Advertisment

ହାତକୁ ଦି ହାତ ହେଲେ ପିଭି ସିନ୍ଧୁ

ଭେଙ୍କଟ ଦତ୍ତା ସାଇଙ୍କ ସହ ଉଦୟପୁରରେ ସାତ ଫେରା ନେଲେ ପିଭି ସିନ୍ଧୁ। ଆସନ୍ତାକାଲି ରିସେପ୍‌ସନ୍‌।

author-image
Madhupriya Mistry
ଅଦ୍ୟତନ ହୋଇଛି
PV Sindhu Married

PV Sindhu Married

ବାଜିଲା ଶାହାନାଇ। ପଡ଼ିଲା ହାତ ଗଣ୍ଠି। ହାତକୁ ଦି ହାତ ହେଲେ ଭାରତର ବ୍ୟାଡମିଣ୍ଟନ ଷ୍ଟାର୍‌ ପିଭି ସିନ୍ଧୁ। ଭେଙ୍କଟ ଦତ୍ତା ସାଇଙ୍କ ସାଜିଲେ କନିଆଁ। ଉଦୟପୁରରେ ଉଭୟ ନେଲେ ସାତ ଫେରା।

Advertisment

ଗତକାଲି ରାଜସ୍ଥାନର ଉଦୟପୁରରେ ହିନ୍ଦୁ ରୀତିନୀତି ଅନୁଯାୟୀ ବ୍ୟାଡ୍‌ମିଣ୍ଟନ ଷ୍ଟାର ପିଭି ସିନ୍ଧୁ ହାଇଦ୍ରାବର ଭେଙ୍କଟ ଦତ୍ତା ସାଇଙ୍କ ସହ ବିବାହ କରିଛନ୍ତି। ଭେଙ୍କଟ ପେସାରେ ଜଣେ ବିଜନେସ୍‌ ମ୍ୟାନ୍‌। ସେ ପ୍ରୋସାଇଡେକ୍ସ ଟେକ୍ନୋଲଜିର ଏଗ୍‌ଜିକ୍ୟୁଟିଭ ଡାଇରେକ୍ଟର ଅଟନ୍ତି।

ପିଭି ସିନ୍ଧୁ ଓ ଭେଙ୍କଟଙ୍କ ବିବାହ ବେଳର ଫଟୋ ଏବେ ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ବିବାହରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖୱାତ ମଧ୍ୟ ସିନ୍ଧୁଙ୍କ ବିବାହକୁ ଆସିଥିଲେ।

Advertisment

ଘନିଷ୍ଠ ବନ୍ଧୁବାନ୍ଧବଙ୍କ ସହ କିଛି ସେଲିବ୍ରିଟିଙ୍କୁ ପିଭି ସିନ୍ଧୁଙ୍କ ବିବାହକୁ ନିମନ୍ତ୍ରଣ କରାଯାଇଥିଲା। କେବଳ ସୀମିତ ଲୋକଙ୍କ ଉପସ୍ଥିତିରେ ଏହି ବିବାହ ସମ୍ପନ୍ନ ହୋଇଥିଲା। ମଙ୍ଗଳବାର ତାଙ୍କ ରିସେପ୍‌ସନ୍‌ ଅଛି। ଏଥିରେ ଅନେକ ସେଲେବ୍ରିଟି ସାମିଲ ହେବେ। ସିନ୍ଧୁ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ। ସେ ନିଜେ ଭେଙ୍କଟଙ୍କ ସହ ସଚିନଙ୍କ ଘରକୁ ଯାଇଥିଲେ।

ସିନ୍ଧୁ ଏବଂ ଭେଙ୍କଟ ଉଦୟପୁରର ହୋଟେଲ ରାଫେଲରେ ବିବାହ କରିଥିଲେ। ବିବାହ ସମୟରେ ସିନ୍ଧୁ ଏକ ଗୋଲ୍ଡେନ୍‌ ଓ କ୍ରିମ୍‌ କଲର୍‌ର ସ୍ୱତନ୍ତ୍ର ଶାଢ଼ି ପିନ୍ଧିଥିଲେ।

Venkata Datta Sai PV Sindhu Married