Advertisment

ରନ୍‌ ନେବା ବେଳେ ଧକ୍କା ହେବାରୁ ହେଲମେଟ୍‌ ଭାଙ୍ଗିଲା, ଆଉଟ୍‌ ହେଲେ ବ୍ୟାଟସ୍‌ମ୍ୟାନ

ମେଲବର୍ଣ୍ଣ: କ୍ରିକେଟ୍‌ରେ ଆପଣ ଅଜବ ପ୍ରକାରର ରନ୍‌ ଆଉଟ୍‌ ଦେଖିଥିବେ। ହେଲେ ଆଜି ଯେଉଁ ଭିଡିଓ ଭାଇରାଲ୍‌ ହେଉଛି, ସେଭଳି ଦୁର୍ଭାଗ୍ୟଜନକ ରନ୍‌ ଆଉଟ୍‌ ଆପଣ କେବେ ଦେଖି ନଥିବେ। ଅଷ୍ଟ୍ରେଲିଆର ଘରୋଇ ଟୁର୍ଣ୍ଣାମେଣ୍ଟ ବିଗ ବାଶ ଲିଗ୍‌ରେ ରନ୍‌ ନେବା ବେଳେ ବ୍ୟାଟସ୍‌ମ୍ୟାନ୍‌ ଓ ତାଙ୍କ ପାର୍ଟନରଙ୍କ  ମଧ୍ୟରେ ଧକ୍କା ହୋଇଥିଲା। ଏହି ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ ଜଣେ ବ୍ୟାଟସ୍‌ମ୍ୟାନ୍‌ଙ୍କ ହେଲମେଟ୍‌ ଭାଙ୍ଗି ଯାଇଥିଲା ଏବଂ ସେ ତଳେ ପଡ଼ି ରନ୍‌ ଆଉଟ୍‌ ହୋଇଯାଇଥିଲେ। […]

ରନ୍‌ ନେବା ବେଳେ ଧକ୍କା ହେବାରୁ ହେଲମେଟ୍‌ ଭାଙ୍ଗିଲା, ଆଉଟ୍‌ ହେଲେ ବ୍ୟାଟସ୍‌ମ୍ୟାନ

y

Advertisment

ମେଲବର୍ଣ୍ଣ: କ୍ରିକେଟ୍‌ରେ ଆପଣ ଅଜବ ପ୍ରକାରର ରନ୍‌ ଆଉଟ୍‌ ଦେଖିଥିବେ। ହେଲେ ଆଜି ଯେଉଁ ଭିଡିଓ ଭାଇରାଲ୍‌ ହେଉଛି, ସେଭଳି ଦୁର୍ଭାଗ୍ୟଜନକ ରନ୍‌ ଆଉଟ୍‌ ଆପଣ କେବେ ଦେଖି ନଥିବେ। ଅଷ୍ଟ୍ରେଲିଆର ଘରୋଇ ଟୁର୍ଣ୍ଣାମେଣ୍ଟ ବିଗ ବାଶ ଲିଗ୍‌ରେ ରନ୍‌ ନେବା ବେଳେ ବ୍ୟାଟସ୍‌ମ୍ୟାନ୍‌ ଓ ତାଙ୍କ ପାର୍ଟନରଙ୍କ  ମଧ୍ୟରେ ଧକ୍କା ହୋଇଥିଲା। ଏହି ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ ଜଣେ ବ୍ୟାଟସ୍‌ମ୍ୟାନ୍‌ଙ୍କ ହେଲମେଟ୍‌ ଭାଙ୍ଗି ଯାଇଥିଲା ଏବଂ ସେ ତଳେ ପଡ଼ି ରନ୍‌ ଆଉଟ୍‌ ହୋଇଯାଇଥିଲେ।

Advertisment

ସିଡନୀ ଥଣ୍ଡର ଓ ମେଲବର୍ଣ୍ଣ ରେନେଗାଡେସ୍‌ ମଧ୍ୟରେ ଚାଲିଥିବା ମ୍ୟାଚ୍‌ରେ ଏଭଳି ଘଟଣା ଘଟିଛି। ମ୍ୟାଚ୍‌ର ୧୯ତମ ଓଭର୍‌ରେ ମେଲବର୍ଣ୍ଣ ରେନେଗାଡେସ୍‌ର ଦ୍ରୁତ ବୋଲର ହ୍ୟାରୀ ଗୁରନେ ବ୍ୟାଟିଂ କରୁଥିବା ଗୁରିନ୍ଦର ସାନ୍ଧୁଙ୍କୁ ବୋଲିଂ କରିଥିଲେ।

ତେବେ ବଲ୍‌ଟି ତାଙ୍କ ଗୋଡ଼ରେ ବାଜି ଥିଲା। ଏହି ସମୟରେ ସାନ୍ଧୁ ଏକ ରନ୍‌ ନେବାକୁ ଦୌଡ଼ି ଥିଲେ। ତେବେ ହ୍ୟାରୀ ମଝିରେ ଆସିଯିବାରୁ ସାନ୍ଧୁ ତାଙ୍କ ପାର୍ଟନର ଜୋନାଥନ କୁକ୍‌ଙ୍କୁ ଦେଖି ପାରି ନଥିଲେ। ଫଳରେ ସାନ୍ଧୁ ଓ ଜୋନାଥନ ମଧ୍ୟରେ ଧକ୍କା ହୋଇଥିଲା।

Advertisment

ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ ଜୋନାଥନଙ୍କ ହେଲମେଣ୍ଟ ଭାଙ୍ଗି ଯାଇଥିଲା ଏବଂ ସେ ତଳେ ପଡ଼ି ଯାଇଥିଲେ। ହ୍ୟାରୀ ଏହି ସମୟରେ ବଲ୍‌ଟିକୁ ଧରିବା ସହ ବେଶ ଆରାମରେ ରନ୍‌ ଆଉଟ୍‌ କରିଦେଇଥିଲେ। ଜୋନାଥନ ରନ୍‌ ଆଉଟ୍‌ ହୋଇ ପ୍ୟାଭିଲିୟନ୍ ଫେରିଥିଲେ। ଏବେ ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ଦେଖନ୍ତୁ ଭିଡିଓ
https://twitter.com/i/status/1090595284868952064

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe