ତୃତୀୟ ଟି-ଟ୍ୱେଣ୍ଟି: ଟସ୍‌ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ

ସିଡ୍‌ନୀ: ସିଡ୍‌ନୀ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଭ୍ରମଣକାରୀ ଟିମ୍‌ ଇଣ୍ଡିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍‌ର ଅନ୍ତିମ ତଥା ତୃତୀୟ ମ୍ୟାଚ୍‌ରେ ଘରୋଇ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଆରୋନ୍‌ ଫିଞ୍ଚ୍‌ଙ୍କ ନେତୃତ୍ୱାଧୀନ ଘରୋଇ ଦଳରେ ସିରିଜ୍‌ର ଏହି ନିର୍ଣ୍ଣାୟକ ଟି-ଟ୍ୱେଣ୍ଟି ମ୍ୟାଚ୍‌ ପାଇଁ ଗୋଟିଏ ପରିବର୍ତ୍ତନ କରାଯାଇଛି। ବେହରନ୍‌ଡର୍ଫ୍‌ଙ୍କ ବଦଳରେ ବାମହାତୀ ଫାଷ୍ଟ ବୋଲର୍‌ ମିଚେଲ୍ ଷ୍ଟାର୍କ ଚୂଡ଼ାନ୍ତ ଏକାଦଶରେ ସାମିଲ୍‌ ହୋଇଛନ୍ତି। ତେବେ ବିରାଟ୍‌ କୋହଲିଙ୍କ ନେତୃତ୍ୱାଧୀନ ଭ୍ରମଣକାରୀ ଦଳ ଦ୍ୱିତୀୟ ଟି-ଟ୍ୱେଣ୍ଟି […]

sidney_2

Premananda Dash
  • Published: Sunday, 25 November 2018
  • , Updated: 25 November 2018, 01:23 PM IST

ସିଡ୍‌ନୀ: ସିଡ୍‌ନୀ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଭ୍ରମଣକାରୀ ଟିମ୍‌ ଇଣ୍ଡିଆ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍‌ର ଅନ୍ତିମ ତଥା ତୃତୀୟ ମ୍ୟାଚ୍‌ରେ ଘରୋଇ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି।

ଆରୋନ୍‌ ଫିଞ୍ଚ୍‌ଙ୍କ ନେତୃତ୍ୱାଧୀନ ଘରୋଇ ଦଳରେ ସିରିଜ୍‌ର ଏହି ନିର୍ଣ୍ଣାୟକ ଟି-ଟ୍ୱେଣ୍ଟି ମ୍ୟାଚ୍‌ ପାଇଁ ଗୋଟିଏ ପରିବର୍ତ୍ତନ କରାଯାଇଛି। ବେହରନ୍‌ଡର୍ଫ୍‌ଙ୍କ ବଦଳରେ ବାମହାତୀ ଫାଷ୍ଟ ବୋଲର୍‌ ମିଚେଲ୍ ଷ୍ଟାର୍କ ଚୂଡ଼ାନ୍ତ ଏକାଦଶରେ ସାମିଲ୍‌ ହୋଇଛନ୍ତି।

ତେବେ ବିରାଟ୍‌ କୋହଲିଙ୍କ ନେତୃତ୍ୱାଧୀନ ଭ୍ରମଣକାରୀ ଦଳ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଘୋଷିତ ଦଳକୁ ଅପରିବର୍ତ୍ତିତ ରଖିଛି।

ବ୍ରିସ୍‌ବେନ୍‌ର ଗାବାରେ ଆୟୋଜିତ ଟି-ଟ୍ୱେଣ୍ଟି ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ କଙ୍ଗାରୁ ଦଳ ବିଜୟୀ ହୋଇଥିବାବେଳେ ମେଲବର୍ଣ୍ଣର ଦ୍ୱିତୀୟ ମ୍ୟାଚ୍ ବର୍ଷା ଯୋଗୁ ବାତିଲ୍‌ ହୋଇଯାଇଥିଲା। ଏବେ ୦-୧ରେ ପଛୁଆ ଥିବା ବିରାଟ୍‌ ବାହିନୀ ସିଡ୍‌ନୀରେ ଅନ୍ତିମ ମ୍ୟାଚ୍‌ ଜିତି ସିରିଜ୍‌କୁ ଡ୍ର' ରଖିବାକୁ ଉଦ୍ୟମ କରିବ।

ଅଷ୍ଟ୍ରେଲିଆ: ଆରୋନ୍ ଫିଞ୍ଚ୍‌(ଅ), ଡି'ଅର୍ସି ସଟ୍‌, କ୍ରିସ୍‌ ଲିନ୍‌, ଗ୍ଲେନ୍‌ ମ୍ୟାକ୍ସୱେଲ୍‌, ମାର୍କସ୍‌ ଷ୍ଟଇନିସ୍‌, ବେନ୍‌ ମ୍ୟାକଡର୍‌ମଟ୍ଟ, ଆଲେକ୍ସ କ୍ୟାରୀ(ୱି), ନାଥନ୍‌ କୁଲ୍‌ଟର-ନାଇଲ୍‌, ମିଚେଲ୍‌ ଷ୍ଟାର୍କ, ଆଣ୍ଟ୍ର୍ୟୁ ଟାଇ, ଆଡାମ୍ ଜାମ୍ପା

ଭାରତ: ରୋହିତ୍‌ ଶର୍ମା, ଶିଖର୍‌ ଧୱନ୍‌, ଲୋକେଶ୍ ରାହୁଲ୍‌, ବିରାଟ୍‌ କୋହଲି, ରିଷଭ୍ ପନ୍ତ(ୱି), ଦିନେଶ୍‌ କାର୍ତ୍ତିକ୍‌, କୃନାଲ୍‌ ପାଣ୍ଡ୍ୟା, କୁଲ୍‌ଦୀପ୍‌ ଯାଦବ୍, ଭୁବନେଶ୍ୱର କୁମାର୍‌, ଯଶପ୍ରୀତ୍‌ ବୁମ୍ରା, ଖଲିଲ୍‌ ଅହମ୍ମଦ

Related story