ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ବାଂଲାଦେଶକୁ ୩ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ

ବେଙ୍ଗାଲୁରୁ: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୋମବାର ବାଂଲାଦେଶକୁ ୩ ୱିକେଟରେ ହରାଇଛି ଅଷ୍ଟ୍ରେଲିଆ। ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୧୫୬ ରନ୍‌ କରିଥିଲା । ଏହାକୁ ପିଛା କରି ଅଷ୍ଟ୍ରେଲିଆ ୧୮.୩ ଓଭରରେ ୭ ୱିକେଟ ହରାଇ ୧୫୭ ସଂଗ୍ରହ କରି ନେଇଥିଲା। ବାଂଲାଦେଶ ପକ୍ଷରୁ ସକିବ୍‌ ୨୫ ବଲରୁ ୩୩ ରନ୍‌, ଏମ୍‌.ମିଥୁନ୍‌ ୨୨ବଲରୁ ୨୩  ଓ ମେହମୁଦଉଲ୍ଲା ୨୯ ବଲରୁ ଅପରାଜିତ ୪୯ ରନ୍‌ କରିଥିଲେ। ଅଷ୍ଟ୍ରେଲିଆ […]

Australia won by 3 wickets

Australia won by 3 wickets

Rakesh Mallick
  • Published: Monday, 21 March 2016
  • Updated: 21 March 2016, 06:14 PM IST

Sports

Latest News

ବେଙ୍ଗାଲୁରୁ: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୋମବାର ବାଂଲାଦେଶକୁ ୩ ୱିକେଟରେ ହରାଇଛି ଅଷ୍ଟ୍ରେଲିଆ। ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୧୫୬ ରନ୍‌ କରିଥିଲା । ଏହାକୁ ପିଛା କରି ଅଷ୍ଟ୍ରେଲିଆ ୧୮.୩ ଓଭରରେ ୭ ୱିକେଟ ହରାଇ ୧୫୭ ସଂଗ୍ରହ କରି ନେଇଥିଲା।

ବାଂଲାଦେଶ ପକ୍ଷରୁ ସକିବ୍‌ ୨୫ ବଲରୁ ୩୩ ରନ୍‌, ଏମ୍‌.ମିଥୁନ୍‌ ୨୨ବଲରୁ ୨୩  ଓ ମେହମୁଦଉଲ୍ଲା ୨୯ ବଲରୁ ଅପରାଜିତ ୪୯ ରନ୍‌ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଅଦାମ୍‌ ଜମ୍ପା ୩ଟି ଓ ସେନ୍‌ ୱାଟସନ୍‌ ୨ଟି ୱିକେଟ ନେଇଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ଉସମାନ୍‌ ଖାୱାଜା ୪୫ ବଲରୁ ୫୮ ରନ୍‌, ୱାଟସନ୍‌ ୧୫ ବଲରୁ ୨୧, ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ୧୫ ବଲରୁ ୨୬ ରନ୍‌ କରିଥିଲେ। ବାଂଲାଦେଶ ପକ୍ଷରୁ ସକିବ୍‌ ୩ଟି, ରେହମାନ୍‌ ୨ଟି ଓ ହୋସେନ୍‌ ଗୋଟିଏ ୱିକେଟ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos