Advertisment

ବାରବାଟୀ ଷ୍ଟାଡିୟମ୍‌ର ହେବ ନବକଳେବର

ଓଡ଼ିଶା ଅଲମ୍ପିକ ଆସୋସିଏସନ ଅଧୀନରେ ଥିବା ବାରବାଟୀ ଷ୍ଟାଡିୟମ ଜମିର ଲିଜ୍‌ ଅବଧି ରାଜ୍ୟ ସରକାରଙ୍କ ସହ ଶେଷ ହୋଇଛି। ତେଣୁ ପୁନର୍ବାର ଅଲମ୍ପିକ ଆସୋସିଏସନ ଓ ଓଡ଼ିଶା କ୍ରିକେଟ ଆସୋସିଏସନ ସହ ଲିଜର ନବୀକରଣ କରିବା ପାଇଁ ଦାବି କରାଯିବ।

author-image
Manoranjan Sial
Barabati Stadium

Barabati Stadium

କଟକ ବାରବାଟୀ ଷ୍ଟାଡିୟମ୍‌ର ହେବ ନବକଳେବର। ଏଥିସହ ଗ୍ୟାଲେରୀ ଭଙ୍ଗା ଯାଇ ନୂଆ ରୁପରେ ତିଆରି କରାଯିବ। ଆଜି ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ) ସମ୍ମିଳନୀ କକ୍ଷରେ ବସିଥିବା ସାଧାରଣ ପରିଷଦ ବୈଠକରେ ଏ ନେଇ ପ୍ରସ୍ତାବ ଗୃହୀତ ହୋଇଛି। ଏ ନେଇ କମିଟି ଗଠନ କରାଯାଇ ଡିପିଆର ପ୍ରସ୍ତୁତ କରାଯିବ। ଜାନୁଆରୀରେ ରାଜ୍ୟ ସରକାର ଓ ବିସିସିଆଇକୁ ଅବଗତ କରାଯିବ। ଉଭୟ ରାଜ୍ୟ ସରକାର ଓ ବିସିସିଆଇ ସହାୟତାରେ ପୁନରୁଦ୍ଧାର କରାଯିବ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା।

Advertisment

ସେ ଆହୁରି କହିଛନ୍ତି, ଓଡ଼ିଶା ଅଲମ୍ପିକ ଆସୋସିଏସନ ଅଧୀନରେ ଥିବା ବାରବାଟୀ ଷ୍ଟାଡିୟମ ଜମିର ଲିଜ୍‌ ଅବଧି ରାଜ୍ୟ ସରକାରଙ୍କ ସହ ଶେଷ ହୋଇଛି। ତେଣୁ ପୁନର୍ବାର ଅଲମ୍ପିକ ଆସୋସିଏସନ ଓ ଓଡ଼ିଶା କ୍ରିକେଟ ଆସୋସିଏସନ ସହ ଲିଜର ନବୀକରଣ କରିବା ପାଇଁ ଦାବି କରାଯିବ। ଅନ୍ୟପଟେ ତୃଣମୂଳ ସ୍ତରରୁ କ୍ରିକେଟର ଉନ୍ନତି ପାଇଁ ଇଣ୍ଟରସ୍କୁଲ ଟୁର୍ଣ୍ଣାମେଣ୍ଟ, କ୍ଲବ ଓ କଲେଜ ଟୁର୍ଣ୍ଣାମେଣ୍ଟ କରାଯିବ। ସେଥିରୁ ଖେଳାଳି ଚୟନ କରାଯାଇ ତାଙ୍କୁ ଏକାଡେମୀରେ ପ୍ରଶିକ୍ଷଣ ଦିଆଯିବ ବୋଲି କହିଛନ୍ତି। ଏହା ପ୍ରତି ଦୁଇ ବର୍ଷ ବ୍ୟବଧାନରେ କରାଯିବ ବୋଲି ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଥିବା ଶ୍ରୀ ବେହେରା କହିଛନ୍ତି।

Cuttack Cricket Barabati Stadium