Advertisment

ବାରବାଟୀ ବିଶୃଙ୍ଖଳା: ବିସିସିଆଇ ୱାର୍କିଂ କମିଟି ବୈଠକରେ ଷ୍ଟାଡିୟମ ଭବିଷ୍ୟତ ନେଇ ହେବ ଆଲୋଚନା

ମୁମ୍ବାଇ: ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ ବେଳେ ବାରବାଟୀରେ ଦର୍ଶକଙ୍କ ବୋତଲ ପିଙ୍ଗା ଘଟଣା ଉପରେ ଆଜି ଆଲୋଚନା ହେବାର ଅଛି । ଆଜି ବସିବାକୁ ଥିବା ବିସିସିଆଇର ୱାର୍କିଂ କମିଟି ବୈଠକରେ ଏ ନେଇ ଆଲୋଚନା ହୋଇପାରେ । ଯଦି ଏହି ଘଟଣା ଉପରେ ଆଲୋଚନା ହୁଏ ତେବେ ବାରବାଟୀର ଭବିଷ୍ୟତ ନେଇ କିଛି ନିଷ୍ପତି ନିଆଯାବ ବୋଲି ଜଣାପଡିଛି । ବିସିସିଆଇ ସଭାପତି ଶଶାଙ୍କ ଶେଖର ମନୋହରଙ୍କ ଅଧ୍ୟକ୍ଷତାରେ ମୁମ୍ୱାଇରେ ଏହି ବୈଠକ। ପୂର୍ବରୁ ବୋତଲ […]

ଅଦ୍ୟତନ ହୋଇଛି
ବାରବାଟୀ ବିଶୃଙ୍ଖଳା: ବିସିସିଆଇ ୱାର୍କିଂ କମିଟି ବୈଠକରେ ଷ୍ଟାଡିୟମ ଭବିଷ୍ୟତ ନେଇ ହେବ ଆଲୋଚନା

barabati

Advertisment

ମୁମ୍ବାଇ: ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ ବେଳେ ବାରବାଟୀରେ ଦର୍ଶକଙ୍କ ବୋତଲ ପିଙ୍ଗା ଘଟଣା ଉପରେ ଆଜି ଆଲୋଚନା ହେବାର ଅଛି । ଆଜି ବସିବାକୁ ଥିବା ବିସିସିଆଇର ୱାର୍କିଂ କମିଟି ବୈଠକରେ ଏ ନେଇ ଆଲୋଚନା ହୋଇପାରେ । ଯଦି ଏହି ଘଟଣା ଉପରେ ଆଲୋଚନା ହୁଏ ତେବେ ବାରବାଟୀର ଭବିଷ୍ୟତ ନେଇ କିଛି ନିଷ୍ପତି ନିଆଯାବ ବୋଲି ଜଣାପଡିଛି ।

Advertisment

ବିସିସିଆଇ ସଭାପତି ଶଶାଙ୍କ ଶେଖର ମନୋହରଙ୍କ ଅଧ୍ୟକ୍ଷତାରେ ମୁମ୍ୱାଇରେ ଏହି ବୈଠକ। ପୂର୍ବରୁ ବୋତଲ ଫିଙ୍ଗା ଘଟଣାକୁ ନେଇ ବିସିସିଆଇକୁ ରିପୋର୍ଟ ଦେଇସାରିଛି ଓଡ଼ିଶା କ୍ରିକେଟ୍ ଆସୋସିଏଶନ। ଏହି ରିପୋର୍ଟକୁ ଆଧାର କରି ବୈଠକରେ ଆଲୋଚନା ହେବା ସହ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ। ତେବେ ବୈଠକରେ ମୁଖ୍ୟ ପ୍ରସଙ୍ଗ ରହିଛି ଭାରତ-ପାକିସ୍ତାନ କ୍ରିକେଟ୍ ସିରିଜ୍। ଆସନ୍ତା ଡିସେମ୍ୱରରେ ଏହି ଦ୍ୱିପାକ୍ଷିକ ସିରିଜ୍ ଆରମ୍ଭ ହେବ। ବୈଠକରେ ଆଇପିଏଲର ଦୁଇ ଫ୍ରାଞ୍ଚାଇଜି ଚେନ୍ନାଇ ସୁପରକିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ବ୍ୟାନ୍ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe