Advertisment

ଅଲିମ୍ପିକ୍ସ ବ୍ରୋଞ୍ଜ ବିଜେତା ବଜରଙ୍ଗଙ୍କୁ ଝଟକା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ରେସଲର୍ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟକା ଲାଗିଛି। ଲିଗାମେଣ୍ଟ ଆଘାତ କାରଣରୁ ବଜରଙ୍ଗ ବିଶ୍ୱ ରେସଲିଂ ଚାମ୍ପିୟନଶିପରୁ ଓହରି ଯାଇଛନ୍ତି। ବଜରଙ୍ଗ ଏବେ ୬ ସପ୍ତାହ ଧରି ରିବାଲିଟେସନରେ ରହିବେ, ଯେଉଁଥି ପାଇଁ ସେ ବିଶ୍ୱ ଚାମ୍ପିୟନଶିପରେ ଭାଗ ନେଇପାରିବେ ନାହିଁ। ବିଶ୍ୱ ଚାମ୍ପିୟନଶିପ୍ ଅକ୍ଟୋବର ୨ରୁ ୧୦ ତାରିଖ ପର୍ଯ୍ୟନ୍ତ ନରେୱର ଓସଲୋରେ ଆୟୋଜିତ ହେବ। ଜୁନ୍ ମାସରେ ରୁଷରେ ଆୟୋଜିତ ଅଲି ଅଲିଏଭ୍ ଟୁର୍ଣ୍ଣାମେଣ୍ଟରେ […]

ଅଦ୍ୟତନ ହୋଇଛି
ଅଲିମ୍ପିକ୍ସ ବ୍ରୋଞ୍ଜ ବିଜେତା ବଜରଙ୍ଗଙ୍କୁ ଝଟକା

bajrang-punia

Advertisment

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ରେସଲର୍ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟକା ଲାଗିଛି। ଲିଗାମେଣ୍ଟ ଆଘାତ କାରଣରୁ ବଜରଙ୍ଗ ବିଶ୍ୱ ରେସଲିଂ ଚାମ୍ପିୟନଶିପରୁ ଓହରି ଯାଇଛନ୍ତି। ବଜରଙ୍ଗ ଏବେ ୬ ସପ୍ତାହ ଧରି ରିବାଲିଟେସନରେ ରହିବେ, ଯେଉଁଥି ପାଇଁ ସେ ବିଶ୍ୱ ଚାମ୍ପିୟନଶିପରେ ଭାଗ ନେଇପାରିବେ ନାହିଁ। ବିଶ୍ୱ ଚାମ୍ପିୟନଶିପ୍ ଅକ୍ଟୋବର ୨ରୁ ୧୦ ତାରିଖ ପର୍ଯ୍ୟନ୍ତ ନରେୱର ଓସଲୋରେ ଆୟୋଜିତ ହେବ।

Advertisment

ଜୁନ୍ ମାସରେ ରୁଷରେ ଆୟୋଜିତ ଅଲି ଅଲିଏଭ୍ ଟୁର୍ଣ୍ଣାମେଣ୍ଟରେ ବଜରଙ୍ଗ ଆହତ ହୋଇଥିଲେ। ଆଘାତର ଗମ୍ଭୀରତାକୁ ଜାଣିବା ପାଇଁ ବଜରଙ୍ଗ ଏମଆରଆଇ ସ୍କାନ୍ କରାଇଥିଲେ ଏବଂ ମୁମ୍ବାଇର କୋକିଲାବେନ୍ ଧିରୁଭାଇ ଅମ୍ବାନୀ ହସ୍ପିଟାଲର ସ୍ପୋର୍ଟ୍ସ ମେଡିସିନ୍ ସେଣ୍ଟରର ଡାକ୍ତର ଦିନଶା ପରଦିୱାଲାଙ୍କ ଠାରୁ ପରାମର୍ଶ ନେଇଥିଲେ।

ଏ ନେଇ ବଜରଙ୍ଗ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି, ମୋର ଲିଗାମେଣ୍ଟରେ ଆଘାତ ଲାଗିଛି ଏବଂ ଡାକ୍ତର ପରଦିୱାଲା ମୋତେ ୬ ସପ୍ତାହ ଧରି ରିହ୍ୟାବିଲିଟେସନରେ ରହିବାକୁ ପରାମର୍ଶ ଦେଇଛନ୍ତି। ଯେଉଁ କାରଣରୁ ମୁଁ ବିଶ୍ୱ ରେସଲିଂ ଚାମ୍ପିୟନଶିପରେ ଭାଗ ନେଇପାରିବି ନାହିଁ। ଯେହେତୁ ଚଳିତ ବର୍ଷ ଆଉ କୌଣସି ରାଙ୍କିଙ୍ଗ ପ୍ରତିଯୋଗିତା ନାହିଁ, ତେଣୁ ମୋର ସିଜନ୍ ଶେଷ ହୋଇଛି। ଚଳିତ ବର୍ଷ ବିଶ୍ୱ ରେସଲିଂ ଚାମ୍ପିୟନଶିପ୍ ଏକମାତ୍ର ବଡ଼ ପ୍ରତିଯୋଗିତା ଭାବେ ବାକି ଅଛି। ମୁଁ ଚଳିତ ବର୍ଷ ଆଉ କୌଣସି ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଚାହୁଁନାହିଁ।

Advertisment

ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ଜୁନ୍ ମାସରେ ବଜରଙ୍ଗଙ୍କୁ ଆଘାତ ଲାଗିଥିଲା। ବଜରଙ୍ଗ ସେହି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ୍‌ ମୁକାବିଲାର ଅଧାରୁ ଓହରି ଯାଇଥିଲେ। ତେବେ ପରେ ବଜରଙ୍ଗ ଅଲିମ୍ପିକ୍ସରେ ୬୫ କେଜି ବର୍ଗରେ ଭାଗ ନେଇଥିଲେ ଏବଂ ଦେଶକୁ ବ୍ରୋଞ୍ଜ ପଦକ ଜିତାଇଥିଲେଏ ନେଇ ବଜରଙ୍ଗ କହିଛନ୍ତି, ଏହା ମୋର ପ୍ରଥମ ଅଲିମ୍ପିକ୍ସ ଥିଲା ଏବଂ ମୁଁ ଅଲିମ୍ପିକ୍ସ ପଦକ ଜିତିବାର ସ୍ୱପ୍ନ ଦେଖୁଥିଲି। ଟୋକିଓରେ ଯନ୍ତ୍ରଣା ସତ୍ତ୍ୱେ ଭାଗ ନେଲି। କିନ୍ତୁ ମୋତେ ଆଦୌ ରିସ୍କ ନେବାର ନଥିଲା ବୋଲି ବଜରଙ୍ଗ କହିଛନ୍ତି।

Indian Athlete
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe