତ କରାଇଛନ୍ତି। ନିଜର ସ୍ୱାସ୍ଥ୍ୟ ସମ୍ପର୍କରେ କ୍ଲାର୍କ ଅପଡେଟ ଦେବା ସହ ସମସ୍ତଙ୍କୁ ନିୟମିତ ବ୍ୟବଧାନରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି।

Advertisment

ଇନଷ୍ଟାଗ୍ରାମରେ କ୍ଲାର୍କ କହିଛନ୍ତି, “ଚର୍ମ କର୍କଟ ବାସ୍ତବ! ବିଶେଷ କରି ଅଷ୍ଟ୍ରେଲିଆରେ। ଆଜି ଆଉ ଗୋଟିଏ ଅଂଶ ମୋ ନାକରୁ ବାହାରିଲା। ଗୋଟିଏ ବନ୍ଧୁତ୍ୱପୂର୍ଣ୍ଣ ପରାମର୍ଶ-ନିଜର ଚର୍ମର ପରୀକ୍ଷା କରି ନିଅନ୍ତୁ। ନିବାରଣ ଚିକିତ୍ସା ଠାରୁ ଯଥେଷ୍ଟ ଭଲ। କିନ୍ତୁ ମୋ ମାମଲାରେ ନିୟମିତ ଯାଞ୍ଚ ଓ ଶୀଘ୍ର ଚିହ୍ନଟ ଜରୁରୀ। ଶୀଘ୍ର ଜଣାପଡ଼ିଥିବାରୁ ଡାକ୍ତରଙ୍କୁ ଧନ୍ୟବାଦ।”

ନିଜର ବ୍ୟାଟିଂ ଓ କ୍ୟାପ୍ଟେନ୍ସି ପାଇଁ ଜଣାଶୁଣା କ୍ଲାର୍କ ଅଷ୍ଟ୍ରେଲିଆ ପାଇଁ ୧୧୫ ଟେଷ୍ଟ, ୨୪୫ ଦିନିକିଆ ଓ ୩୪ଟି ଟି-୨୦ ଖେଳିଛନ୍ତି। ୨୦୦୪ରୁ ୨୦୧୫ ଯାଏ ସେ ଅଷ୍ଟ୍ରେଲିଆ କ୍ରିକେଟରେ ସକ୍ରିୟ ରହିଥିଲେ। ସେ ଦିନିକିଆ ଓ ଟେଷ୍ଟରେ ଦେଶର ନେତୃତ୍ୱ ନେଇଥିଲେ।

Advertisment

ସେ ୭୪ଟି ଟେଷ୍ଟ ଓ ୧୩୯ଟି ଦିନିକିଆରେ ଅଷ୍ଟ୍ରେଲିଆର ନେତୃତ୍ୱ ନେଇଥିଲେ। ତାଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ୨୦୧୫ ଦିନିକିଆ ବିଶ୍ୱକପ ମଧ୍ୟ ଜିତିଥିଲା। ଏହାବାଦ ୨୦୧୩-୧୪ ଆଶେସକୁ ମଧ୍ୟ ସେ ୫-୦ରେ ଦଖଲ କରିବାର ସଫଳତା ହାସଲ କରିଥିଲେ।

Cricket Cancer michael-clark