Advertisment

ସେମିରେ ହାରିଗଲେ ମୁଖାର୍ଜୀ ଭଉଣୀ, ଐତିହାସିକ ବ୍ରୋଞ୍ଜରେ ସନ୍ତୁଷ୍ଟ

ଦମଦାର ପ୍ରଦର୍ଶନ ବଳରେ ସେମିକୁ ଯାଇଥିବା ମୁଖାର୍ଜୀ ଭଉଣୀଙ୍କ ଠାରୁ ଭାରତୀୟ କ୍ରୀଡ଼ା ପ୍ରେମୀ ସ୍ୱର୍ଣ୍ଣ ଆଶା ରଖିଥିଲେ।

TT

TT

Advertisment

ଚାଇନାରେ ଚାଲିଥିବା ଏସିଆନ ଗେମ୍ସରେ ମୁଖାର୍ଜୀ ଭଉଣୀଙ୍କ ଅଭିଯାନ ଶେଷ ହୋଇଛି। ଟେବୁଲ ଟେନିସରେ ଭାରତକୁ ବିଶ୍ୱ ଦରବାରରେ ଗର୍ବିତ କରିଥିବା ଆହିକା ଓ ସୁତୀର୍ଥା ମୁଖାର୍ଜୀ ଆଜି ସେମି ଫାଇନାଲରେ ହାରି ଯାଇଛନ୍ତି।

Advertisment

ଦମଦାର ପ୍ରଦର୍ଶନ ବଳରେ ସେମିକୁ ଯାଇଥିବା ମୁଖାର୍ଜୀ ଭଉଣୀଙ୍କ ଠାରୁ ଭାରତୀୟ କ୍ରୀଡ଼ା ପ୍ରେମୀ ସ୍ୱର୍ଣ୍ଣ ଆଶା ରଖିଥିଲେ। କିନ୍ତୁ ସେମି ଫାଇନାଲରେ ଏମାନେ ଉତ୍ତର କୋରିଆ ଠାରୁ ହାରି ଐତିହାସିକ ବ୍ରୋଞ୍ଜରେ ସନ୍ତୁଷ୍ଟ ହୋଇଛନ୍ତି।

ଐତିହାସିକ ବ୍ରୋଞ୍ଜ କହିବାର ଅର୍ଥ ହେଲା ଯେ ଆଜି ଯାଏ ଭାରତ କେବେ ହେଲେ ଏସିଆ ଗେମ୍ସର ମହିଳା ଟେବୁଲ ଟେନିସ ଡବଲ୍ସ ବର୍ଗରେ ପଦକ ଜିତି ନଥିଲା। କିନ୍ତୁ ୧୯ତମ ଏସିଆନ ଗେମ୍ସରେ ଭାରତ ପାଇଁ ଆହିକା ଓ ସୁତୀର୍ଥାଙ୍କ ବ୍ରୋଞ୍ଜ ପଦକ ଜିତିଛନ୍ତି।

Advertisment

କ୍ୱାର୍ଟର ଫାଇନାଲରେ ବିଶ୍ୱର ଏକ ନମ୍ବର ଯୋଡ଼ି ଚାଇନାର ମେଙ୍ଗ ଚେନ ଓ ୟିଦି ୱାଙ୍ଗଙ୍କୁ ହରାଇ ମୁଖାର୍ଜୀ ଉଭଣୀ ରେକର୍ଡ ସୃଷ୍ଟି କରିଥିଲେ। ଭାରତ ପ୍ରଥମଥର ପାଇଁ ଟେବୁଲ ଟେନିସରେ କୌଣସି ଚାଇନିଜ ଯୋଡ଼ିଙ୍କୁ ହରାଇବାକୁ ସକ୍ଷମ ହୋଇଥିଲା। 

ବିଶ୍ୱର ୧ନଂ ଯୋଡ଼ିଙ୍କୁ ହରାଇବା ପରେ ଆଜି ଦୁଇ ଭଉଣୀଙ୍କ ମୁକାବିଲା ଉତ୍ତର କୋରିଆର ସୁୟୋଙ୍ଗ ଚା ଓ ସୁୟୋଙ୍ଗ ପାକଙ୍କ ସହ ହୋଇଥିଲା। ଏହି ଲଢ଼େଇରେ ସୁୟୋଙ୍ଗ ଯୋଡ଼ି ଭାରତୀୟ ଯୋଡ଼ିଙ୍କୁ ୪-୩ରେ ପରାସ୍ତ କରି ଦେଇଛନ୍ତି।

ପ୍ରଥମ ସେଟକୁ ମୁଖାର୍ଜୀ ଉଭଣୀ ୧୧-୭ରେ ଜିତିଥିବା ବେଳେ ଦ୍ୱିତୀୟ ସେଟରେ ଉତ୍ତର କୋରିଆ କମବ୍ୟାକ କରି ୧୧-୮ରେ ବାଜି ମାରିଥିଲା। ତୃତୀୟ ସେଟକୁ ପୁଣି ଭାରତ ଜିତିଥିବା ବେଳେ ୪ର୍ଥ ଓ ୫ମ ସେଟ ଉତ୍ତର କୋରିଆ ଖାତାକୁ ଯାଇଥିଲା।

୬ଷ୍ଠ ସେଟକୁ ମୁଖାର୍ଜୀ ଭଉଣୀ ଏକତରଫା ଭାବେ ୧୧-୫ରେ ଜିତିଥିଲେ। ଫଳରେ ମ୍ୟାଚର ଫଳାଫଳ ନିର୍ଣ୍ଣାୟକ ସେଟକୁ ଯାଇଥିଲା। ଏହି ସେଟରେ ମୁଖାର୍ଜୀ ଉଭଣୀ ଆଦୌ ନିଜର ଜଲୱା ଦେଖାଇ ପାରି ନଥିଲେ। ଚା ଓ ପାକ୍‌ ୭ମ ସେଟକୁ ୧୧-୨ରେ ଜିତି ଫାଇନାଲ ଟିକେଟ ହାତେଇ ଥିଲେ।

୨୦୧୮ ଏସିଆନ ଗେମ୍ସରେ ଭାରତୀୟ ପୁରୁଷ ଟିମ ଓ ମିଶ୍ରିତ ଡବଲ୍ସ ଟିଟିରେ ଭାରତକୁ ବ୍ରୋଞ୍ଜ ପଦକ ମିଳିଥିଲା। ଏଥର ଦଳ ଟିଟିରେ କେବଳ ଗୋଟିଏ ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଛି।

Asian Games Asian Games Update 19th Asian Games Asian Games Event
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe