Advertisment

OCA ରେ ପୁଣି ବୟସ ଜାଲିଆତି; ସୁମିତ ଶର୍ମା ଦୁଇ ବର୍ଷ ବାସନ୍ଦ

ସୁମିତ ରଣଜୀ ଦଳରୁ ବିଦା ହେବା ପରେ ତାଙ୍କ ସ୍ଥାନରେ ତାରିଣୀ ଶା’ଙ୍କୁ ସ୍ଥାନ ମିଳିଛି। ଆସନ୍ତାକାଲିଠାରୁ ଓଡିଶା ଦଳ ବରୋଦା ବିପକ୍ଷରେ ରଣଜୀ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଏଭଳି ବୟସ ଜାଲିଆତି ଘଟଣା ନୂଆ ବିବାଦ ସୃଷ୍ଟି କରିଛି।

ଅଦ୍ୟତନ ହୋଇଛି
OCA

OCA

Advertisment

ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌(ଓସିଏ)ରେ ପୁଣି ବୟସ ଜାଲିଆତି ଅଭିଯୋଗ। ରଣଜୀ ଦଳର ସ୍ଥାନ ପାଇଥିବା ସୁମିତ ଶର୍ମାଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କଲା ବିସିସିଆଇ। ସେ ଏହି ଦୁଇ ବର୍ଷ ଯାଏ କୌଣସି ପ୍ରକାରର ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳିବାର ସୁଯୋଗ ପାଇବେ ନାହିଁ। 

Advertisment

ପୂର୍ବରୁ ବିଭିନ୍ନ ଟୁର୍ଣ୍ଣାମେଣ୍ଟ ସମୟରେ ଦେଇଥିବା ବୟସ ପ୍ରମାଣ ପତ୍ର ଓ ବର୍ତ୍ତମାନ ରଣଜୀ ଦଳ ପାଇଁ ଦେଇଥିବା ବୟସ ପ୍ରମାଣପତ୍ରରେ ତାଳମେଳ ନଥିବାରୁ ଧରାପଡି ଯାଇଥିଲେ ସୁମିତ। ଏଥିପାଇଁ ବିସିସିଆଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। 

ସୁମିତ ରଣଜୀ ଦଳରୁ ବିଦା ହେବା ପରେ ତାଙ୍କ ସ୍ଥାନରେ ତାରିଣୀ ଶା’ଙ୍କୁ ସ୍ଥାନ ମିଳିଛି। ଆସନ୍ତାକାଲିଠାରୁ ଓଡ଼ିଶା ଦଳ ବରୋଦା ବିପକ୍ଷରେ ରଣଜୀ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଏଭଳି ବୟସ ଜାଲିଆତି ଘଟଣା ନୂଆ ବିବାଦ ସୃଷ୍ଟି କରିଛି।

Advertisment

ଓଡ଼ିଶା କ୍ରିକେଟ ଆସୋସିଏସନରେ କ୍ରିକେଟରଙ୍କ ବୟସ ଜାଲିଆତି ଘଟଣା ନୂଆ ନୁହେଁ। ଏମିତି କି ବୟସ ଜାଲିଆତିକୁ ନେଇ ସିବିଆଇ ତଦନ୍ତ କରିବା ପରେ ଉଭୟ ପୁରୁଷ ଓ ମହିଳା ଦଳର ୨୦ରୁ ଅଧିକ ଖେଳାଳିଙ୍କୁ ବାସନ୍ଦ କରାଯାଇଥିଲା। ବୟସ ଜାଲିଆତିଙ୍କୁ ରୋକିବା ପାଇଁ ମୋବାଇଲ ଆପ୍ଲିକେସନର ବ୍ୟବସ୍ଥା ମଧ୍ୟ OCA କରିଛି। ତଥାପି ବାରମ୍ବାର ଓଡ଼ିଶା ଟିମରୁ ବୟସ ଜାଲିଆତି ଖବର ଆସିଛି। 

ଏବେ ଏହି ବୟସ ଜାଲିଆତିରେ ସୁମିତ ଶର୍ମାଙ୍କ ନାଁ ଯୋଡ଼ି ହୋଇଯାଇଛି। ନିକଟରେ ୨୦୨୩-୨୪ ସିଜିନ୍ ରଣଜୀ ଟ୍ରଫି ପାଇଁ ୧୫ ଜଣିଆ ସିନିୟର ପୁରୁଷ ଦଳ ଘୋଷଣା କରାଯାଇଥିଲା। ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଘୋଷଣା ହୋଇଥିବା ଦଳରେ ସୁମିତ ଶର୍ମା ରହିଥିଲେ। ସେହିପରି ଶାନ୍ତନୁ ମିଶ୍ରଙ୍କୁ ଅଧିନାୟକ କରାଯାଇଛି। ଏବେ ସୁମିତଙ୍କ ସ୍ଥାନରେ ତାରିଣୀଙ୍କୁ ସୁଯୋଗ ମିଳିଛି। 

ସଂଶୋଧିତ ଓଡ଼ିଶା ଟିମ୍‌ରେ ଅନୁରାଗ ଷଡ଼ଙ୍ଗୀ, ସନ୍ଦୀପ ପଟ୍ଟନାୟକ, ଶୁଭ୍ରାଂଶୁ ସେନାପତି, କାର୍ତ୍ତିକ ବିଶ୍ୱାଳ, ସୂର୍ଯ୍ୟକାନ୍ତ ପ୍ରଧାନ, ଗୋବିନ୍ଦ ପୋଦ୍ଦାର, ପ୍ରୟାସ ସିଂହ, ତାରିଣୀ ଶା’, ସୁନୀଲ କୁମାର ରାଉଳ, ଆଶୀର୍ବାଦ ସ୍ୱାଇଁ (ୱିକେଟ୍ କିପର), ରାଜେଶ ଧୂପର (ୱିକେଟ୍ କିପର), ଜୟନ୍ତ ବେହେରା, ରାଜେଶ ମହାନ୍ତି ଓ ଦେବବ୍ରତ ପ୍ରଧାନ ରହିଛନ୍ତି। 

ଜାନୁଆରୀ ୫ ତାରିଖରୁ ଓଡ଼ିଶା ତା’ର ରଣଜୀ ଅଭିଯାନ ଆରମ୍ଭ କରିବ। ପ୍ରଥମ ମ୍ୟାଚ୍ ବରୋଦା ବିପକ୍ଷରେ ରହିଛି। ଏହି ବରୋଦାରେ ଖେଳା ଯିବ।

ଦ୍ୱିତୀୟ ମ୍ୟାଚ୍ ମଧ୍ୟ ପ୍ରଦେଶ ବିପକ୍ଷରେ ଜାନୁଆରୀ ୧୨ ତାରିଖରୁ ଆରମ୍ଭ ହେବ। ଏହା ଗ୍ୱାଲିୟରରେ ଖେଳା ଯିବ। ସେହିପରି ତୃତୀୟ ମ୍ୟାଚ୍ ଜମ୍ମୁ ଓ କଶ୍ମୀର ବିପକ୍ଷରେ ଥିବା ବେଳେ ଜାନୁଆରୀ ୧୯ରୁ ଏହା କଟକର ଡ୍ରିମ୍ସ କ୍ରିକେଟ୍‌ ଗ୍ରାଉଣ୍ଡରେ ଖେଳାଯିବ। ଜାନୁଆରୀ ୨୬ରୁ ଦଳ ହିମାଚଳ ପ୍ରଦେଶ ବିପକ୍ଷରେ ଡ୍ରିମ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ତା’ର ଚତୁର୍ଥ ମ୍ୟାଚ୍ ଖେଳିବ।

ପଞ୍ଚମ ମ୍ୟାଚ୍‌ରେ ଦଳ ପଣ୍ଡିଚେରୀକୁ ଭେଟିବ। ଫେବ୍ରୁଆରୀ ୨ ତାରିଖରୁ ଏହି ମ୍ୟାଚ୍‌ କଟକର ବାରବାଟୀ ଷ୍ଟାଡିୟମରେ ଖେଳା ଯିବ। ସେହିପରି ଷଷ୍ଠ ମ୍ୟାଚ୍‌ରେ ଦଳ ଉତ୍ତରାଖଣ୍ଡକୁ ଭେଟିବ। ଏହି ମୁକାବିଲା କଟକର ବାରବାଟୀ ଷ୍ଟାଡିୟମରେ ଫେବ୍ରୁଆରୀ ୯ ତାରିଖରୁ ଆରମ୍ଭ ହେବ। ସେହିପରି ଓଡ଼ିଶା ଦଳ ତା’ର ସପ୍ତମ ମ୍ୟାଚ୍‌ରେ ଦିଲ୍ଲୀକୁ ଭେଟିବ। ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ।

Bcci Cuttack Oca
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe