ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦୁଇଥର ସ୍ୱର୍ଣ୍ଣ ପଦକ ବିଜେତା ଭାରତୀୟ ଭାରୋତ୍ତଳକ କେ. ସଞ୍ଜିତା ଚାନୁଙ୍କ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ହଟାଇ ଦିଆଯାଇଛି। ଆନ୍ତରାଷ୍ଟ୍ରୀୟ ଭାରୋତ୍ତଳନ ମହାସଂଘ (IWF) ପ୍ରତିବନ୍ଧକ ହଟାଇ ଦେଇଥିବା IWF ଓକିଲ ଭାରତୀୟ ଭାରତ୍ତୋଳନ ମହାସଂଘ ଓ ସଞ୍ଜିତାଙ୍କୁ ସୂଚନା ଦେଇଛନ୍ତି।
ସେ ସଞ୍ଜିତା ଓ ଭାରତୀୟ ଭାରୋତ୍ତଳନ ମହାସଂଘକୁ ପଠାଇଥିବା ଇମେଲ୍ରେ କହିଛନ୍ତି, “ମୋତେ ମିଳିଥିବା ସୂଚନା ଅନୁସାରେ ସଞ୍ଜିତାଙ୍କ ଉପରେ ଲଗାଯାଇଥିବା ଅସ୍ଥାୟୀ ପ୍ରତିବନ୍ଧକ ହଟାଇ ଦେବାକୁ IWF ନିଷ୍ପତ୍ତି ନେଇଛି। ୨୦୧୯ ଜାନୁଆରୀ ୨୨ ତାରିଖରେ ଏହି ପ୍ରତିବନ୍ଧକ ହଟାଇ ଦିଆଯିବ।”
ସୂଚନାଯୋଗ୍ୟ, ୨୦୧୮ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୫୩ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ସଞ୍ଜିତା। ହେଲେ ଡୋପ୍ ଟେଷ୍ଟରେ ସେ ବିଫଳ ହୋଇଥିଲେ। ଏହାପରେ IWF ଗତବର୍ଷ ମେ’ ମାସରେ ତାଙ୍କ ଉପରେ ଅସ୍ଥାୟୀ ନିଲମ୍ବନ ଲଗାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
କେତେ ସଫଳ ହେବ ବିଜେପି-ଏଆଇଏଡିଏମକେ ମେଣ୍ଟ?
ଉଭୟ ଦଳ ମେଣ୍ଟ କରି କ’ଣ ପାଇବାକୁ ଓ କ’ଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି?

National
ତହବୁର ରାଣା: ପାକ୍ ଆର୍ମି ପୋଷାକ ପ୍ରତି ପ୍ରେମ ଓ ଆଇଏସଆଇ ସହ ବୈଠକ
କଡ଼ା ସୁରକ୍ଷା ବଳୟ ଓ ୨୪ ଘଣ୍ଟିଆ ସର୍ଭେଲାନ୍ସ ମଧ୍ୟରେ ରାଣାକୁ ଘନଘନ ଜେରା କରାଯାଉଛି।
Health
ଭାରତୀୟଙ୍କଠାରେ ଭିଟାମିନ ଡି’ର ଘୋର ଅଭାବ
ICRIER ଦେଇଥିବା ଏହି ରିପୋର୍ଟର ଶୀର୍ଷକ ରହିଛି ‘ରୋଡ୍ମ୍ୟାପ୍ ଟୁ ଆଡ୍ରେସ ଭିଟାମିନ୍ ଡି ଡେଫିସିଏନ୍ସୀ ଇନ୍ ଇଣ୍ଡିଆ’। ଏହି ରିପୋର୍ଟ ଅନୁଯାୟୀ, ଭାରତରେ ସବୁ ବର୍ଗର ଓ ବୃତ୍ତିର ଲୋକଙ୍କଠାରେ ଭିଟାମିନ ଡି’ର ଅଭାବ ଦେଖାଯାଇଛି।

National
ତହବୁର ରାଣାକୁ ଏନଆଇଏ କରୁଛି ଜେରା: ରହସ୍ୟମୟ ‘ଦୁବାଇ ବ୍ୟକ୍ତି’ କିଏ?
ମୁମ୍ବାଇ ୨୬/୧୧ ହମଲା ପୂର୍ବରୁ ରାଣା ଜଣେ ରହସ୍ୟମୟ ବ୍ୟକ୍ତିକୁ ଦୁବାଇରେ ଭେଟିଥିଲା।