Advertisment

ଇତିହାସ ରଚିଲେ ଟେନିସ୍ ତାରକା ରୋହନ ବୋପନ୍ନା, ୪୩ ବର୍ଷରେ ଜିତିଲେ ଅଷ୍ଟ୍ରେଲିଆନ ଓପନ୍

୪୩ ବର୍ଷ ବୟସରେ ଅଷ୍ଟ୍ରେଲିଆନ ଓପନ ଜିତି ରେକର୍ଡ ରଚିଛନ୍ତି ବୋପନ୍ନା।

author-image
Debibandita Barick
ଅଦ୍ୟତନ ହୋଇଛି
Rohan Bopanna and Matthew Ebden

Rohan Bopanna and Matthew Ebden

ଅଷ୍ଟ୍ରେଲିଆନ୍ ଓପନ୍ ଜିତି ଇତିହାସ ସୃଷ୍ଟି କରିଛନ୍ତି ଭାରତର ଟେନିସ ତାରକା ରୋହନ ବୋପନ୍ନା। ସବୁଠାରୁ ବୟସ୍କ ଖେଳାଳି ଭାବେ ଗ୍ରାଣ୍ଡସ୍ଲାମ ଚାମ୍ପିୟନ୍ ହୋଇଛନ୍ତି ଏହି ଟେନିସ୍ ଷ୍ଟାର। ଅଷ୍ଟ୍ରେଲିଆର ମାଥ୍ୟୁ ଏବଡେନ୍‌ଙ୍କୁ ସାଥୀ କରି ବୋପନ୍ନା ଅଷ୍ଟ୍ରେଲିଆନ୍ ଓପନ୍‌ର ପୁରୁଷ ଡବଲ୍ସ ଟାଇଟଲ ଜିତିଛନ୍ତି। ବୋପନ୍ନାଙ୍କୁ ଏବେ ୪୩ ବର୍ଷ ୩୨୯ ଦିନ ହୋଇଛି। ଆଉ ଏହି ବୟସରେ ଅଷ୍ଟ୍ରେଲିଆନ୍ ଓପନ ଜିତି ନୂଆ ରେକର୍ଡ ରଚିଛନ୍ତି ବୋପନ୍ନା।

Advertisment

ଫାଇନାଲରେ ଇଟାଲୀ ପ୍ରତିଦ୍ୱନ୍ଦ୍ୱୀ ସିମୋନି ବୋଲେଲି ଓ ଆନ୍ଦ୍ରିଆ ଭାଭାସୋରୀଙ୍କୁ ମାତ୍ ଦେଇଛନ୍ତି ରୋହନ ବୋପନ୍ନା ଓ ମାଥ୍ୟୁ ଏବଡେନ୍‌ ଯୋଡ଼ି।ସିଧାସଳଖ ୭-୬, ୭-୫ ସେଟରେ ସେମାନେ ପ୍ରତିପକ୍ଷକୁ ଦେଇଛନ୍ତି ମାତ୍।

ଫାଇନାଲରେ କଡ଼ା ମୁକାବିଲା ହୋଇଥିଲା। ପ୍ରଥମ ସେଟ୍ ଟାଇ ବ୍ରେକର ଯାଏଁ ଯାଇଥିଲା। ଗୋଟିଏ ବି ବଲ୍ ମିସ୍ ନକରି ଏହି ଯୋଡ଼ି ଜିତି ନେଇଥିଲେ ପ୍ରଥମ ସେଟ୍। ଦ୍ୱିତୀୟ ସେଟ୍ ବି ରୋମାଞ୍ଚକର ଥିଲା। ୧ ଘଣ୍ଟା ୩୯ ମିନିଟ୍ ଯାଏଁ ଚାଲିଥିଲା ଗେମ୍। ଶେଷରେ ଅଷ୍ଟ୍ରେଲିଆନ ଓପନ୍ ପୁରୁଷ ଡବଲ୍ସ ଚାମ୍ପିୟନ୍‌ ହୋଇଥିଲେ ବୋପନ୍ନା-ଏବଡେନ୍ ଯୋଡି।

Advertisment

୪୩ ବର୍ଷ ବୟସରେ ଅଷ୍ଟ୍ରେଲିଆନ ଓପନ ଜିତି ରେକର୍ଡ ରଚିଛନ୍ତି ବୋପନ୍ନା। ପୂର୍ବରୁ ନେଦରଲାଣ୍ଡସର ଜିଁ ଜୁଲିଆନ ରୋଜର ୪୦ ବର୍ଷ ବୟସରେ
ଫ୍ରେଞ୍ଚ ଓପନ ପୁରୁଷ ଡବଲ୍ସ ଟାଇଟଲ ଜିତିଥିଲେ। ୨୦୧୭ରେ ସେ ଫ୍ରେଞ୍ଚ ଓପନର ମିକ୍ସଡ ଡବଲ୍ସ ଟାଇଟଲ ଜିତିଥିଲେ।

ଏହା ପୂର୍ବରୁ ଦୁଇ ଥର ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟର ପୁରୁଷ ଡବଲ୍ସ ଫାଇନାଲରେ ପହଞ୍ଚିଥିଲେ ହେଁ କେବେ ବି ଟାଇଟଲ ଜିତିବାରେ ସକ୍ଷମ ହୋଇ ନ ଥିଲେ ରୋହନ ବୋପନ୍ନା। ତେବେ ତାଙ୍କ ଖାତାରେ ଗୋଟିଏ ମିକ୍ସଡ୍‌ ଡବଲ୍ସ ଗ୍ରାଣ୍ଡସ୍ଲାମ ଟାଇଟଲ ରହିଛି। ୨୦୧୭ରେ ସେ ଫ୍ରେଞ୍ଚ ଓପନର ମିକ୍ସଡ
ଡବଲ୍ସ ଟାଇଟଲ ଜିତିଥିଲେ।

ପୁରୁଷ ଡବଲ୍ସ ଗ୍ରାଣ୍ଡସ୍ଲାମ୍ ଟାଇଟଲ ଜିତିବାରେ ରୋହନ ବୋପନ୍ନା ତୃତୀୟ ଭାରତୀୟ। ଏଥିସହିତ ଗୁରୁବାର ତାଙ୍କୁ କେନ୍ଦ୍ର ସରକାର ପଦ୍ମଶ୍ରୀ ସମ୍ମାନ ଦିଆଯିବ ବୋଲି ଘୋଷଣା କରିଛନ୍ତି।

Rohan Bopanna Australian Open Australian Open Men's Doubles Final