Advertisment

ଭୁବନେଶ୍ୱର ହେବ ବ୍ୟାଡମିଣ୍ଟନ ହବ୍; ବିଶ୍ୱସ୍ତରୀୟ ଟ୍ରେନିଂ ଏକାଡେମୀ 'ଦ ସଟଲ' ଲୋକାର୍ପିତ

ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ଷ୍ଟାଡିୟମରେ ୮ଟି ବ୍ୟାଡମିଣ୍ଟନ କୋର୍ଟ ସହ ୪ଶହ ଦର୍ଶକଙ୍କ ବସିବା ପାଇଁ ବ୍ୟବସ୍ଥା ରହିଛି।

Badminton High Performance Centre

Badminton High Performance Centre

Advertisment

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଉଦଘାଟିତ ହୋଇଛି ବହୁ ପ୍ରତୀକ୍ଷିତ ଆଇକନିକ୍ ବ୍ୟାଡମିଣ୍ଟନ ହାଇ ପରଫରମାନ୍ସ ସେଣ୍ଟର୍ 'ଦ ସଟଲ୍'। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆସାମ ମୁଖ୍ୟମନ୍ତ୍ରୀ ତଥା ବ୍ୟାଡମିଣ୍ଟନ ଆସୋସିଏସନ୍ ଅଫ ଇଣ୍ଡିଆର ସଭାପତି ହିମନ୍ତ ବିଶ୍ୱଶର୍ମା ଏବଂ ଅନ୍ତର୍ଜାତୀୟ କୋଚ୍ ପୁଲେଲା ଗୋପୀଚାନ୍ଦ ଏହାର ଉଦଘାଟନ କରିଛନ୍ତି।

Advertisment

ବିଶ୍ୱସ୍ତରୀୟ ଟ୍ରେନିଂ ଏକାଡେମୀ 'ଦ ସଟଲ'। ବ୍ୟାଡମିଣ୍ଟନ କର୍କ ଆକୃତିର ଏହି ବିରାଟ ଷ୍ଟାଡିୟମରେ ଏବେ ଲାଗିବ ଅନ୍ତର୍ଜାତୀୟସ୍ତରର ଖେଳାଳିଙ୍କ ଗହଳି। ଏଠାରୁ ସୃଷ୍ଟି ହେବେ ବିଶ୍ୱସ୍ତରୀୟ ଅଲିଂପିଆନ୍। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଉଦଘାଟିତ ହୋଇଛି ଆଇକନିକ୍ ଡାଲମିଆ ଭାରତ ଗୋପୀଚାନ୍ଦ ବ୍ୟାଡମିଣ୍ଟନ ହାଇ ପରଫରମାନ୍ସ ସେଣ୍ଟର୍। ସଟଲ ଏବଂ ଏଠାରୁ ସୃଷ୍ଟି ହେଉଥିବା ଖେଳାଳି ଓଡ଼ିଶାକୁ ନୂତନ ପରିଚୟ ଦେବେ ଏବଂ ଆଗକୁ ଓଡ଼ିଶା ବିଶ୍ୱମଞ୍ଚରେ ପ୍ରତିଷ୍ଠିତ ହେବ ବୋଲି ଆଶା କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଥମ ପର୍ଯ୍ୟାୟରେ ଏହି ହାଇ ପରଫରମାନ୍ସ ସେଣ୍ଟରରେ ୫୦ଜଣ ପ୍ରତିଭାବାନ ଖେଳାଳିଙ୍କୁ ଚିହ୍ନଟ କରାଯାଇ ପ୍ରଶିକ୍ଷଣ ଦିଆଯିବ।

୭୭ହଜାର ବର୍ଗ ଫୁଟରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଇଛି ଏହି ହାଇ ପରଫରମାନ୍ସ ସେଣ୍ଟର। ଭିତରେ ରହିଛି ୮ଟି କୋର୍ଟ। ଯେଉଁଥିରେ ଏକାସଙ୍ଗେ ୮ଟି ମ୍ୟାଚ୍ ଖେଳାଯାଇପାରିବ। ୪ଶହ ଦର୍ଶକ ବସିବା ପାଇଁ ହୋଇଛି ବ୍ୟବସ୍ଥା। ଭିଆଇପି ଗ୍ୟାଲେରୀ ବି ରହିଛି। ଖେଳାଳି ଓ କୋଚଙ୍କ ରହିବା ଲାଗି ରୁମ୍ ସହ ମ୍ୟାଚ୍ ବେଳେ ଆହତ ହେଲେ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି। ମ୍ୟାଚ୍ ସ୍କୋର ଦେଖିବାକୁ ଲାଗିଛି ବଡ଼ ବଡ଼ LED।

Advertisment

ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏବଂ ସମସ୍ତ ପ୍ରକାର ଅତ୍ୟାଧୁନିକ ପ୍ରଶିକ୍ଷଣ ଯନ୍ତ୍ରପାତି ସୁବିଧା ରହିଛି। ଏଥିସହ ସଟଲ୍ ଉପରେ ଓ ବାହାରେ ଦୁଇଟି ଜଗିଂ ଟ୍ରାକ୍ ଏବଂ ପୁଲ୍ କରାଯାଇଛି। ବ୍ୟାଡମିଣ୍ଟନ ପ୍ରତିଭାଙ୍କୁ ଚିହ୍ନଟ କରି ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ଦେବା ଲାଗି ଏହି ହାଇ ପରଫରମାନ୍ସ ସେଣ୍ଟରର ପରିକଳ୍ପନା କରିଥିଲା କ୍ରୀଡ଼ା ବିଭାଗ। ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ କୋଚ୍ ପୁଲେଲା ଗୋପୀଚାନ୍ଦ ଏହି କେନ୍ଦ୍ରର ପରିଚାଳନା କରିବେ।

CM Mohan Majhi Badminton Stadium In Bhubaneswar Badminton High Performance Center The Shuttle
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe