Advertisment

T20 World Cup : ୨୦୨୬ ଟିଟ୍ୱେଣ୍ଟି ବିଶ୍ୱକପ୍‌ ଟିମ୍ ଘୋଷଣା; ଗିଲ୍ ବାଦ୍‌, ଫେରିଲେ ଈଶାନ

ଟିଟ୍ୱେଣ୍ଟିରେ ଶୁବମନ ଗିଲଙ୍କ ପ୍ରଦର୍ଶନ ଭଲ ରହୁ ନଥିବା ଯୋଗୁ ସେ ଚୟନକର୍ତ୍ତାମାନଙ୍କ ଆସ୍ଥାଭାଜନ ହୋଇପାରିନାହାନ୍ତି। ଚଳିତ ବର୍ଷ ତାଙ୍କର ପ୍ରଦର୍ଶନ ପାଇଁ ସେ ସମାଲୋଚିତ ହୋଇଛନ୍ତି।

Gill23

Shubman Gill

Advertisment

୨୦୨୬ ଟିଟ୍ୱେଣ୍ଟି ବିଶ୍ୱକପ୍‌ ପାଇଁ ଶନିବାର ବିସିସିଆଇ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ସୂର୍ଯ୍ୟ କୁମାର ଯାଦବ ଏହି ଟିମ୍‌ର ନେତୃତ୍ୱ ନେବାକୁ ଥିବା ବେଳେ ଏଥିରେ ସ୍ଥାନ ପାଇ ନାହାନ୍ତି ଭାରତୀୟ ଦିନିକିଆ ଓ ଟେଷ୍ଟ ଅଧିନାୟକ ତଥା ଟିଟ୍ୱେଣ୍ଟି ଉପ-ଅଧିନାୟକ  ଶୁବମନ ଗିଲ। ଖରାପ ପ୍ରଦର୍ଶନ ଯୋଗୁ ତାଙ୍କୁ ବାଦ୍ ଦିଆଯାଇଛି।  ଅକ୍ଷର ପଟେଲଙ୍କୁ ଦଳର ଉପ-ଅଧିନାୟକ କରାଯାଇଛି। 

Advertisment

ଟିମ୍‌କୁ ଫେରିଛନ୍ତି ଈଶାନ କିଶନ ଓ ରିଙ୍କୁ ସିଂହ। ସୟଦ ମୁସ୍ତାକ ଅଲୀ ଟ୍ରଫିରେ ପ୍ରଭାବଶାଳୀ ପ୍ରଦର୍ଶନ ପରେ ସେମାନଙ୍କୁ ୨୦୨୬ ଟିଟ୍ୱେଣ୍ଟି ବିଶ୍ୱକପ୍‌ ଟିମ୍‌ରେ ସାମିଲ କରାଯାଇଛି। ଈଶାନ କିଶନଙ୍କୁ ଦ୍ୱିତୀୟ ୱିକେଟ୍ କିପର ଭାବେ ସାଞ୍ଜୁ ସାମସନ୍‌ଙ୍କ ସହିତ ଟିମ୍‌ରେ ସାମିଲ କରାଯାଇଛି। ଶେଷଥର ପାଇଁ ଈଶାନ କିଶନ ୨୦୨୩ ନଭେମ୍ବରରେ ଅଷ୍ଟ୍ରେଲିଆ ବିରୋଧରେ ଏକ ଟିଟ୍ୱେଣ୍ଟି ମ୍ୟାଚ୍ ଖେଳିଥିଲେ। ସେହିପରି ୨୦୨୩ଠାରୁ ସେ ଦିନିକିଆ ଓ ଟେଷ୍ଟ ଟିମ୍‌ରେ ବି ସାମିଲ ହୋଇନାହାନ୍ତି। ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଈଶାନ ୧୦ଟି ଇନିଂସରୁ ୫୧୭ ରନ୍ କରିବା ପରେ ତାଙ୍କୁ ଟିଟ୍ୱେଣ୍ଟି ବିଶ୍ୱକପ୍‌ ପାଇଁ ଟିମ୍‌ରେ ନିଆଯାଇଛି। ସୟଦ ମୁସ୍ତାକ ଅଲୀ ଟ୍ରଫି ଫାଇନାଲ ମ୍ୟାଚ୍‌ରେ ସେ ୪୯ଟି ବଲ୍‌ର  ୧୦୧ ରନ୍ କରିଥିଲେ। ଫଳରେ ଝାରଖଣ୍ଡ ୬୯ ରନ୍‌ରେ ହରିୟାଣାକୁ ହରାଇ ପ୍ରଥମ ଥର ପାଇଁ ଏହି ଟାଇଟଲ ହାତେଇ ଥିଲା।  

ଜିତେଶ ଶର୍ମା ନିରାଶ ହୋଇଛନ୍ତି। ୨୦୨୬ ଟିଟ୍ୱେଣ୍ଟି ବିଶ୍ୱକପ୍‌ ପାଇଁ ଘୋଷଣା କରାଯାଇଥିବା ଟିମ୍‌ରେ ତାଙ୍କ ନାଁ ନାହିଁ। ନିକଟରେ ଶେଷ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟିଟ୍ୱେଣ୍ଟି ସିରିଜ୍‌ରେ କଟକରେ ଖେଳା ଯାଇଥିବା ମ୍ୟାଚ୍‌ରେ ସେ ଅପରାଜିତ ୧୦ ରନ୍ କରିଥିବା ବେଳେ ନ୍ୟୁ ଜଣ୍ଡିଗଡ଼ରେ ୨୭ ରନ୍ କରିଥିଲେ। 

Advertisment

ଟିଟ୍ୱେଣ୍ଟିରେ ଶୁବମନ ଗିଲଙ୍କ ପ୍ରଦର୍ଶନ ଭଲ ରହୁ ନଥିବା ଯୋଗୁ ସେ ଚୟନକର୍ତ୍ତାମାନଙ୍କ ଆସ୍ଥାଭାଜନ ହୋଇପାରିନାହାନ୍ତି। ଚଳିତ ବର୍ଷ ତାଙ୍କର ପ୍ରଦର୍ଶନ ପାଇଁ ସେ ସମାଲୋଚିତ ହୋଇଛନ୍ତି। ୧୫ଟି ମ୍ୟାଚ୍‌ରୁ ସେ ୨୪.୨୫ ଆଭେରେଜରେ ମାତ୍ର ୨୯୧ ରନ୍ କରିଛନ୍ତି। ତା’ ମଧ୍ୟରେ ଗୋଟିଏ ଅର୍ଦ୍ଧଶତକ ନାହିଁ। ନିକଟରେ ଦକ୍ଷିଣ ଆଫ୍ରିକା ବିରୋଧରେ ଖେଳା ଯାଇଥିବା ଟିଟ୍ୱେଣ୍ଟି ସିରିଜ୍‌ରେ ୫ଟି ମ୍ୟାଚ୍‌ରୁ ଗିଲ୍‌ ୩ଟିରେ ଖେଳି ଥିଲେ। ପାଦରେ ଆଘାତ ଯୋଗୁ ଶେଷ ଦୁଇଟି ମ୍ୟାଚ୍‌ରେ ସେ ଟିମ୍‌ରେ ନଥିଲେ। ଖେଳିଥିବା ୩ଟି ମ୍ୟାଚ୍‌ରେ ସେ ୩୨ ରନ୍ କରିଥିଲେ। ଟେଷ୍ଟ ଓ ଦିନିକିଆରେ ଗିଲ୍‌ଙ୍କ ପ୍ରଦର୍ଶନ ଭଲ  ଥିବା ବେଳେ ଟିଟ୍ୱେଣ୍ଟି ଫର୍ମାଟରେ ସେ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି। 

ଟିମ୍‌ରେ ଅଭିଷେକ ଶର୍ମା ଅଛନ୍ତି। ଭାରତ ପାଇଁ ସେ ପ୍ରଥମ ଥର ବିଶ୍ୱକପ୍ ଖେଳିବାକୁ ଯାଉଛନ୍ତି। 

ଅଧିନାୟକ ସୂର୍ଯ୍ୟ କୁମାର ଯାଦବଙ୍କ ନେତୃତ୍ୱରେ ଘୋଷଣା କରାଯାଇଥିବା ଟିମ୍‌ରେ ଅଭିଷେକ ଶର୍ମା, ସଞ୍ଜୁ ସାମସନ (ୱିକେଟ କିପର), ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା,ଶିବମ ଦୁବେ, ଅକ୍ଷର ପଟେଲ (ଉପ-ଅଧିନାୟକ), ରିଙ୍କୁ ସିଂହ, ଯଶପ୍ରୀତ ବୁମ୍ରା, ଅର୍ଶଦୀପ ସିଂହ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ୱାଶିଂଟନ ସୁନ୍ଦର ଓ ଈଶାନ କିଶନ (ୱିକେଟ କିପର)।   

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe