/odisha-reporter/media/post_attachments/uploadimage/library/16_9/16_9_0/Babar_Azam_1674723342.jpg)
Babar Azam
କ୍ରମାଗତ ଦ୍ୱିତୀୟ ଥର ପାଇଁ ଆଇସିସି ଦିନିକିଆ କ୍ରିକେଟର ଶ୍ରେଷ୍ଠ ଖେଳାଳି ସମ୍ମାନ ଜିତିଛନ୍ତି ପାକିସ୍ତାନ ଅଧିନାୟକ ବାବର ଆଜମ। ସେ ୨୦୨୨ ବର୍ଷରେ ପାକିସ୍ତାନ ପାଇଁ ଏକାଧିକ ମ୍ୟାଚ୍ ୱିନିଂ ଇନିଂସ ଖେଳିଥିଲେ। ସେ ୨୦୨୨ରେ ୩ଟି ଶତକ ସହ ୮୪.୮୭ ହାରରେ ମୋଟ ୬୭୯ ରନ କରିଥିଲେ। ଏଥିପାଇଁ ତାଙ୍କୁ ଆଇସିସି ପକ୍ଷରୁ ଶ୍ରେଷ୍ଠ ଦିନିକିଆ କ୍ରିକେଟର ସମ୍ମାନରେ ସମ୍ମାନୀତ କରାଯାଇଛି।
ବିଦାୟୀ ବର୍ଷ ୨୦୨୨ରେ ବାବର ଦିନିକିଆ କ୍ରିକେଟର ନିଜର ଦବଦବା ଦେଖାଇଛନ୍ତି। ଏଥିପାଇଁ ସେ ଆଇସିସି ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନରେ ମଧ୍ୟ ରହିଛନ୍ତି। ୨୦୨୧ ଜୁଲାଇ ମାସରୁ ହିଁ ସେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ୨୮ ବର୍ଷୀୟ ବାବର ୯ଟି ଦିନିକିଆ ମ୍ୟାଚ ଖେଳିବା ସହ ୩ଟି ଶତକ ଓ ୫ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।
ପୂରା ବର୍ଷରେ ସେ ମାତ୍ର ଗୋଟିଏ ମ୍ୟାଚ୍ରେ ଫେଲ ମାରିଥିଲେ। କେବଳ ବ୍ୟାଟିଂରେ ନୁହେଁ, ନିଜର କ୍ୟାପ୍ଟେନ୍ସି ବଳରେ ମଧ୍ୟ ସେ ପାକିସ୍ତାନକୁ ପୂରା ବର୍ଷରେ କେବଳ ଗୋଟିଏ ସିରିଜ୍କୁ ଛାଡ଼ି ଦେଲେ ଆଉ ସବୁଥିରେ ଜିତାଇଛନ୍ତି।
ପାକିସ୍ତାନ ଲାହୋରରେ ଖେଳିଥିବା ଅଷ୍ଟ୍ରେଲିଆ ବିପକ୍ଷ ଏକମାତ୍ର ଦିନିକିଆ ସିରିଜ ୨୦୨୨ରେ ହାରିଛି। ବାକି ସବୁ ସିରିଜରେ ପାକିସ୍ତାନ ଜିତିଥିଲା। ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ହାରିଥିଲେ ମଧ୍ୟ ବାବର ଦମଦାର ବ୍ୟାଟିଂ କରିଥିଲେ।
Domination 👊
For the second year in a row, the Pakistan star has taken home the ICC Men's ODI Cricketer of the Year Award 👏#ICCAwards
— ICC (@ICC) January 26, 2023
ଏହାପୂର୍ବରୁ ଆଇସିସି ୨୦୨୨ରେ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ଶ୍ରେଷ୍ଠ ଦିନିକିଆ ଟିମ ଗଠନ କରିଥିଲା। ଏହାର ଅଧିନାୟକ ଭାବେ ବାବର ଆଜାମଙ୍କୁ ଚୟନ କରାଯାଇଥିଲା। ଏହି ଟିମରେ ଭାରତର ଶ୍ରେୟସ ଆୟର ଓ ମହମ୍ମଦ ସିରାଜ ରହିଥିଲେ। ଏମାନଙ୍କ ବ୍ୟତୀତ ଟ୍ରାଭିସ ହେଡ୍, ଶାଇ ହୋପ୍, ଟମ ଲାଥମ, ଶିକନ୍ଦର ରାଜା, ମେହଦି ହାସନ ମିର୍ଜା, ଅଲଜାରି ଯୋଶେଫ, ଟ୍ରେଣ୍ଟ ବୋଲ୍ଟ ଓ ଆଡାମ ଜାମ୍ପା ରହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
