Advertisment

INDvsSA: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଦଳ ଘୋଷଣା; ରାହୁଲ ନେବେ ନେତୃତ୍ୱ, ଟିମ୍‌ରେ କେଉଁମାନେ ପାଇଲେ ସ୍ଥାନ ଜାଣନ୍ତୁ

ଶୁବମନ ଗିଲଙ୍କ ଭଳି ଆହତ କାରଣରୁ ଶ୍ରେୟସ ଆୟର ମଧ୍ୟ ଟିମ୍‌ରେ ସ୍ଥାନ ପାଇ ନାହାନ୍ତି। ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜଙ୍କୁ ବିଶ୍ରାମ ଦିଆଯାଇଛି। ଆହତ ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ଫେରିପାରି ନାହାନ୍ତି।

Rahul
Advertisment

ଦକ୍ଷିଣ ଆଫ୍ରିକା ବିପକ୍ଷ ୩ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ରବିବାର ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ। ଆହତ ଅଧିନାୟକ ଶୁବମନ ଗିଲଙ୍କ ଅନୁପସ୍ଥିତିରେ କେଏଲ ରାହୁଲ ନେବେ ଦଳର ନେତୃତ୍ୱ। ଦଳରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ସ୍ଥାନ ମିଳିଥିବା ବେଳେ ଫେରିଛନ୍ତି ରବୀନ୍ଦ୍ର ଜାଡେଜା, ଋତୁରାଜ ଗାଏକ୍ୱାଡ୍‌ ଓ ତିଲକ ବର୍ମା। 

Advertisment

ଅକ୍ଷର ପଟେଲଙ୍କ ସ୍ଥାନରେ ଜାଡେଜାଙ୍କୁ ଅଣାଯାଇଛି। ଅକ୍ଷରଙ୍କୁ ଏହି ସରିଜ୍ ପାଇଁ ବିଶ୍ରାମ ଦିଆଯାଇଛି। ଗତ ମାସରେ ଅଷ୍ଟ୍ରେଲିଆ ଗସ୍ତରେ ରବୀନ୍ଦ୍ର ଜାଡେଜାଙ୍କୁ ଦଳରେ ସାମିଲ କରାଯାଇ ନଥିଲା। ସେହିପରି ଋତୁରାଜ ଗାଏକ୍ୱାଡ୍‌ ଓ ତିଲକ ବର୍ମା ୨୦୨୩ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ବିରୋଧରେ ସେମାନଙ୍କ ଶେଷ ଦିନିକିଆ ମ୍ୟାଚ୍ ଖେଳିଥିଲେ। ଏବେ ପୁଣି ସେହି ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ଟିମ୍‌କୁ ଫେରିଛନ୍ତି ଏହି ଦୁଇ ଯୁବ ଖେଳାଳି।

ଶୁବମନ ଗିଲଙ୍କ ଭଳି ଆହତ କାରଣରୁ ଶ୍ରେୟସ ଆୟର ମଧ୍ୟ ଟିମ୍‌ରେ ସ୍ଥାନ ପାଇ ନାହାନ୍ତି। ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜଙ୍କୁ ବିଶ୍ରାମ ଦିଆଯାଇଛି। ଆହତ ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ଫେରିପାରି ନାହାନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍‌ରେ ସେ ଦଳକୁ ଫେରିବେ ବୋଲି କୁହାଯାଉଛି। ସେହିପରି ମହମ୍ମଦ ଶାମିଙ୍କୁ ନେଇ ବହୁ ବିବାଦ ହୋଇଥିବା ସତ୍ତ୍ୱେ ତାଙ୍କୁ ଏଥର ମଧ୍ୟ ଟିମ୍‌ରେ ସାମିଲ କରାଯାଇନାହିଁ। ତେଣୁ ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟରକୁ ନେଇ ପ୍ରଶ୍ନ ଉଠିଛି। 

Advertisment

ନଭେମ୍ବର ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜ୍ ପାଇଁ ୧୫ ଜଣିଆ ଭାରତୀୟ ଦଳରେ ସାମିଲ ହୋଇଥିବା ଖେଳାଳିମାନେ ହେଉଛନ୍ତି- ରୋହିତ ଶର୍ମା, ଯଶସ୍ୱୀ ଜୈସୱାଲ, ବିରାଟ କୋହଲି, ତିଲକ ବର୍ମା, କେଏଲ ରାହୁଲ (ଅଧିନାୟକ/ୱିକେଟ୍ କିପର), ଋଷଭ ପନ୍ତ (ୱିକେଟ୍ କିପର), ୱାଶିଂଟନ ସୁନ୍ଦର, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ନୀତୀଶ କୁମାର ରେଡ୍ଡୀ, ହର୍ଷିତ ରାଣା, ଋତୁରାଜ ଗାଏକ୍ୱାଡ, ପ୍ରସିଦ୍ଧ କୃଷ୍ଣ, ଅର୍ଶଦୀପ ସିଂହ ଓ ଧ୍ରୁବ ଜୁରେଲ।

ଦିନିକିଆରେ ଟିମ୍‌ର ନେତୃତ୍ୱ ନେବା ରାହୁଲଙ୍କ ପାଇଁ ନୂଆ ନୁହେଁ। ୨୦୨୨ରୁ ୨୦୨୩ ମଧ୍ୟରେ କେଏଲ ରାହୁଲ ୧୨ଟି ଦିନିକିଆ ମ୍ୟାଚ୍‌ରେ ଭାରତର ନେତୃତ୍ୱ ନେଇଛନ୍ତି।

ଟେଷ୍ଟ ସିରିଜ ଶେଷ ହେବା ପରେ ନଭେମ୍ବର ୩୦ ତାରିଖରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ଟି ଦିନିକିଆ ମ୍ୟାଚ୍ ଖେଳାଯିବ। ୩୦ ତାରିଖରେ ପ୍ରଥମ ମ୍ୟାଚ୍ ରାଞ୍ଚିରେ ଖେଳାଯିବାକୁ ଥିବା ବେଳେ ଡିସେମ୍ବର ୩ରେ ରାୟପୁରରେ ଦ୍ୱିତୀୟ ଓ ଡିସେମ୍ବର ୬ରେ ବିଶାଖାପଟନମରେ ତୃତୀୟ ଦିନିକିଆ ମ୍ୟାଚ୍ ଖେଳାଯିବ। 

ଗତକାଲିଠାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟସ୍ଥ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ପ୍ରଥମ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ଜିତିଥିବା ବେଳେ ଏହି ମ୍ୟାଚ୍ ଜିତିବା ଭାରତ ପାଇଁ ଜରୁରୀ। ପୂରା ଦୁଇ ଦିନ ଖେଳି ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୪୯୮ ରନ୍ କରିଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe