Advertisment

ବାରବାଟୀରେ ପାଣି ବୋତଲ ଫିଙ୍ଗା ଘଟଣାରେ ସଚିନ ଦୁଃଖିତ

କଟକ: ବାରବାଟୀରେ ଅକ୍ଟୋବର ୫ରେ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ବେଳେ ଦର୍ଶକମାନେ ପାଣି ପୋତଲ ଫୋପାଡ଼ିବା ଘଟଣାକୁ ନାପସନ୍ଦ କରିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଭାରତରତ୍ନ ସଚିନ ତେନ୍ଦୁଲକର। ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେ ବାରବାଟୀରେ ଯାହା ବି ଘଟିଗଲା ସେଥିରେ ସେ ଦୁଃଖିତ। ଏହି ଘଟଣାକୁ ଏଡ଼ାଇ ଦିଆଯାଇ ପାରି ଥାଆନ୍ତା। ଦର୍ଶକମାନେ ନିଜ କ୍ରୋଧ ଓ ନିରାଶା ଉପରେ ନିୟନ୍ତ୍ରଣ ରଖିବା ଉଚିତ୍। ପୂରା ବିଶ୍ୱର […]

ଅଦ୍ୟତନ ହୋଇଛି
ସଚିନଙ୍କୁ ଚିହ୍ନି ପାରିଲାନି ବ୍ରିଟିଶ୍ ଏୟାରୱେଜ୍

sachin

Advertisment

sachinକଟକ: ବାରବାଟୀରେ ଅକ୍ଟୋବର ୫ରେ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ବେଳେ ଦର୍ଶକମାନେ ପାଣି ପୋତଲ ଫୋପାଡ଼ିବା ଘଟଣାକୁ ନାପସନ୍ଦ କରିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଭାରତରତ୍ନ ସଚିନ ତେନ୍ଦୁଲକର। ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେ ବାରବାଟୀରେ ଯାହା ବି ଘଟିଗଲା ସେଥିରେ ସେ ଦୁଃଖିତ। ଏହି ଘଟଣାକୁ ଏଡ଼ାଇ ଦିଆଯାଇ ପାରି ଥାଆନ୍ତା। ଦର୍ଶକମାନେ ନିଜ କ୍ରୋଧ ଓ ନିରାଶା ଉପରେ ନିୟନ୍ତ୍ରଣ ରଖିବା ଉଚିତ୍। ପୂରା ବିଶ୍ୱର ନଜର ଆମ ଉପରେ ରହିଛି। ଏହି ଘଟଣା ଦ୍ୱାରା ଦେଶର ଛବି ଖରାପ ହୋଇଛି ବୋଲି ସଚିନ୍ କହିଛନ୍ତି।

Advertisment

ମାଷ୍ଟର ବ୍ଲାଷ୍ଟର ସଚିନ କହିଛନ୍ତି, ‘ଯାହା ଘଟଗଲା ତା’ଉପରେ ଚିନ୍ତା କରିବାକୁ ମୁଁ ଫ୍ୟାନମାନଙ୍କୁ ଅନୁରୋଧ କରୁଛି। ସେମାନେ କିଛି ପରିମାଣରେ ପରିପକ୍ୱତା ଦେଖାନ୍ତୁ। ନିରାଶାକୁ ପ୍ରକାଶ କରିବାର ଅନ୍ୟ ଉପାୟ ବି ରହିଛି।

ସୂଚନାଯୋଗ୍ୟ, ପ୍ରଥମେ ଧର୍ମଶାଳା ଓ ପରେ କଟକ ମ୍ୟାଚ୍ ହାରି ଭାରତୀୟ ଦଳ ଟି-ଟ୍ୱେଣ୍ଟି ସିରିଜ୍ ହାତଛଡ଼ା କରି ସାରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe