Advertisment

କାହିଁକି ସର୍ଫରାଜ ଖାନଙ୍କୁ ସୁଯୋଗ ଦେଉନି ବିସିସିଆଇ? ଜବାବ ରଖିଲେ ଚୟନ କମିଟି ସଦସ୍ୟ

ମୁମ୍ବାଇ ବ୍ୟାଟର ସର୍ଫରାଜ ଖାନ ଚୟନ କମିଟି ରାଡାରରେ ଅଛନ୍ତି ଓ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସ୍କ୍ୱାଡ ଘୋଷଣା ବେଳେ ଟିମ ଗଠନକୁ ଫୋକସ କରାଯାଇଥିଲା ବୋଲି ସିଦ୍ଧାର୍ଥ କହିଛନ୍ତି।

author-image
Hemant Lenka
sarfaraz khan

sarfaraz khan

ରଣଜୀ ଟ୍ରଫିରେ କ୍ରମାଗତ ଭଲ ପ୍ରଦର୍ଶନ କରି ଆସୁଥିବା ଯୁବ ବ୍ୟାଟର ସର୍ଫରାଜ ଖାନ ବିସିସିଆଇ ଅଣଦେଖା କରି ଚାଲିଛି। ସେ ଶତକ ପରେ ଶତକ ହାସଲ କରୁଥିଲେ ମଧ୍ୟ ତାଙ୍କୁ ଜାତୀୟ ଟିମ୍‌ରେ ସାମିଲ କରାଯାଉନି। ଏହାକୁ ନେଇ ଅନେକ ପୂର୍ବତନ କ୍ରିକେଟର ଓ କ୍ରୀଡ଼ାପ୍ରେମୀ ଆପତ୍ତି ମଧ୍ୟ ଉଠାଇ ଚାଲିଛନ୍ତି। ବିଶେଷ କରି ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସ୍କ୍ୱାଡରେ ସର୍ଫରାଜଙ୍କୁ ସାମିଲ କରା ନଯିବାରୁ ବିବାଦ ସୃଷ୍ଟି ହୋଇଛି।

Advertisment

ଏସବୁ ଭିତରେ ବିସିସିଆଇ ଚୟନ କମିଟିରେ ସିଦ୍ଧାର୍ଥ ଶରତ ମୁହଁ ଖୋଲିଛନ୍ତି। ମୁମ୍ବାଇ ବ୍ୟାଟର ସର୍ଫରାଜ ଖାନ ଚୟନ କମିଟି ରାଡାରରେ ଅଛନ୍ତି ଓ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସ୍କ୍ୱାଡ ଘୋଷଣା ବେଳେ ଟିମ ଗଠନକୁ ଫୋକସ କରାଯାଇଥିଲା ବୋଲି ସିଦ୍ଧାର୍ଥ କହିଛନ୍ତି। 

ମୁମ୍ବାଇ ପାଇଁ ସର୍ଫରାଜ କ୍ରମାଗତ ଦୁଇଟି ସଂସ୍କରଣରେ ଦମଦାର ପ୍ରଦର୍ଶନ କରିଛନ୍ତି। ତଥାପି ସେ ଏଯାଏ ଭାରତୀୟ ସ୍କ୍ୱାଡରେ ସାମିଲ ହୋଇପାରି ନାହାନ୍ତି। ୨୫ ବର୍ଷୀୟ ସର୍ଫରାଜ ୨୦୨୧-୨୨ ରଣଜୀ ସିଜିନରେ ୬ଟି ମ୍ୟାଚ୍‌ ଖେଳି ୯୮୨ ରନ କରିଥିଲେ। ଲାଗୁଥିଲା ବାଂଲାଦେଶ ବିପକ୍ଷ ୨ଟିକିଆ ଟେଷ୍ଟ ସ୍କ୍ୱାଡରେ ସେ ସାମିଲ ହେବେ। କିନ୍ତୁ ତାଙ୍କର ଚୟନ ହୋଇ ନଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସ୍କ୍ୱାଡରେ ମଧ୍ୟ ତାଙ୍କ ନାଁ ନାହିଁ। ଅନେକ ବିସିସିଆଇ ଚୟନ କମିଟି ଉପରେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

Advertisment

ତେବେ ସିଦ୍ଧାର୍ଥ ଶରତ କହିଛନ୍ତି, “ସେ ଆମ ରାଡାରରେ ଛନ୍ତି। ଠିକଣା ସମୟରେ ସେ ନିଜ ପରିଶ୍ରମର ଫଳ ପାଇବେ। ଦଳ ଚୟନ ବେଳେ ଅନେକ ଦିଗକୁ ଗୁରୁତ୍ୱ ଦିଆଯାଏ। ଟିମ ଗଠନ ଓ ବାଲାନ୍ସ ଆମ ଫୋକସରେ ରହିଥାଏ। ସେହି ଅନୁସାରେ ଖେଳାଳିଙ୍କ ନାଁ ଘୋଷଣା କରାଯାଏ।”

ସର୍ଫରାଜ ହେଉଛନ୍ତି ଜଣେ ମିଡିଲ ଅର୍ଡର ବ୍ୟାଟର। ବର୍ତ୍ତମାନ ଭାରତୀୟ ଟିମର ଟେଷ୍ଟ ମିଡିଲ ଅର୍ଡରରେ ଚେତେଶ୍ୱର ପୂଜାରା, ବିରାଟ କୋହଲି ଓ ଶ୍ରେୟସ ଆୟର ଅଛନ୍ତି। ୬ନଂରେ ଜଣେ ୱିକେଟ କିପର ବ୍ୟାଟର ରହିବେ। ତେଣୁ ଏପରି ସ୍ଥିତିରେ ସର୍ଫରାଜ କେଉଁଠି ଖେଳିବେ ବୋଲି ମଧ୍ୟ ଅନେକ ଯୁକ୍ତି ରଖିଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଆୟର ଖେଳିବେ କି ନାହିଁ, ସେକଥା ସ୍ପଷ୍ଟ ହୋଇନି। କାରଣ ସେ ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ଯଦି ସେ ଠିକଣା ସମୟରେ ଫିଟ ନ ହେବେ, ତା’ହେଲେ ସୂର୍ଯ୍ୟ କୁମାର ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁ କରିପାରନ୍ତି। ସେହିପରି ଋଷଭ ପନ୍ତ ନଥିବାରୁ ଈଶାନ କିଶନଙ୍କୁ ମଧ୍ୟ ପ୍ରଥମଥର ନାଲି ବଲ୍‌ ଫର୍ମାଟରେ ସୁଯୋଗ ମିଳିପାରେ।

ସର୍ଫରାଜଙ୍କ ଅପେକ୍ଷା ବିସିସିଆଇ ସୂର୍ଯ୍ୟ କୁମାରଙ୍କୁ ଅଧିକ ସୁଯୋଗ ଦେଇଥିବାରୁ ଏହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏ ସମ୍ପର୍କରେ ସିଦ୍ଧାର୍ଥ କହିଛନ୍ତି, ସୂର୍ଯ୍ୟ କୁମାର ଯାଦବ ଖୁବ କମ ସମୟରେ ମ୍ୟାଚ୍‌ର ମୋଡ ବଦଳାଇବାକୁ ସକ୍ଷମ। ତାଙ୍କ ପାଖରେ ଅନେକ ପ୍ରକାରର ଶଟ ଖେଳିବାର ଦକ୍ଷତା ରହିଛି। ସେ ପ୍ରଥମ ଶ୍ରେଣୀ କ୍ରିକେଟର ୫ ହଜାରରୁ ଅଧିକ ରନ ମଧ୍ୟ କରିଛନ୍ତି। ତେଣୁ ସମସ୍ତଙ୍କୁ ଏକଥା ମନେ ରଖିବାକୁ ହେବ ବୋଲି ସେ କହିଛନ୍ତି।