/odisha-reporter/media/post_attachments/uploads/2020/11/warner.jpg)
warner
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣରଙ୍କର ଭାରତୀୟ ଫିଲ୍ମ ପ୍ରତି ଖୁବ୍ ରୁଚି ରହିଛି। ଭାରତୀୟ ସିନେମାକୁ ନେଇ ସେ ନିଜର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ନା କିଛି କରି ଚର୍ଚ୍ଚାକୁ ଆସନ୍ତି। କରୋନା ଭାଇରସ୍ ମହାମାରୀରେ ଲକଡାଉନ୍ ବେଳେ ସେ ବଲିଉଡ୍ ଓ ଟଲିଉଡର ଗୀତ ଓ ଡାଏଲଗରେ ଖୁବ୍ ଟିକଟିକ୍ ଭିଡିଓ କରିଥିଲେ।
ଏହା ପରେ ସେ ବ୍ୟସ୍ତବହୁଳ କ୍ରିକେଟ୍ କାରଣରୁ ସୋଶାଲ୍ ମିଡିଆର ଦୂରେଇ ଯାଇଥିଲେ। କିନ୍ତୁ ଏବେ ପୁଣିଥରେ ସୋଶାଲ୍ ମିଡିଆକୁ ଏଣ୍ଟ୍ରୀ କରିଛନ୍ତି। ଏଥର ସେ ବଲିଉଡ୍ ସୁପରଷ୍ଟାର୍ ଅମିତାଭ ବଚ୍ଚନଙ୍କ ରୂପରେ ନଜର ଆସିଛନ୍ତି। ୱାର୍ଣ୍ଣର ଅମିତାଭ ବଚ୍ଚନଙ୍କ ଅଭିନୀତ ବଲିଉଡ୍ ଫିଲ୍ମ 'ବଦଲା'ର ଏକ ସିନ୍ ନେଇଛନ୍ତି। ଅମିତାଭ ବଚ୍ଚନଙ୍କ ମୁହଁରେ ନିଜ ମୁହଁ ଲଗାଇ ୱାର୍ଣ୍ଣର୍ ଏକ ମଜାକିଆ ଭିଡିଓ କରିଛନ୍ତି। ଏହି ଭିଡିଓ କରିବା ସହ ସେ କ୍ୟାପସନରେ ଲେଖିଛନ୍ତି, ଅଭିନେତା ଓ ଫିଲ୍ମର ନାମ କ'ଣ?
ସୂଚନାଯୋଗ୍ୟ, ଆଇପିଏଲରେ ୱାର୍ଣ୍ଣରଙ୍କ ସନରାଇଜର୍ସ ହାଇଦ୍ରାବାଦର ଅଭିଯାନ ଦ୍ୱିତୀୟ କ୍ୱାଲିଫାୟରେ ଶେଷ ହୋଇଥିଲା। ଆଇପିଏଲର ୧୩ଶ ସଂସ୍କରଣରେ ୱାର୍ଣ୍ଣର୍ ୧୬ ମ୍ୟାଚରେ ୩୯.୧୪ ହାରରେ ୫୪୮ ରନ୍ କରିଛନ୍ତି, ଯେଉଁଥିରେ ୪ଟି ଅର୍ଦ୍ଧଶତକ ସାମିଲ୍ ଅଛି। ୱାର୍ଣ୍ଣର ଏବେ ନଭେମ୍ବର ୨୭ ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରୋ ହେବାକୁଥିବା ଦିନିକିଆ ସିରିଜ୍ ପାଇଁ ପ୍ରସ୍ତୁତି କରୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
