ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଜୋରଦାର ଟ୍ରୋଲର ଶିକାର ହୋଇଛି ବିସିସିଆଇ। ବିସିସିଆଇର ସିଏସି କମିଟି ଗତକାଲି ଟିମ୍ ଇଣ୍ଡିଆର ମୁଖ୍ୟ କୋଚଙ୍କ ନାଁ ଘୋଷଣା କରିଥିଲା। ରବି ଶାସ୍ତ୍ରୀ ପୁଣିଥରେ କୋଚ ଭାବେ ନିଯୁକ୍ତି ପାଇଛନ୍ତି।
କିନ୍ତୁ କୋଚ ଦୌଡ଼ରେ ଟମ ମୁଡି ଓ ମାଇକ୍ ହେସନ (Mike Hesson) ରହିଥିଲେ। ବିସିସିଆଇ ପକ୍ଷରୁ ଏ ସମ୍ପର୍କରେ ଏକ ଅଫିସିଆଲ ପ୍ରେସ ରିଲିଜ୍ ଦ୍ୱାରା ସମସ୍ତଙ୍କୁ ଅବଗତ କରାଯାଇଥିଲା। ତେବେ ଅଫିସିଆଲ ପ୍ରେସ ରିଲିଜ୍ରେ ବିସିସିଆଇ ହେସନ ଲେଖିବା ବଦଳରେ ହାସେନ ଲେଖି ଦେଇଥିଲା।
ଏହାକୁ ଟ୍ୱିଟର ବ୍ୟବହାରକାରୀ ଜୋରଦାର ଟ୍ରୋଲ କରିଛନ୍ତି। ହାସେନ କିଏ ବୋଲି ମଧ୍ୟ ଅନେକ ଲୋକେ ପ୍ରଶ୍ନ କରିଛନ୍ତି।
The CAC reappoints Mr Ravi Shastri as the Head Coach of the Indian Cricket Team. pic.twitter.com/vLqgkyj7I2
— BCCI (@BCCI) 16 August 2019
Order of preference? This is such a bizarre way pf presenting. Why would anybody at number 2 or 3 be picked? You decide on recruiting 1, the answer should be 1.
Also, Hesson not Hassen!— Pawan Singh (@pawan_s26) 16 August 2019
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Events & Festivals
କେଉଁଠି ନିଆଁରେ ଚାଲନ୍ତି ତ ଆଉ କେଉଁଠି ଫୁଟେ ଗୁଳି: ଭାରତର ୫ ବିରଳ ହୋଲି ପରମ୍ପରା
କିଛି ସ୍ଥାନରେ ହୋଲିରେ ନିଆଁରେ ଚାଲିବାର ପରମ୍ପରା ଥିବା ବେଳେ ଆଉ କିଛି ସ୍ଥାନରେ ଗୁଳି ଫୁଟାଯାଏ। ଆଉ କିଛି ଗାଁରେ ଲୋକମାନେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଦଶନ୍ଧି ଦଶନ୍ଧି ଧରି ହୋଲି ପାଳନ କରନ୍ତି ନାହିଁ।

Guest Column
ମଧ୍ୟଯୁଗୀୟ ବିଚାର ଓ ମହାକୁମ୍ଭ ମେଳା
ମେଳା ମହୋତ୍ସବ କରି ରାଜସ୍ୱ ଆୟ ବଢ଼ାଇବା ଓ ଲୋକ (ପ୍ରଜା)ଙ୍କ ଭିତରେ ବିଶ୍ୱାସ (ଅନ୍ଧ) ଜନ୍ମାଇବା ସହିତ ଏତେ ଆୟ ନିଶ୍ଚୟ ଏକ ପ୍ରଣୀଧାନଯୋଗ୍ୟ। ଏହା ହେଉଛି ଭାରତର ମଧ୍ୟଯୁଗୀୟ ରାଜା ମହାରାଜା ଅମଳର ବିଚାର ସର୍ବସ୍ୱ।

Events & Festivals
୪୫ କୋଟି ଭକ୍ତଙ୍କ ସମାଗମର ସାକ୍ଷୀ ମହାକୁମ୍ଭ ୨୦୨୫
ଫେବୃଆରୀ ୧୧, ୨୦୨୫ ସୁଦ୍ଧା ୪୫ କୋଟି ଭକ୍ତ ମହାକୁମ୍ଭ ସ୍ନାନ ରୀତିନୀତିରେ ଅଂଶଗ୍ରହଣ କରି ଇତିହାସରେ ସବୁଠାରୁ ବଡ଼ ଧାର୍ମିକ ସମାବେଶରେ ସାମିଲ ହୋଇଛନ୍ତି। ୪୫ ଦିନ ମଧ୍ୟରେ ଭକ୍ତଙ୍କ ସଂଖ୍ୟା ୪୫ କୋଟିରେ ପହଞ୍ଚିବ ବୋଲି ରାଜ୍ୟ ସରକାର ଆଶା କରିଥିଲେ, କିନ୍ତୁ ଏହି ସଂଖ୍ୟା ଏକ ମାସ ମଧ୍ୟରେ ହାସଲ ହୋଇସାରିଛି, ଏବଂ ଆହୁରି ୧୫ ଦିନ ବାକି ଅଛି।

National
ପ୍ରୟାଗରାଜରେ ପକ୍ଷୀ ମହୋତ୍ସବ, ପୁରସ୍କାର ମିଳିବ ୨୧ ଲକ୍ଷ ଟଙ୍କା
ଚଳିତ ଫେବୃଆରୀ ୧୬ ତାରିଖରୁ ପ୍ରୟାଗରାଜଠାରେ ଆରମ୍ଭ ହେବ ୩ ଦିନିଆ ଆନ୍ତର୍ଜାତିକ ପକ୍ଷୀ ମହୋତ୍ସବ। ମହାକୁମ୍ଭ ୨୦୨୫କୁ ଆସୁଥିବା ଶ୍ରଦ୍ଧାଳୁ ତଥା ପରିଦର୍ଶକମାନଙ୍କ ପାଇଁ ଏହା ଏକ ବିଶେଷ ଆକର୍ଷଣ ହେବ। ସେମାନେ ଏଠାରେ ୨୦୦ରୁ ଅଧିକ ପ୍ରବାସୀ ଏବଂ ସ୍ଥାନୀୟ ପକ୍ଷୀମାନଙ୍କର ସମାବେଶ ଦେଖିବା ସହ ସେମାନଙ୍କ ସମ୍ପର୍କରେ ବିଶେଷଜ୍ଞଙ୍କଠାରୁ ସିଧାସଳଖ ଜ୍ଞାନ ଆହରଣ କରିବାର ସୁଯୋଗ ପାଇବେ ବୋଲି ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ କୁହାଯାଇଛି।

Events & Festivals
ମହାକୁମ୍ଭ- ଶ୍ରଦ୍ଧାର ସମାରୋହରେ ସମ୍ମିଳିତ ହୋଇଛନ୍ତି ୩୫ କୋଟି ଜନତା
୨୦୨୫ ମହାକୁମ୍ଭ ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରିଦୃଶ୍ୟରେ ପରିଣତ ହୋଇଛି। ୨୦୨୫ ଫେବ୍ରୁଆରି ୩ ତାରିଖ ସୁଦ୍ଧା ୩୫ କୋଟିରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ସ୍ନାନ ବିଧିରେ ଅଂଶଗ୍ରହଣ କରିଛନ୍ତି। ବସନ୍ତ ପଞ୍ଚମୀର ପବିତ୍ର ଦିନରେ ୨.୩୩ କୋଟିରୁ ଅଧିକ ଶ୍ରଦ୍ଧାଳୁ ତ୍ରିବେଣୀ ସଙ୍ଗମର ପବିତ୍ର ଜଳରେ ସ୍ନାନ କରିଛନ୍ତି।