ଘରକୁ ଫେରିଲେ ଦାଦା

ନୂଆଦିଲ୍ଲୀ: ହସ୍ପିଟାଲରୁ ଡିସଚାର୍ଜ ହେଲେ ଦାଦା। ଦ୍ୱିତୀୟଥର ଆଞ୍ଜିଓପ୍ଲାଷ୍ଟି ପରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଚିକିତ୍ସା ଲାଗି ଗତ ୨୭ ତାରିଖରେ ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତ୍ରିପୁଲ ଭେସେଲ ରୋଗରେ ପୀଡିତ ଥିବା ଗାଙ୍ଗୁଲିଙ୍କ ସେଠାରେ ଦ୍ୱିତୀୟ ଥର ପାଇଁ ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ଏଥିସହ ପୁଣିଥରେ ତାଙ୍କର ୨ଟି ଷ୍ଟେନଟିଂ କରାଯାଇଥିଲା। ହସ୍ପିଟାଲରେ […]

sourav

sourav

Madhupriya Mistry
  • Published: Sunday, 31 January 2021
  • Updated: 31 January 2021, 12:33 PM IST

Sports

Latest News

ନୂଆଦିଲ୍ଲୀ: ହସ୍ପିଟାଲରୁ ଡିସଚାର୍ଜ ହେଲେ ଦାଦା। ଦ୍ୱିତୀୟଥର ଆଞ୍ଜିଓପ୍ଲାଷ୍ଟି ପରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଚିକିତ୍ସା ଲାଗି ଗତ ୨୭ ତାରିଖରେ ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ତ୍ରିପୁଲ ଭେସେଲ ରୋଗରେ ପୀଡିତ ଥିବା ଗାଙ୍ଗୁଲିଙ୍କ ସେଠାରେ ଦ୍ୱିତୀୟ ଥର ପାଇଁ ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ଏଥିସହ ପୁଣିଥରେ ତାଙ୍କର ୨ଟି ଷ୍ଟେନଟିଂ କରାଯାଇଥିଲା। ହସ୍ପିଟାଲରେ ୪ଦିନ ଡାକ୍ତରଙ୍କ ଦେଖାରେଖାରେ ଚିକିତ୍ସା ହେବା ପରେ ଆଜି ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସେ ପୁରାପୁରି ସୁସ୍ଥ ଥିବା ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର କହିଛନ୍ତି।


ପୂର୍ବରୁ ମଧ୍ୟ ଜାନୁଆରୀ ୨ ତାରିଖରେ ଘରେ ବ୍ୟାୟମ କରୁଥିବା ସମୟରେ ସୌରଭ ଗାଙ୍ଗୁଲି ଅସୁସ୍ଥ ହୋଇପଡିଥିଲେ। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଉଡଲାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ତାଙ୍କ ହାର୍ଟରେ ବ୍ଲକେଜ ଥିବା ଜଣାପଡିଥିଲା। ଏହାପରେ ସେଠାରେ ତାଙ୍କର ପ୍ରଥମ ଆଞ୍ଜିଓପ୍ଲାଷ୍ଟି ହେବା ସହ ଷ୍ଟେନ ଲଗାଯାଇଥିଲା। ପରେ ଜାନୁଆରୀ ୭ ତାରିଖରେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ। କିଛି ଦିନ ସମ୍ପୂର୍ଣ୍ଣ ବିଶ୍ରାମ କରିବାକୁ ଦାଦାଙ୍କୁ ଡାକ୍ତର ପରାମର୍ଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos