Advertisment

ମହିଳା କ୍ରିକେଟରଙ୍କ ନିଆରା ୱେଡିଂ ଫଟୋଶୁଟ୍

ନୂଆଦିଲ୍ଲୀ: ପ୍ରତ୍ୟେକ ବ୍ୟକ୍ତି ନିଜର ବିବାହର ଫଟୋଶୁଟକୁ ସ୍ମରଣୀୟ କରିବାକୁ ଚାହାନ୍ତି। ଫଟୋଶୁଟକୁ ଅଧିକ ସୁନ୍ଦର କରିବା ପାଇଁ ସେମାନେ କୌଣସି ପାହାଡ଼ିଆ ସ୍ଥାନ, ବରଫ ଚାଦରରେ ଆଦୃତ ସ୍ଥାନ କିମ୍ବା ଅନ୍ୟ କୌଣସି ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନକୁ ବାଛନ୍ତି। କିନ୍ତୁ ବାଂଲାଦେଶର ମହିଳା କ୍ରିକେଟର ସଞ୍ଜିଦା ଇସଲାମ୍ କିଛି ନିଆରା ଅନ୍ଦାଜରେ ନିଜର ବିବାହର ଫଟୋଶୁଟ୍ କରାଇଛନ୍ତି। Dress ✅ Jewellery ✅ Cricket bat ✅ Wedding photoshoots for cricketers be like … […]

ଅଦ୍ୟତନ ହୋଇଛି
ମହିଳା କ୍ରିକେଟରଙ୍କ ନିଆରା ୱେଡିଂ ଫଟୋଶୁଟ୍

cricket

Advertisment

ନୂଆଦିଲ୍ଲୀ: ପ୍ରତ୍ୟେକ ବ୍ୟକ୍ତି ନିଜର ବିବାହର ଫଟୋଶୁଟକୁ ସ୍ମରଣୀୟ କରିବାକୁ ଚାହାନ୍ତି। ଫଟୋଶୁଟକୁ ଅଧିକ ସୁନ୍ଦର କରିବା ପାଇଁ ସେମାନେ କୌଣସି ପାହାଡ଼ିଆ ସ୍ଥାନ, ବରଫ ଚାଦରରେ ଆଦୃତ ସ୍ଥାନ କିମ୍ବା ଅନ୍ୟ କୌଣସି ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନକୁ ବାଛନ୍ତି। କିନ୍ତୁ ବାଂଲାଦେଶର ମହିଳା କ୍ରିକେଟର ସଞ୍ଜିଦା ଇସଲାମ୍ କିଛି ନିଆରା ଅନ୍ଦାଜରେ ନିଜର ବିବାହର ଫଟୋଶୁଟ୍ କରାଇଛନ୍ତି।

Advertisment

https://twitter.com/ICC/status/1318805222685376513?s=20

ସେ କୌଣସି ସୁନ୍ଦର ସ୍ଥାନକୁ ଯିବା ବଦଳରେ ଏକ ଷ୍ଟାଡିୟମକୁ ହିଁ ଷ୍ଟୁଡିଓ କରିଦେଇଛନ୍ତି। ବିବାହ ବେଶରେ ସଜ୍ଜିତ ସଞ୍ଜିଦା ହାତରେ ବ୍ୟାଟ୍ ଧରି ପୋଜ୍ ଦେଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ସଞ୍ଜିତାଙ୍କ ଏହି ଖାସ୍ ଫଟୋଶୁଟର ଫଟୋ ଶେଆର୍ କରିଛି। ଆଇସିସି ଲେଖିଛି, 'ଡ୍ରେସ୍, ଜୁଏଲାରୀ, କ୍ରିକେଟ୍‌ ବ୍ୟାଟ୍। କ୍ରିକେଟରଙ୍କ ୱେଡିଂ ଫଟୋଶୁଟ୍‌ ଏଭଳି ହେବା ଦରକାର।'

View this post on Instagram

নতুন জীবনের সূচনালগ্নে🥰

A post shared by Sanjida Islam (@mistycricketer_10) on

Advertisment

ବାଂଲାଦେଶର ଏହି ମହିଳା କ୍ରିକେଟର୍ ସଞ୍ଜିଦା ଇସଲାମ୍ ଏହି ଫଟୋରେ ନାରଙ୍ଗୀ ରଙ୍ଗର ଶାଢ଼ୀ ବ୍ୟତୀତ ମଥାରେ ଟିକା, ହାତରେ ଚୁଡ଼ି ଓ ଫୁଲରେ ସଜ୍ଜିତ ଆଭୁଷଣ ପିନ୍ଧିଛନ୍ତି। ସଞ୍ଜିତା ନିକଟରେ ରଙ୍ଗପୁରର ଜଣେ ପ୍ରଥମଶ୍ରେଣୀ କ୍ରିକେଟର୍ ମିମ୍ ମୋସାଦେକଙ୍କ ସହ ବିବାହ କରିଛନ୍ତି।

Sanjida Islam | Bangladesh women's cricket player profile | The Cricketer

ସୂଚନାଯୋଗ୍ୟ, ସଞ୍ଜିତା ଅଗଷ୍ଟ, ୨୦୧୨ରେ ଆୟର୍ଲ୍ୟାଣ୍ଡ ବିପକ୍ଷ ଟି-୨୦ ମୁକାବିଲା ଖେଳି ଅନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ। ସେ ୨୦୧୮ରେ ମହିଳା ଏସିଆ କପ୍ ବିଜେତା ବାଂଲାଦେଶ ଦଳର ସଦସ୍ୟ ଥିଲେ। ସଞ୍ଜିତ ଇସଲାମ୍ ବାଂଲାଦେଶ ପକ୍ଷରୁ ୧୬ ଅନ୍ତର୍ଜାତୀୟ ଦିନିକିଆ ଓ ୫୪ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ସଞ୍ଜିତା ବାଂଲାଦେଶ ମହିଳା କ୍ରିକେଟ୍ ଟିମର ଟପ୍ ଅର୍ଡର ବ୍ୟାଟ୍ସୱିମେନ୍।

Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe