Advertisment

ରେସଲର ବଜରଙ୍ଗ ପୁନିଆ ସସପେଣ୍ଡ୍‌

ସେ ମୂତ୍ର ନମୁନା ପରୀକ୍ଷଣ ପାଇଁ ନ ଦେବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇଛି।

author-image
Hemant Lenka
Bajrang Punia

Bajrang Punia

ଅଲିମ୍ପିକ୍ସ ପଦକ ବିଜେତା ରେସଲର ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟକା। ତାଙ୍କୁ ନ୍ୟାସନାଲ ଆଣ୍ଟିଂ ଡୋପିଂ ଏଜେନ୍ସି (NADA) ସସ୍‌ପେଣ୍ଡ୍‌ କରିଛି। ସେ ମୂତ୍ର ନମୁନା ପରୀକ୍ଷଣ ପାଇଁ ନ ଦେବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇଛି। ତାଙ୍କୁ ଡୋପିଂ ଟେଷ୍ଟ ପାଇଁ ମୂତ୍ର ନମୁନା ପରୀକ୍ଷା ପାଇଁ ଦେବାକୁ ଡୋପିଂ କଣ୍ଟ୍ରୋଲ ଅଫିସର (DCO) କହିଥିଲେ।

Advertisment

ତଥାପି ସେ ଏହାକୁ ଖାତିର କରତ ନଥିଲେ। ତେଣୁ ତାଙ୍କୁ ଜୁଲାଇ ୧୧ ଯାଏ ରେସଲିଂରୁ ନିଲମ୍ବିତ କରାଯାଇଛି। ସେହିପରି ଜୁଲାଇ ୧୧ ସୁଦ୍ଧା ସସ୍‌ପେଣ୍ଡ୍‌ ନୋଟିସ୍‌ ଉପରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଅଯାଇଛି। ଯଦି ସେ ଉତ୍ତର ନ ଦେବେ, ତା’ହେଲେ ନିଲମ୍ବନ ଆଦେଶକୁ ପୁଣି ବୃଦ୍ଧି କରାଯିବ।

ନାଡା ପକ୍ଷରୁ କୁହାଯାଇଛି ଯେ ବଜରଙ୍ଗ ତାଙ୍କ ମୂତ୍ର ନମୁନା ପରୀକ୍ଷା ପାଇଁ ଦେଇ ନଥିଲେ। ନାଡା ପୁରୁଣା ଯୁଗର ପରୀକ୍ଷା କିଟ୍‌ ବ୍ୟବହାର କରୁଛି ଓ ଏହା ଉପରେ ସେ ନାଡାକୁ ଜବାବ ମାଗିଥିଲେ। ଏପରି ହରକତ ପାଇଁ ବଜରଙ୍ଗଙ୍କୁ ଡିସିଓ ପକ୍ଷରୁ ବାରମ୍ବାର ଚେତାବନୀ ଦିଆଯାଇଥିଲା। ତଥାପି ଏହାକୁ ବଜରଙ୍ଗ ଖାତିର କରି ନଥିଲେ। ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନୋଟିସର ଜବାବ ଦେବାକୁ କୁହାଯାଇଛି। 

Advertisment
Indian Wrestler Bajrang Punia NADA