Advertisment

ଆଇପିଏଲକୁ ଆନୁଷ୍ଠାନିକ ଭାବେ ସ୍ଥଗିତ କଲା ବିସିସିଆଇ

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ର ୧୩ଶ ସଂସ୍କରଣକୁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ସସପେଣ୍ଡ ବା ସ୍ଥଗିତ କରିଦିଆଯାଇଛି। ଏ ନେଇ ଗୁରୁବାର ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ପକ୍ଷରୁ ସୂଚନା ଦିଆଯାଇଛି। ବୋର୍ଡ ମଧ୍ୟ ଏ ସମ୍ବନ୍ଧରେ ଆଇପିଏଲ୍ ଟିମର ମାଲିକ, ବ୍ରଡକାଷ୍ଟର, ସ୍ପନସର୍ ଏବଂ ଷ୍ଟେକହୋଲ୍ଡରଙ୍କୁ ଏହାର ସୂଚନା ପ୍ରଦାନ କରିଛି। ଭାରତରେ ଲକଡାଉନକୁ ମେ’ ୩ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି, ଯେଉଁକାରଣରୁ ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି-୨୦ […]

ଆଇପିଏଲକୁ ଆନୁଷ୍ଠାନିକ ଭାବେ ସ୍ଥଗିତ କଲା ବିସିସିଆଇ

ipl-2020

Advertisment

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ର ୧୩ଶ ସଂସ୍କରଣକୁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ସସପେଣ୍ଡ ବା ସ୍ଥଗିତ କରିଦିଆଯାଇଛି। ଏ ନେଇ ଗୁରୁବାର ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ପକ୍ଷରୁ ସୂଚନା ଦିଆଯାଇଛି। ବୋର୍ଡ ମଧ୍ୟ ଏ ସମ୍ବନ୍ଧରେ ଆଇପିଏଲ୍ ଟିମର ମାଲିକ, ବ୍ରଡକାଷ୍ଟର, ସ୍ପନସର୍ ଏବଂ ଷ୍ଟେକହୋଲ୍ଡରଙ୍କୁ ଏହାର ସୂଚନା ପ୍ରଦାନ କରିଛି।

Advertisment

ଭାରତରେ ଲକଡାଉନକୁ ମେ' ୩ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି, ଯେଉଁକାରଣରୁ ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି-୨୦ କ୍ରିକେଟ୍ ଲିଗର ଆୟୋଜନ ଅସମ୍ଭବ ଲାଗୁଛି। ବିସିସିଆଇକୁ ଏବେ ଆଇପିଏଲର କୌଣସି ନୂଆ ୱିଣ୍ଡୋ ମିଳିନାହିଁ। ୨୦୨୦ ଆଇପିଏଲ୍ ଚଳିତ ବର୍ଷ ମାର୍ଚ୍ଚ ୨୯ ତାରିଖରେ ଆରମ୍ଭ ହେବା ପାଇଁ ସ୍ଥିର ହୋଇଥିଲା, କିନ୍ତୁ କରୋନାଭାଇରସ୍ ବ୍ୟାପୁଥିବାର ଦେଖି ବିସିସିଆଇ ଏହି ଟୁର୍ଣ୍ଣାମେଣ୍ଟକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଥିଲା। ଯଦି ସ୍ଥିତିରେ କୌଣସି ସୁଧାର ଆସିଥାନ୍ତା, ତାହେଲେ ବୋର୍ଡ ଏପ୍ରିଲ୍ ୧୫ ତାରିଖ ପରେ ଟୁର୍ଣ୍ଣାମେଣ୍ଟ ପାଇଁ ଉପଯୁକ୍ତ ୱିଣ୍ଡୋ ପ୍ରସ୍ତୁତ କରିଥାନ୍ତା। କିନ୍ତୁ ଲକଡାଉନ୍ ଏବେ ମେ' ୩ ତାରିଖ ପର୍ଯ୍ୟନ୍ତ ବଢ଼ିଥିବାରୁ ସବୁ ସମ୍ଭାବନା ପ୍ରାୟତ ଶେଷ ହୋଇଯାଇଛି।

ବିସିସିଆଇ ପକ୍ଷରୁ କୁହାଯାଇଛି, କୋଭିଡ୍‌-୧୯ ମହାମାରୀ ପ୍ରକୋପକୁ ରୋକିବା ପାଇଁ ଭାରତ ସରକାର ଯେଉଁ ଲକଡାଉନ୍ ଘୋଷଣା କରିଛନ୍ତି, ତାକୁ ଆଖି ଆଗରେ ରଖି ବିସିସିଆଇର ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲ୍ ନିଷ୍ପତ୍ତି ନେଇଛି ଯେ ଆଇପିଏଲ-୨୦୨୦ ସଂସ୍କରଣକୁ ପରବର୍ତ୍ତୀ ନୋଟିସ୍ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି। ବିସିସିଆଇ ପକ୍ଷରୁ ଆହୁରି କୁହାଯାଇଛି, ଦେଶର ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ଆମ ପାଇଁ ସର୍ବୋଚ୍ଚ ପ୍ରାଥମିକତା। ତେଣୁ ଯେପର୍ଯ୍ୟନ୍ତ ପରିସ୍ଥିତିରେ ସମ୍ପୂର୍ଣ୍ଣ ସୁଧାର ନଆସିଛି ଏବଂ ସୁରକ୍ଷାକୁ ନେଇ ଆମକୁ ଶତପ୍ରତିଶତ ଗ୍ୟାରେଣ୍ଟି ନମିଳିଛି, ସେ ଯାଏ ବିସିସିଆଇ ସବୁ ଫ୍ରାଞ୍ଚାଇଜି ମାଲିକ, ବ୍ରଡକାଷ୍ଟର, ସ୍ପନସର୍ ଏବଂ ସମସ୍ତ ଷ୍ଟେକହୋଲ୍ଡରଙ୍କ ସହ ମିଶି ଆଇପିଏଲ୍ ଆୟୋଜନ ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଇଛି। ଯଦି ଖେଳାଳି ଓ ଦର୍ଶକ ସୁରକ୍ଷିତ ନରହିବେ, ତାହେଲେ ଆଇପିଏଲ୍ ଆୟୋଜନ କରିବାର ପ୍ରଶ୍ନ ଉଠୁନାହିଁ। ତା'ଛଡ଼ା ଏଭଳି ସଙ୍କଟ ସମୟରେ ବିଶ୍ୱର ସବୁ କ୍ରୀଡ଼ା ବନ୍ଦ ହୋଇଯାଇଛି, ତେଣୁ ଆଇପିଏଲ୍ ଏହା ଆଗରେ କିଛି ନୁହେଁ। ଆମେ ଆଇପିଏଲର ପରବର୍ତ୍ତୀ ୱିଣ୍ଡୋ ପାଇଁ କୌଣସି ନିଷ୍ପତ୍ତି ନେଇନାହୁଁ। ସୂଚନାଯୋଗ୍ୟ, ଏହି ଟୁର୍ଣ୍ଣାମେଣ୍ଟ ଚଳିତ ବର୍ଷ ମାର୍ଚ୍ଚ ୨୯ରୁ ମେ' ୨୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବା ପାଇଁ ଧାର୍ଯ୍ୟ ହୋଇଥିଲା।

Advertisment

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହ ସରକାରଙ୍କ ଲକଡାଉନ୍ ବୃଦ୍ଧି ନିର୍ଦ୍ଦେଶକୁ ଅପେକ୍ଷା କରି ରହିଥିଲେ। କିଛିଦିନ ତଳେ ଗାଙ୍ଗୁଲି କହିଥିଲେ, ଆମେ ପ୍ରତି ସପ୍ତାହରେ ପରିସ୍ଥିତିର ସମୀକ୍ଷା କରୁଛୁ। ଆମ ପାଇଁ ଖେଳାଳିଙ୍କ ସୁରକ୍ଷା ଆଗ ଏବଂ ଟୁର୍ଣ୍ଣାମେଣ୍ଟ ପଛ । ବର୍ତ୍ତମାନ ଯେଉଁଭଳି ସ୍ଥିତି ରହିଛି, ସେଥିରେ ଆଇପିଏଲ୍ ଆୟୋଜନ କଷ୍ଟକର। ଏୟାରପୋର୍ଟ ବନ୍ଦ ରହିଛି, ଲୋକେ ଘରେ ଫସି ରହିଛନ୍ତି, ଅଫିସ୍ ବନ୍ଦ ଅଛି, କେହି ବି କୁଆଡ଼େ ଯାଇପାରୁ ନାହାନ୍ତି। ବର୍ତ୍ତମାନ ଯେଉଁ ପରିସ୍ଥିତି ଅଛି, ତାହା ଖେଳ ପାଇଁ ଆଦୌ ଅନୁକୂଳ ନୁହେଁ। ଯେଉଁଠି ସାରା ଦୁନିଆର କ୍ରୀଡ଼ା ଠପ୍ ପଡ଼ିଯାଇଛି, ସେହିଠାରେ ଆଇପିଏଲକୁ ମଧ୍ୟ ଭୁଲିଯିବା ଦରକାର।

ଯଦି ବର୍ତ୍ତମାନ ପରିସ୍ଥିତିକୁ ଦେଖାଯାଏ, ତାହେଲେ ଆଇପିଏଲର ଆୟୋଜନ ସେପ୍ଟେମ୍ବର-ଅକ୍ଟୋବର ମଧ୍ୟରେ ହୋଇପାରେ। ତେବେ ଏଥିପାଇଁ କ୍ରିକେଟ୍ ଅଷ୍ଟ୍ରେଲିଆ ଓ ଆଇସିସିର ରାଜି ହେବା ଦରକାର। କାରଣ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଆଇସିସି ଟି-୨୦ ବିଶ୍ୱକପ୍ ଆୟୋଜିତ ହେବ। ଯଦି ଆଇସିସି ଓ କ୍ରିକେଟ୍ ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପ୍ ତାରିକ ବଦଳାଇବାକୁ ରାଜି ହେବେ, ତାହେଲେ ଏହି ସମୟରେ ଆଇପିଏଲ୍ ହୋଇପାରିବ। ତା'ଛଡ଼ା ଅଷ୍ଟ୍ରେଲିଆ ସରକାର ଆଗାମୀ ୬ମାସ ପର୍ଯ୍ୟନ୍ତ ବିଦେଶ ଯାତ୍ରା ଉପରେ କଟକଣା ଲଗାଇଛି। ଯଦି ପରିସ୍ଥିତିରେ ସୁଧାର ଆସେ, ତାହେଲେ ଟି-୨୦ ବିଶ୍ୱକପ୍ ଅକ୍ଟୋବର-ନଭେମ୍ବରରେ ଆୟୋଜିତ ହେବ। ତେଣୁ ଟି-୨୦ ବିଶ୍ୱକପ୍ ହେବା ଦ୍ୱାରା ବିସିସିଆଇ ଆଇପିଏଲକୁ କାଣ୍ଟଛାଣ୍ଟ କରି ଏହାକୁ ସେପ୍ଟେମ୍ବରରୁ ଅକ୍ଟୋବର ପ୍ରଥମ ସପ୍ତାହ ମଧ୍ୟରେ କରାଇପାରିବ, କିନ୍ତୁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଅଧ୍ୟକ୍ଷ ଏହସାନ ମନି କହିଥିଲେ, ସେ ଆଇପିଏଲ୍ ପାଇଁ ଏସିଆ କପର ବଳି ପକାଇବେ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe