ବାରବାଟୀ: ବାରବାଟୀ ଟି-୨୦ରେ ଉଶୃଙ୍ଖଳ ଦର୍ଶକ ହଙ୍ଗାମା କରିଛନ୍ତି। ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନରେ ନିରାଶ ହୋଇ ଦର୍ଶକ ପଡ଼ିଆ ଭିତରକୁ ପାଣି ବୋତଲ ଫିଙ୍ଗିବାରୁ ଖେଳକୁ ଦୁଇଥର ବନ୍ଦ କରିବାକୁ ପଡ଼ିଥିଲା। ଭାରତୀୟ ଦଳର ବ୍ୟାଟିଂ ଶେଷ ଆଡ଼କୁ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନରେ ଉତକ୍ଷିପ୍ତ ହୋଇ କିଛି ଦର୍ଶକ ବୋତଲ ମାଡ଼ କରିଥିଲେ। ଏହା ପରେ ଦକ୍ଷିଣ ଆଫ୍ରିକା ଦଳ ଇନିଂସ ଆରମ୍ଭ କରିଥିଲା। ଦଳ ୩ ୱିକେଟ୍ ହରାଇ ୬୩ ରନ୍ କରିଥିଲା ବେଳେ ପୁନର୍ବାର ଦର୍ଶକ ବୋତଲ ଫିଙ୍ଗିଥିଲେ। ଫଳରେ ଖେଳକୁ ବନ୍ଦ କରିବାକୁ ପଡ଼ିଥିଲା। ଉଶୃଙ୍ଖଳିତ ଆଚରଣରୁ ନିବୃତ୍ତ ରହିବା ପାଇଁ ଓସିଏର ନିବେଦନ ସତ୍ତ୍ୱେ ବୋତଲ ଫିଙ୍ଗା ଜାରି ରହିଥିଲା। ତେବେ କିଛି ସମୟ ପରେ ପୁନର୍ବାର ଖେଳ ଆରମ୍ଭ ହେବା କ୍ଷଣି ପୁଣି ବୋତଲ ଫିଙ୍ଗାଯିବାରୁ ଦ୍ୱିତୀୟ ଥର ପାଇଁ ଖେଳ ବନ୍ଦ ହୋଇଥିଲା। ଯେଉଁପଟରୁ ବୋତଲ ମାଡ ହୋଇଥିଲା ସେହି ଗ୍ୟାଲେରିକୁ ପୋଲିସ ସହଯୋଗରେ ଉଠାଯାଇଥିଲା। ତେବେ ଶେଷରେ ଖେଳ ଆରମ୍ଭ ହୋଇଥିଲା ଏବଂ ଦକ୍ଷିଣ ଆଫ୍ରିକା ୧୭ଟି ବଲ୍ ବାକିଥାଇ ୬ ୱିକେଟରେ ମ୍ୟାଚ୍ ଜିତି ନେଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।