Advertisment

ବାରବାଟୀ ଟି-ଟ୍ୱେଣ୍ଟି: ଭାରତର ପ୍ରଦର୍ଶନରେ ନିରାଶ ଦର୍ଶକଙ୍କ ବୋତଲ ମାଡ

ବାରବାଟୀ: ବାରବାଟୀ ଟି-୨୦ରେ ଉଶୃଙ୍ଖଳ ଦର୍ଶକ ହଙ୍ଗାମା କରିଛନ୍ତି। ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନରେ ନିରାଶ ହୋଇ ଦର୍ଶକ ପଡ଼ିଆ ଭିତରକୁ ପାଣି ବୋତଲ ଫିଙ୍ଗିବାରୁ ଖେଳକୁ ଦୁଇଥର ବନ୍ଦ କରିବାକୁ ପଡ଼ିଥିଲା। ଭାରତୀୟ ଦଳର ବ୍ୟାଟିଂ ଶେଷ ଆଡ଼କୁ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନରେ ଉତକ୍ଷିପ୍ତ ହୋଇ କିଛି ଦର୍ଶକ ବୋତଲ ମାଡ଼ କରିଥିଲେ। ଏହା ପରେ ଦକ୍ଷିଣ ଆଫ୍ରିକା ଦଳ ଇନିଂସ ଆରମ୍ଭ କରିଥିଲା। ଦଳ ୩ ୱିକେଟ୍ ହରାଇ ୬୩ ରନ୍ କରିଥିଲା ବେଳେ ପୁନର୍ବାର ଦର୍ଶକ […]

ଅଦ୍ୟତନ ହୋଇଛି
ବାରବାଟୀ ଟି-ଟ୍ୱେଣ୍ଟି: ଭାରତର ପ୍ରଦର୍ଶନରେ ନିରାଶ ଦର୍ଶକଙ୍କ ବୋତଲ ମାଡ

APTOPIX India South Africa Cricket

Advertisment

Sa VS indବାରବାଟୀ: ବାରବାଟୀ ଟି-୨୦ରେ ଉଶୃଙ୍ଖଳ ଦର୍ଶକ ହଙ୍ଗାମା କରିଛନ୍ତି। ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନରେ ନିରାଶ ହୋଇ ଦର୍ଶକ ପଡ଼ିଆ ଭିତରକୁ ପାଣି ବୋତଲ ଫିଙ୍ଗିବାରୁ ଖେଳକୁ ଦୁଇଥର ବନ୍ଦ କରିବାକୁ ପଡ଼ିଥିଲା। ଭାରତୀୟ ଦଳର ବ୍ୟାଟିଂ ଶେଷ ଆଡ଼କୁ ବ୍ୟାଟ୍ସମ୍ୟାନଙ୍କ ପ୍ରଦର୍ଶନରେ ଉତକ୍ଷିପ୍ତ ହୋଇ କିଛି ଦର୍ଶକ ବୋତଲ ମାଡ଼ କରିଥିଲେ। ଏହା ପରେ ଦକ୍ଷିଣ ଆଫ୍ରିକା ଦଳ ଇନିଂସ ଆରମ୍ଭ କରିଥିଲା। ଦଳ ୩ ୱିକେଟ୍ ହରାଇ ୬୩ ରନ୍ କରିଥିଲା ବେଳେ ପୁନର୍ବାର ଦର୍ଶକ ବୋତଲ ଫିଙ୍ଗିଥିଲେ। ଫଳରେ ଖେଳକୁ ବନ୍ଦ କରିବାକୁ ପଡ଼ିଥିଲା। ଉଶୃଙ୍ଖଳିତ ଆଚରଣରୁ ନିବୃତ୍ତ ରହିବା ପାଇଁ ଓସିଏର ନିବେଦନ ସତ୍ତ୍ୱେ ବୋତଲ ଫିଙ୍ଗା ଜାରି ରହିଥିଲା। ତେବେ କିଛି ସମୟ ପରେ ପୁନର୍ବାର ଖେଳ ଆରମ୍ଭ ହେବା କ୍ଷଣି ପୁଣି ବୋତଲ ଫିଙ୍ଗାଯିବାରୁ ଦ୍ୱିତୀୟ ଥର ପାଇଁ ଖେଳ ବନ୍ଦ ହୋଇଥିଲା। ଯେଉଁପଟରୁ ବୋତଲ ମାଡ ହୋଇଥିଲା ସେହି ଗ୍ୟାଲେରିକୁ ପୋଲିସ ସହଯୋଗରେ ଉଠାଯାଇଥିଲା।  ତେବେ ଶେଷରେ ଖେଳ ଆରମ୍ଭ ହୋଇଥିଲା ଏବଂ ଦକ୍ଷିଣ ଆଫ୍ରିକା ୧୭ଟି ବଲ୍ ବାକିଥାଇ ୬ ୱିକେଟରେ ମ୍ୟାଚ୍ ଜିତି ନେଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe