Advertisment

ସାକ୍ଷୀ ମଲିକଙ୍କ ଚାଞ୍ଚଲ୍ୟକର ବୟାନ- ବବିତା ଫୋଗାଟଙ୍କ ଇସାରାରେ ହୋଇଥିଲା ଆନ୍ଦୋଳନ

ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ରେସଲର ସାକ୍ଷୀ ମଲିକ।

author-image
Debibandita Barick
ଅଦ୍ୟତନ ହୋଇଛି
Babita Phogat And Sakshi Malik (White Shirt)

Babita Phogat And Sakshi Malik (White Shirt)

କୁସ୍ତିଯୋଦ୍ଧା ଏବଂ ବିଜେପି ପୂର୍ବତନ ସାଂସଦ ତଥା କୁସ୍ତି ମହାସଂଘ (WFI)ର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ମଧ୍ୟରେ ଚାଲି ଆସିଥିବା ବିବାଦ ନୂଆ ମୋଡ଼ ନେଇଛି। ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ରେସଲର ସାକ୍ଷୀ ମଲିକ।

Advertisment

ବିଜେପି ନେତା ବବିତା ଫୋଗାଟ କୁସ୍ତିଯୋଦ୍ଧାମାନଙ୍କୁ ବ୍ରିଜଭୂଷଣ ସିଂହଙ୍କ ବିରୋଧରେ ବିରୋଧ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିଥିବା ସେ କହିଛନ୍ତି। ବବିତା ଫୋଗାଟ WFI ସଭାପତି ହେବାକୁ ଚାହୁଁଥିବାରୁ ଏପରି କରିବାକୁ କହିଥିବା ସାକ୍ଷୀ ମଲିକ କହିଛନ୍ତି।  

କେବଳ ଏତିକି ନୁହେଁ, ସାକ୍ଷାତକାରରେ ଆହୁରି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ମଲିକ। ସେ କହିଛନ୍ତି, ବବିତା ଫୋଗାଟ ଆମକୁ ଡକାଇ ଫେଡେରେସନ ମଧ୍ୟରେ ନିର୍ଯ୍ୟାତନା ଦିଆଯାଉଥିବା କହି ଆନ୍ଦୋଳନ କରିବାକୁ କହିଥିଲେ। ଆମେ ଭାବିଥିଲୁ ସେ ମଧ୍ୟ ଏହି ପ୍ରତିବାଦରେ ଆମ ସହ ବସି କୁସ୍ତିଯୋଦ୍ଧା ଭାବରେ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବେ। ହେଲେ ସେ ଆମ ସହ ଏତେ ବଡ଼ ଖେଳ ଖେଳିଦେବେ ବୋଲି ଜାଣିନଥିଲୁ।

Advertisment

ବାସ୍ତବରେ, ବ୍ରିଜଭୂଷଣଙ୍କ ବିରୁଦ୍ଧରେ ଏହି ଆନ୍ଦୋଳନ କରିବାର ଉଦ୍ଦେଶ୍ୟ ବବିତାଙ୍କର ଥିଲା। କାରଣ ଏଥିରେ ତାଙ୍କର ନିଜସ୍ୱ ଏଜେଣ୍ଡା ଥିଲା। ସେ WFIର ସଭାପତି ହେବାକୁ ଚାହୁଁଥିବାରୁ ଏପରି କରାଇଥିଲେ। କିନ୍ତୁ ଲୋକଙ୍କ ମନରେ ଧାରଣା ସୃଷ୍ଟି ହୋଇଥିଲା ଯେ, କଂଗ୍ରେସ ଏହା ପଛରେ ଅଛି। କିନ୍ତୁ ଏହା ଭୁଲ୍। ପ୍ରକୃତରେ ଦୁଇ ବିଜେପି ନେତା ଆମକୁ ହରିୟାଣାରେ ବିରୋଧ ପ୍ରଦର୍ଶନ କରିବା ପଛରେ ସାହାଯ୍ୟ କରିଛନ୍ତି ବୋଲି ସାକ୍ଷୀ ମଲିକ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ବିରୋଧ ପ୍ରଦର୍ଶନରେ ପ୍ରଥମେ ଭିନେଶ ଫୋଗାଟଙ୍କୁ ମୂଳ ଭାବେ ରଖା ଯାଇନଥିଲା, ତାଙ୍କ ପରାମର୍ଶ କ୍ରମେ ଏହା ଆରମ୍ଭ ହୋଇଥିଲା।  

ଏପରି ନୁହେଁ ଯେ ଆମେ ତାଙ୍କ କଥାରେ ଅନ୍ଧ ଭାବରେ ଯାଇଥିଲୁ। ଆମେ ଜାଣିଥିଲୁ, ଫେଡେରେସେନରେ ଯୌନ ଉତ୍ପୀଡନ ତଥା ନିର୍ଯାତନା ଭଳି ଗୁରୁତର ସମସ୍ୟା ରହିଛି। ସେଥିପାଇଁ ଆମକୁ ଲାଗୁଥିଲା ଜଣେ ମହିଳା ଚାର୍ଜରେ ରହିବା ଭଲ। ବିଶେଷ କରି ବବିତା ଫୋଗାଟ, ଯିଏକି ଜଣେ କ୍ରୀଡ଼ାବିଚ୍ ମଧ୍ୟ। କିନ୍ତୁ ସେ ଆମ ସହ ଏତେ ବଡ଼ ଖେଳ ଖେଳିଦେବେ ବୋଲି ଆମେ କେବେ ହେଲେ ଭାବି ନଥିଲୁ ବୋଲି ସାକ୍ଷୀ ମଲିକ କହିଛନ୍ତି।

ବବିତା ଫୋଗାଟଙ୍କ ବ୍ୟତୀତ ବ୍ରିଭୂଷଣଙ୍କ ବୟାନବାଜୀ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ସାକ୍ଷୀ ମଲିକ। ସେ କହିଛନ୍ତି, "ବ୍ରିଜଭୂଷଣ କହିଲେ ତାଙ୍କ ବିରୁଦ୍ଧରେ କୁସ୍ତିଯୋଦ୍ଧାଙ୍କ ବିରୋଧ ଶେଷ ହୋଇଗଲେ। ନିକଟରେ ଭିନେଶ ଫୋଗାଟଙ୍କ ଅଲିମ୍ପିକ୍ସ ସଫଳତା ତାଙ୍କ ଦାବିକୁ ଭୁଲ୍ ପ୍ରମାଣିତ କରିଛି। ଯଦି ପ୍ରକୃତରେ ବିରୋଧ ପ୍ରଦର୍ଶନ ଶେଷ ହୋଇଥିଲା, ତେବେ ଭିନେଶ ଫୋଗାଟଙ୍କୁ ଅଲିମ୍ପିକ୍ସରେ ଭାଗ ନେବାକୁ କିଏ ଅନୁମତି ଦେଇଥିଲେ?" 

ପ୍ରକାଶ ଥାଉକି, ଗତବର୍ଷ ବ୍ରିଜଭୂଷଣ ଶରଣ ସିଂହଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ମହିଳା କୁସ୍ତିଯୋଦ୍ଧା। ବ୍ରିଜଭୂଷଣ ସେମାନଙ୍କୁ ଯୌନ ନିର୍ଯାତନା ଦେବା ସହ ଇଙ୍ଗିତ କରି ଅସଭ୍ୟ କଥା କହିଥିବା ଅଭିଯୋଗ କରିଥିଲେ। ଏହାକୁ ନେଇ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ।

କେବଳ ଦାବି କରିନଥିଲେ, ରାଜରାସ୍ତାକୁ ମଧ୍ୟ ଓହ୍ଲାଇଥିଲେ। ଦୀର୍ଘଦିନ ଧରି କୁସ୍ତିଯୋଦ୍ଧାମାନେ ନ୍ୟାୟ ଦାବିରେ ଆନ୍ଦୋଳନରେ ବସିଥିଲେ। ଏହାପରେ ସାଂସଦ ପଦରୁ ଇସ୍ତଫା ଦେଇଥିଲେ ବ୍ରିଜଭୂଷଣ। ଏଥିସହ ତାଙ୍କୁ WFIର ସଭାପତି ପଦରୁ ମଧ୍ୟ ବହିଷ୍କାର କରାଯାଇଥିଲା। 

Babita Phogat Wrestlers Protest Wrestling Federation Chief WFI Sakshi Malik