ଏମାନଙ୍କୁ ବି ମିଳିବ ଅଷ୍ଟ୍ରେଲିଆରେ ଐତିହାସିକ ବିଜୟର ଲାଭ

ମୁମ୍ବାଇ: ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ବିଜୟର ଲାଭ କେବଳ ଖେଳାଳି ଓ ମ୍ୟାନେଜ୍‌ମେଣ୍ଟ ଷ୍ଟାଫ୍‌ଙ୍କୁ ମିଳିନାହିଁ, ଚୟନ କମିଟି ସଦସ୍ୟଙ୍କୁ ବି ମିଳିଛି। ଚୟନ କମିଟିର ପ୍ରତ୍ୟେକ ସଦସ୍ୟଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଏ ଦିଆଯିବ। ଗତକାଲି ବିସିସିଆଇ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଚୟନ କମିଟିରେ ୫ ଜଣ ସଦସ୍ୟ ଅଛନ୍ତି। ସୂଚନାଯୋଗ୍ୟ, ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଟେଷ୍ଟ୍ ସିରିଜ୍ ଜିତିଥିଲା।  ୪ଟି ମ୍ୟାଚ୍ ବିଶିଷ୍ଟ […]

bcci

Rakesh Mallick
  • Published: Wednesday, 30 January 2019
  • , Updated: 30 January 2019, 10:16 AM IST

ମୁମ୍ବାଇ: ଅଷ୍ଟ୍ରେଲିଆରେ ଭାରତର ଐତିହାସିକ ବିଜୟର ଲାଭ କେବଳ ଖେଳାଳି ଓ ମ୍ୟାନେଜ୍‌ମେଣ୍ଟ ଷ୍ଟାଫ୍‌ଙ୍କୁ ମିଳିନାହିଁ, ଚୟନ କମିଟି ସଦସ୍ୟଙ୍କୁ ବି ମିଳିଛି। ଚୟନ କମିଟିର ପ୍ରତ୍ୟେକ ସଦସ୍ୟଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଏ ଦିଆଯିବ। ଗତକାଲି ବିସିସିଆଇ ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଚୟନ କମିଟିରେ ୫ ଜଣ ସଦସ୍ୟ ଅଛନ୍ତି।

ସୂଚନାଯୋଗ୍ୟ, ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଟେଷ୍ଟ୍ ସିରିଜ୍ ଜିତିଥିଲା।  ୪ଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍‌କୁ ଦଳ ୨-୧ରେ ଜିତି ଥିଲା। ସେହିପରି ୩ଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌କୁ ମଧ୍ୟ ଭାରତ ହାତେଇ ଥିଲା। ଏହି ସିରିଜ୍‌ରେ ଦଳ ୨-୧ରେ ବିଜୟୀ ହୋଇଥିଲା। ଅଷ୍ଟ୍ରେଲିଆରେ ଏହା ଥିଲା ଭାରତର ପ୍ରଥମ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍‌ ବିଜୟ।

ଐତିହାସିକ ଟେଷ୍ଟ୍‌ ସିରିଜ୍‌ ଜିତିବା ପରେ ବିସିସିଆଇ ଭାରତୀୟ ଟିମ୍‌ ଓ ମ୍ୟାନେଜମେଣ୍ଟ ଷ୍ଟାଫ୍‌ଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଥିଲା।

 

Related story