Advertisment

ବିସିସିଆଇର ଖର୍ଚ୍ଚ କାଟ ଜାରି

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିସିସିଆଇର ମଙ୍ଗ ଧରିବା ପରଠାରୁ ବୋର୍ଡରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ବିଶେଷକରି ଗାଙ୍ଗୁଲିଙ୍କ ଆସିବା ପରେ ବୋର୍ଡ ଖର୍ଚ୍ଚ କାଟ୍ ଉପରେ ଅଧିକ ଧ୍ୟାନ ଦେଇଛି। ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ ଏବେ ତା’ର ଖର୍ଚ୍ଚ ଉପରେ ଲଗାମ ଲଗାଇବା ପାଇଁ ବଳିଷ୍ଠ ନିଷ୍ପତ୍ତି ନେଇଛି। ନିକଟରେ ବୋର୍ଡ ଆଇପିଏଲ୍ ଟିମକୁ ମିଳିବାକୁ ଥିବା ପୁରସ୍କାର ରାଶିରେ ୫୦ପ୍ରତିଶତ କାଟ୍ କରିବାକୁ ନିଷ୍ପତ୍ତି ନେଇଥିଲା, […]

ବିସିସିଆଇର ଖର୍ଚ୍ଚ କାଟ ଜାରି

bcci

Advertisment

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିସିସିଆଇର ମଙ୍ଗ ଧରିବା ପରଠାରୁ ବୋର୍ଡରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି। ବିଶେଷକରି ଗାଙ୍ଗୁଲିଙ୍କ ଆସିବା ପରେ ବୋର୍ଡ ଖର୍ଚ୍ଚ କାଟ୍ ଉପରେ ଅଧିକ ଧ୍ୟାନ ଦେଇଛି। ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ ଏବେ ତା'ର ଖର୍ଚ୍ଚ ଉପରେ ଲଗାମ ଲଗାଇବା ପାଇଁ ବଳିଷ୍ଠ ନିଷ୍ପତ୍ତି ନେଇଛି। ନିକଟରେ ବୋର୍ଡ ଆଇପିଏଲ୍ ଟିମକୁ ମିଳିବାକୁ ଥିବା ପୁରସ୍କାର ରାଶିରେ ୫୦ପ୍ରତିଶତ କାଟ୍ କରିବାକୁ ନିଷ୍ପତ୍ତି ନେଇଥିଲା, ଯାହାକୁ ନେଇ କିଛି ଅସନ୍ତୋଷ ପ୍ରକାଶ କରିଥିଲେ। ଏବେ ବୋର୍ଡ ତା'ର ଅଧିକାରୀଙ୍କ ବିମାନ ଯାତ୍ରା ଉପରେ ଖର୍ଚ୍ଚ କାଟ୍ କରିବାକୁ ନିଷ୍ପତ୍ତି ନେଇଛି।

Advertisment

ସାରା ବିଶ୍ୱ ଏବେ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି ଏବଂ ଏଭଳି ସମୟରେ ବିସିସିଆଇ ମଧ୍ୟ ତା'ର ଖର୍ଚ୍ଚକୁ ସୀମିତ କରିବାକୁ ଆଗକୁ ଆସିଛି। ଏକ ଖବର କାଗଜରେ ପ୍ରକାଶିତ ରିପୋର୍ଟ ମୁତାବକ, ବୋର୍ଡ ତା'ର ଅଧିକାଂଶ ଅଧିକାରୀ, ଯେଉଁମାନେ ବିଜନେସ୍ କ୍ଲାସ୍ ଯୋଗେ ଘରୋଇ ଯାତ୍ରା କରୁଥିଲେ, ଏବେ ସେମାନଙ୍କ ଉପରେ ରୋକ୍ ଲଗାଇଛି। ବିସିସିଆଇର ନିଷ୍ପତ୍ତି ଅନୁଯାୟୀ, ଏବେ କେବଳ ସିନିୟର ଏବଂ ଜୁନିୟର ଟିମର ମୁଖ୍ୟ ଚୟନକର୍ତ୍ତା ହିଁ ବିଜନେସ୍ କ୍ଲାସରେ ଘରୋଇ ଯାତ୍ରା କରିପାରିବେ। ତେବେ ବିସିସିଆଇର ଜେନେରାଲ୍ ମ୍ୟାନେଜର୍ ସମେତ ଚୟନ କମିଟିର ଅନ୍ୟାନ୍ୟ ସଦସ୍ୟଙ୍କୁ ଏବେ ଇକୋନମୀ କ୍ଲାସରେ ଯାତ୍ରା କରିବାକୁ ପଡ଼ିବ।

ବିସିସିଆଇର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ଜୟ ଶାହଙ୍କ କହିବା ଅନୁଯାୟୀ, ଯଦି ଘରୋଇ ଯାତ୍ରା ପାଇଁ ବିଜନେସ୍ କ୍ଲାସରେ ଯାତ୍ରୀଙ୍କ ସଂଖ୍ୟା କମ୍ ହୁଏ, ତାହେଲେ ବୋର୍ଡର ଅର୍ଥ ବଞ୍ଚିପାରିବ। ତେବେ ବୋର୍ଡର ଅଧିକାରୀଙ୍କ ପାଇଁ ବିଜନେସ୍ କ୍ଲାସରେ ଯାତ୍ରା କରିବା ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଯାଇ ନାହିଁ। ଯଦି ଯାତ୍ରା ୭ ଘଣ୍ଟାରୁ ଅଧିକ ହୋଇଥାଏ, ତାହେଲେ ଅଧିକାରୀମାନେ ବିଜନେସ୍ କ୍ଲାସରେ ଯାତ୍ରା କରିବେ। ଯଦି ଯାତ୍ରା ୭ ଘଣ୍ଟାରୁ କମ୍ ହୁଏ, ତାହେଲେ ସେମାନେ ଇକୋନମୀ କ୍ଲାସରେ ଯାତ୍ରା କରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

Advertisment

ବିସିସିଆଇର ଏହି ନିୟମ ଲାଗୁ ସମସ୍ତଙ୍କ ପାଇଁ ଲାଗୁ କରିନାହିଁ। ନିକଟରେ ବିସିସିଆଇର ନବନିଯୁକ୍ତ ସିନିୟର ଟିମ୍ ଚୟନକର୍ତ୍ତା ସୁଶୀଲ ଯୋଶୀ ଏବଂ ଜୁନିୟର ଟିମ୍ ଚୟନକର୍ତ୍ତା ଆଶିଷ କପୁର ହିଁ ବିଜନେସ୍ କ୍ଲାସରେ ଯାତ୍ରା କରିପାରିବେ। ତେବେ ବାକି ଚୟନକର୍ତ୍ତା ଇକୋନମୀ କ୍ଲାସରେ ଘରୋଇ ବିମାନରେ ଯାତାୟତ କରିବେ। ସିନିୟର ଟିମ୍ ଚୟନ କମିଟିରେ ସୁନୀଲ ଯୋଶୀଙ୍କ ବ୍ୟତୀତ ଶରନଦୀପ ସିଂହ, ଯତୀପ ପରାଞ୍ଜପେ, ଦେବାଙ୍ଗ ଗାନ୍ଧି ଓ ହରବିନ୍ଦର ସିଂହ ସାମିଲ୍ ଅଛନ୍ତି। ସେହିପରି ଜୁନିୟର ଚୟନ କମିଟିରେ ଆଶିଷ କୁମାରଙ୍କ ବ୍ୟତୀତ ଦେବାଶିଷ ମହାନ୍ତି, ଅମିତ୍ ଶର୍ମା, ଜ୍ଞାନେନ୍ଦ୍ର ପାଣ୍ଡେ ଓ ରାକେଶ ପାରିଖ ସାମିଲ୍ ଅଛନ୍ତି। ଆଗାମୀ ଦିନରେ ବିସିସିଆଇ ମହିଳା କ୍ରିକେଟ୍ ଟିମର ଚୟନ କମିଟି ଗଠନ କରିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe