ମୁମ୍ବାଇ: ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ବିଜୟର ଲାଭ କେବଳ ଖେଳାଳି ଓ ମ୍ୟାନେଜ୍ମେଣ୍ଟ ଷ୍ଟାଫ୍ଙ୍କୁ ମିଳିନାହିଁ, ଚୟନ କମିଟି ସଦସ୍ୟଙ୍କୁ ବି ମିଳିଛି। ଚୟନ କମିଟିର ପ୍ରତ୍ୟେକ ସଦସ୍ୟଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଏ ଦିଆଯିବ। ଗତକାଲି ବିସିସିଆଇ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଚୟନ କମିଟିରେ ୫ ଜଣ ସଦସ୍ୟ ଅଛନ୍ତି।
ସୂଚନାଯୋଗ୍ୟ, ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଟେଷ୍ଟ୍ ସିରିଜ୍ ଜିତିଥିଲା। ୪ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍କୁ ଦଳ ୨-୧ରେ ଜିତି ଥିଲା। ସେହିପରି ୩ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍କୁ ମଧ୍ୟ ଭାରତ ହାତେଇ ଥିଲା। ଏହି ସିରିଜ୍ରେ ଦଳ ୨-୧ରେ ବିଜୟୀ ହୋଇଥିଲା। ଅଷ୍ଟ୍ରେଲିଆରେ ଏହା ଥିଲା ଭାରତର ପ୍ରଥମ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍ ବିଜୟ।
ଐତିହାସିକ ଟେଷ୍ଟ୍ ସିରିଜ୍ ଜିତିବା ପରେ ବିସିସିଆଇ ଭାରତୀୟ ଟିମ୍ ଓ ମ୍ୟାନେଜମେଣ୍ଟ ଷ୍ଟାଫ୍ଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
କର୍ଣ୍ଣାଟକା କଂଗ୍ରେସ କନ୍ଦଳ ଆହୁରି ଘନେଇଲା
ରାଜନୀତିକ ସମୀକ୍ଷକଙ୍କ ମତରେ ଶିବକୁମାର ମୁଖ୍ୟମନ୍ତ୍ରୀ ହେବାକୁ ଲକ୍ଷ୍ୟ ରଖିଥିବାରୁ ଦଳର ରାଜ୍ୟର ସଭାପତି ପଦରୁ ଇସ୍ତଫା ଦେବାକୁ ମନା କରି ଦେଇଛନ୍ତି। କାରଣ ସେ ଜାଣିଛନ୍ତି ଯେ ସଭାପତି ପଦ ଛାଡ଼ିଦେଲେ ଦଳରେ ତାଙ୍କର ସ୍ଥିତି ଦୁର୍ବଳ ହୋଇଯିବ।

National
ଗୋଟିଏ ମରାଠୀ ଗୀତ ଯୋଗୁ କାହିଁକି ପତ୍ନୀଙ୍କୁ ହତ୍ୟା କରିଥିଲେ ରାକେଶ?
ରାକେଶ ନିଜ ଆଡ଼ୁ ଗୌରୀଙ୍କ ଭାଇଙ୍କୁ ଫୋନ କରି ହତ୍ୟା ସମ୍ପର୍କରେ ସୂଚନା ଦେଇଥିଲେ। ରାକେଶଙ୍କୁ ପୁଲିସ୍ ଏପ୍ରିଲ ୨ରେ ଗିରଫ କରିଥିଲା।

National
ଏୟାର ଫୋର୍ସ ଇଞ୍ଜିନିୟରଙ୍କ ମୃତ୍ୟୁ: ଲୁଟ ପାଇଁ ହତ୍ୟା ନା ଯୋଜନାବଦ୍ଧ ଷଡ଼ଯନ୍ତ୍ର?
ଗୁଳି ମାଡ଼ର ଶବ୍ଦ ଯେମିତି କେହି ଶୁଣି ନ ପାରିବେ, ସେଥିପାଇଁ ହତ୍ୟାକାରୀ ପିସ୍ତଲରେ ସାଇଲେନ୍ସର ଲଗାଇଥିଲା। ଏଥିପାଇଁ ସେ ପୂର୍ବରୁ ପ୍ରସ୍ତୁତି କରିଥିଲା।

National
ପତ୍ନୀ ଜୀବିତ, ହେଲେ କାହିଁକି ହତ୍ୟା ଅଭିଯୋଗରେ ସ୍ୱାମୀଙ୍କୁ ଯିବାକୁ ପଡ଼ିଥିଲା ଜେଲ?
ପୁଲିସ୍ ବେଟ୍ଟାଦାରାପୁରା ଠାବ କରିଥିବା କଙ୍କାଳ କାହାର? କାହିଁକି ପୁଲିସ୍ ମିଥ୍ୟା ଓ ତ୍ରୁଟିପୂର୍ଣ୍ଣ ଚାର୍ଜଶିଟ ଦାଖଲ କରିଥିଲା?

National
ଜୀବନ ସାଥୀ ଖୋଜୁଥିବା ଅବସରପ୍ରାପ୍ତ କର୍ଣ୍ଣେଲ କେମିତି ସର୍ବସ୍ୱ ହରାଇଲେ?
ଜୀବନ ସାଥୀ ଖୋଜୁଥିବା ଅବସରପ୍ରାପ୍ତ କର୍ଣ୍ଣେଲଙ୍କୁ ବ୍ଲାକମେଲ କରାଯାଇଛି। ତାଙ୍କୁ ମାଡ଼ ମାରି ଜଣେ ମହିଳା ଓ ତାଙ୍କ ସହଯୋଗୀ ମଥୁରାରେ ଲୁଟ କରିଛନ୍ତି।