Balraj
ପ୍ୟାରିସ ଅଲିମ୍ପିକ୍ସରେ ରେକର୍ଡ କରିଛନ୍ତି ଭାରତର ବଲରାଜ ପନୱାର ରୋଇଂର ସ୍କୁଲ୍ସ ବ୍ୟକ୍ତିଗତ ଇଭେଣ୍ଟରେ ସେ ଏକମାତ୍ର ଭାରତୀୟ ଭାବେ ଭାଗ ନେଇଥିଲେ। ଏବେ ସେ ଏହି ପ୍ରତିଯୋଗିତାର ସି/ଡି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ତାଙ୍କୁ ପୂର୍ବରୁ କୌଣସି ଭାରତୀୟ ଅଲିମ୍ପିକ୍ସର ସ୍କୁଲ୍ସ ଇଭେଣ୍ଟରେ କେବେ ହେଲେ ଏପରି କୀର୍ତ୍ତିମାନ ହାସଲ କରି ପାରି ନଥିଲେ।
ସି/ଡି ସେମି ଫାଇନାଲ ଅର୍ଥ ସେ ପଦକ ପାଇଁ ଲଢ଼େଇ କରିପାରିବେ ନାହିଁ। ୧୩ରୁ ୨୪ତମ ସ୍ଥାନ ପାଇଁ ପ୍ରତିଯୋଗିତା କରିବେ। କାରଣ ୪ଟି ହିଟ୍ର ଶ୍ରେଷ୍ଠ ୩ ଜଣ ଲେଖାଏ ଖେଳାଳି ସେମି ଫାଇନାଲ ରାଉଣ୍ଡରେ ପ୍ରବେଶ କରିଛନ୍ତି। ବାକି ୪ ଓ ୫ ସ୍ଥାନରେ ହିଟ୍ ଶେଷ କରୁଥିବା ଖେଳାଳି ସି/ଡି ସେମି ଫାଇନାଲକୁ ଯାଇଛନ୍ତି।
ଆଜି କ୍ୱାର୍ଟର ଫାଇନାଲର ହିଟ ୪ରେ ବଲରାଜ ରହିଥିଲେ। ସେ ୨୦୦୦ ମିଟର ଦୂରତାକୁ ୭.୦୫.୧୦ ସମୟରେ ଶେଷ କରି ୫ମ ସ୍ଥାନରେ ରହିଥିଲେ। କିନ୍ତୁ ସମସ୍ତ ହିଟ୍ ପରେ ସର୍ବଶ୍ରେଷ୍ଠ ସମୟ ଅନୁସାରେ ବଲରାଜ ସି/ଡି ସେମି ଫାଇନାଲରେ ପ୍ରବେଶ କରିଛନ୍ତି।
ସେ ପ୍ରଥମ ୫୦୦ ମିଟରକୁ ୧.୪୨.୨୮ ମିନିଟ, ୧୦୦୦ ମିଟରକୁ ୩.୨୯.୩୪ ମିନିଟ, ୧୫ ଶହ ମିଟରକୁ ୫.୧୭.୨୨ ମିନଟ ଓ ୨୦୦୦ ମିଟରକୁ ମୋଟ ୭.୦୫.୧୦ ମିନିଟ ସମୟରେ ଶେଷ କରିଥିଲେ।
ସେ ତାଙ୍କ ହିଟ୍ରେ ୫ମ ସ୍ଥାନରେ ରହିଥିଲେ ହେଁ ବେଷ୍ଟ ସମୟ ଆଧାରରେ ସେ ସି/ଡିସେମିରେ ପ୍ରବେଶ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Balraj_1722334653.jpg)