Advertisment

ଅଲିମ୍ପିକ ଆସୋସିଏସନକୁ ୮.୫ କୋଟି ଟଙ୍କା ଦେବ ବିସିସିଆଇ

ପ୍ୟାରିସ ଅଲିମ୍ପିକ୍ସର ବିଭିନ୍ନ କ୍ରୀଡ଼ା ଇଭେଣ୍ଟରେ ୪୭ ଜଣ ମହିଳା ଓ ୭୦ ଜଣ ପୁରୁଷ ଭାଗ ନେବେ। ଦୌଡ଼କୁଦ ଇଭେଣ୍ଟ ପାଇଁ ସର୍ବାଧିକ ୨୯ ଜଣ କ୍ରୀଡ଼ାବିତ ରହିଛନ୍ତି।

Olympics

Olympics

Advertisment

ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବ ପ୍ୟାରିସ ଅଲିମ୍ପିକ୍ସ। ଏହାପୂର୍ବରୁ ଅଲିମ୍ପିକ୍ସରେ ଭାରତୀୟ କ୍ରୀଡ଼ାବୀତଙ୍କୁ ସହୟତା କରିବାକୁ ହାତ ବଢ଼ାଇଛି ବିସିସିଆଇ। ଏଥିପାଇଁ ବିସିସିଆଇ ପକ୍ଷରୁ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ ପାଇଁ ୮.୫ କୋଟି ଟଙ୍କା ଘୋଷଣା କରାଯାଇଛି।

Advertisment

ବିସିସିଆଇର ସମ୍ପାଦକ ଜୟ ଶାହ ଏହି ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଦେଶ ପାଇଁ ଗୌରବ ଆଣିବା ଲକ୍ଷ୍ୟରେ ଭାରତୀୟ କ୍ରୀଡ଼ାବିତମାନେ ପ୍ୟାରିସ ଯାତ୍ରା କରୁଛନ୍ତି। ୧୧୭ ଜଣ ଖେଳାଳି ବିଭିନ୍ନ ବର୍ଗରେ ଭାଗ ନେବାକୁ ସେଠାକୁ ଯାଉଛନ୍ତି। ସେମାନଙ୍କ ପାଇଁ ବିସିସିଆଇ ଏପରି ଆର୍ଥିକ ସହାୟତା କରିଛି।

ଜୟ ଶାହ ଆର୍ଥିକ ସହାୟତା ଘୋଷଣା କରିବା ସହ ଭାରତୀୟ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେମାନେ ଭାରତକୁ ନିଶ୍ଚିତ ଅଲିମ୍ପିକ୍ସରେ ଗୌରବାନ୍ୱିତ କରିବେ ବୋଲି ମଧ୍ୟ ସେ ଆଶା ରଖିଛନ୍ତି।

Advertisment

ପ୍ୟାରିସ ଅଲିମ୍ପିକ୍ସର ବିଭିନ୍ନ କ୍ରୀଡ଼ା ଇଭେଣ୍ଟରେ ୪୭ ଜଣ ମହିଳା ଓ ୭୦ ଜଣ ପୁରୁଷ ଭାଗ ନେବେ। ଦୌଡ଼କୁଦ ଇଭେଣ୍ଟ ପାଇଁ ସର୍ବାଧିକ ୨୯ ଜଣ କ୍ରୀଡ଼ାବିତ ରହିଛନ୍ତି। ସେହିପରି ଶୁଟିଂରେ ୨୧ ଜଣ ଖେଳାଳି ପ୍ୟାରିସ ଯିବେ। ଭାରଉତ୍ତୋଳନରେ ଭାରତକୁ ପ୍ୟାରିସରେ କେବଳ ମୀରବାଈ ଚାନୁ ପ୍ରତିନିଧିତ୍ୱ କରିବେ। ୨୦୨୧ ଟୋକିଓ ଗେମ୍ସରେ ସେ ଦେଶ ପାଇଁ ରୌପ୍ୟ ପଦକ ଜିତିଥିଲେ। ଏହାବାଦ ଇକ୍ୱିଷ୍ଟ୍ରେନ, ଜୁଡୋ ଓ ରୋଇଂରେ ମଧ୍ୟ ଜଣେ ଲେଖାଏ ଭାରତୀୟ ରହିଛନ୍ତି।

ପ୍ୟାରିସ ଅଲିମ୍ପିକ୍ସକୁ ୧୧୭ କ୍ରୀଡ଼ାବିଙ୍କ ସହ ୬୭ ଜଣ କୋଚ୍‌ ଓ ୭୨ ଜଣ ସପୋର୍ଟ ଷ୍ଟାଫ ମଧ୍ୟ ଯାଉଛନ୍ତି। ପ୍ରଥମଥର ପାଇଁ ଏତେ ସଂଖ୍ୟକ କୋଚ ଓ ସପୋର୍ଟ ଷ୍ଟାଫ ଅଲିମ୍ପିକ୍ସ ପାଇଁ ଯିବେ।

Bcci IOA Olympics Paris Olympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe