Advertisment

ମାଟିରେ ମିଶିବ ବାରବାଟୀ! ତିଆରି ହେବ ବିଶ୍ୱସ୍ତରୀୟ ଷ୍ଟାଡିୟମ୍‌

କେମିତି ହେବ ନୂଆ ବାରବାଟୀ ଷ୍ଟାଡିୟମ୍‌? ଏନେଇ ଓସିଏ ସମ୍ପାଦକ ଶ୍ରୀ ବେହେରା କହିଛନ୍ତି, ଷ୍ଟାଡିୟମ୍‌ ଡିଜାଇନ୍‌ ପାଇଁ ସମୟ ଲାଗିବ। ଏଜିଏମ୍‌ରେ ସ୍ୱୀକୃତି ମିଳିବା ପରେ ପିପିଆର ପାଇଁ ଦିଆଯାଇଛି।

ଅଦ୍ୟତନ ହୋଇଛି
Barabati Stadium

Barabati Stadium

Advertisment

ମାଟିରେ ମିଶିବ କଟକର ବାରବାଟୀ ଷ୍ଟାଡିୟମ। ଏହି ଷ୍ଟାଡିୟମ୍‌କୁ ସଂପୂର୍ଣ୍ଣ ଭାବେ ଭଙ୍ଗାଯାଇ ନୂଆ କରି ତିଆରି କରାଯିବ। ବିଶ୍ୱସ୍ତରୀୟ ହେବ ବାରବାଟୀ ଷ୍ଟାଡିୟମ୍‌। ଷ୍ଟାଡିୟମ୍‌ ଭଙ୍ଗାଯିବା ନେଇ ସୂଚନା ଦେଇଛନ୍ତି ଓଡ଼ିଶା କ୍ରିକେଟ୍‌ ଏକାଡେମୀ (ଓସିଏ) ସମ୍ପାଦକ ସଂଜୟ ବେହେରା।

Advertisment

ଗଣମାଧ୍ୟମକୁ ସଂଜୟ ବେହେରା କହିଛନ୍ତି, ବାରବାଟୀ ଷ୍ଟାଡିୟମ୍‌ ଗୋଟିଏ ଅନ୍ତର୍ଜାତୀୟ ଭେନ୍ୟୁ। ଆଗାମୀ ୪୦ରୁ ୫୦ ବର୍ଷ ପର୍ଯ୍ୟନ୍ତ ବାରବାଟୀ ଯେମିତି ସେହି ମାନ୍ୟତା ବଜାୟ ରଖିପାରିବ, ସେଥିପାଇଁ ଧ୍ୟାନ ଦିଆଯାଉଛି। ବର୍ତ୍ତମାନ ବାରବାଟୀ ଷ୍ଟାଡିୟମ୍‌ର ଦର୍ଶକଙ୍କ କ୍ଷମତା ୪୨ ହଜାର ରହିଛି। ତାହାକୁ ବଢ଼ାଇ ୬୦ ହଜାର କରିବାକୁ ଯୋଜନା କରୁଛୁ।

ଏହାକୁ ଏଜିଏମ୍‌ରେ ସ୍ୱୀକୃତି ମିଳିଛି। ଏହା ପରେ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲୁ। ବାରବାଟୀର ଜମି ସମସ୍ୟା ସମାଧାନ କରିବାକୁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲୁ। ରାଜ୍ୟ ସରକାର ମଧ୍ୟ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟ ସରକାର, ଓସିଏ ଓ ବିସିସିଆଇ ମିଳିତ ଭାବେ ଷ୍ଟାଡିୟମକୁ ବିଶ୍ୱସ୍ତରୀୟ କରିବେ ବୋଲି ଶ୍ରୀ ବେହେରା କହିଛନ୍ତି।

Advertisment

କେମିତି ହେବ ନୂଆ ବାରବାଟୀ ଷ୍ଟାଡିୟମ୍‌?

ଓସିଏ ସମ୍ପାଦକ ଶ୍ରୀ ବେହେରା କହିଛନ୍ତି, ଷ୍ଟାଡିୟମ୍‌ ଡିଜାଇନ୍‌ ପାଇଁ ସମୟ ଲାଗିବ। ଏଜିଏମ୍‌ରେ ସ୍ୱୀକୃତି ମିଳିବା ପରେ ପିପିଆର ପାଇଁ ଦିଆଯାଇଛି। ଫିଜିବୁଲ୍‌ ରିପୋର୍ଟ ତିଆରି ପାଇଁ ଡେଲଟ୍‌ କମ୍ପାନୀକୁ କୁହାଯାଇଛି। ପିପିଆର ଆସିବାକୁ ଆଉ ଦୁଇ ମାସ ସମୟ ଲାଗିବ। ତଥାପି ପ୍ରାଥମିକ ଭାବେ ଷ୍ଟାଡିୟମ୍‌ କିପରି ତିଆରି କରିବୁ, ସେ ନେଇ ଯୋଜନା ପ୍ରସ୍ତୁତ ହୋଇଛି ବୋଲି ଶ୍ରୀ ବେହେରା କହିଛନ୍ତି।

ସେ ଆହୁରି କହିଛନ୍ତି, ଓଡ଼ିଶାରେ ୩୦ ଜିଲ୍ଲାରେ ୪୨ଟି କ୍ରିକେଟ୍‌ ଏକାଡେମୀ ନିର୍ମାଣ କରାଯାଇଛି। କେବଳ ୪ ଜିଲ୍ଲାକୁ ଛାଡ଼ିଦେଲେ ଅନ୍ୟ ସବୁ ଜିଲ୍ଲାରେ ନିର୍ମାଣ କାର୍ଯ୍ୟ ସରିଗଲାଣି। ଏହାଛଡ଼ା ରାଜ୍ୟ ସରକାର ୪ଟି କ୍ରିକେଟ୍‌ ଷ୍ଟାଡିୟମ୍‌ ନିର୍ମାଣ କରିଛନ୍ତି। ପୁରୀ, ଝାରସୁଗୁଡ଼ା, ବ୍ରହ୍ମପୁର ଓ ସୁନ୍ଦରଗଡ଼ରେ ଏହି କ୍ରିକେଟ୍‌ ଷ୍ଟାଡିୟମ୍‌ କରାଯାଇଛି। ଏ ସବୁ ଷ୍ଟାଡିୟମ୍‌ ଓ କ୍ରିକେଟ୍‌ ଏକାଡେମୀର ଲୋକାର୍ପଣ ଶୀଘ୍ର କରାଯିବ। ସେହିଦିନ ନୂଆ କରି ବାରବାଟୀ ଷ୍ଟାଡିୟମ୍‌ ନିର୍ମାଣ ପାଇଁ ଶିଳାନ୍ୟାସ କରାଯିବ ବୋଲି ଶ୍ରୀ ବେହେରା କହିଛନ୍ତି।

ଶ୍ରୀ ବେହେରା କହିଛନ୍ତି, ଆଲୋଚନାରୁ ଯାହା ଜଣାପଡ଼ିଛି ବାରବାଟୀ ଷ୍ଟାଡିୟମ୍‌କୁ ପୂରା ଭଙ୍ଗାଯିବ। ଏହି ପଡ଼ିଆ ୧୯୫୨ ମସିହାରେ ନିର୍ମାଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ବିସିସିଆଇ ବକ୍ସରୁ ଆରମ୍ଭ କରି ଗ୍ୟାଲେରୀର କ୍ଷମତା ବଢ଼ା ଯାଇଥିଲା। ଏ ସବୁକୁ ନେଇ ଗୋଟିଏ ସଂପୂର୍ଣ୍ଣ ପ୍ରକଳ୍ପ ଯୋଜନା କରାଯାଇଛି। ଯଦି ଷ୍ଟାଡିୟମକୁ ଭଙ୍ଗା ନଯାହା, ତା’ହେଲେ କାମ ହୋଇପାରିବ ନାହିଁ ବୋଲି ଶ୍ରୀ ବେହେରା କହିଛନ୍ତି।

Bcci Cuttack Cricket Oca
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe