Advertisment

ଅଲିମ୍ପିକ୍ ଷ୍ଟାଡିୟମରେ ପଶିଲା ଭାଲୁ

ଫୁକୁଶିମା: ଟୋକିଓ ଅଲିମ୍ପିକ୍ସ ଗେମ୍ସ ବିଗୁଲ୍ ବାଜିବାକୁ ଆଉ ମାତ୍ର ୨୪ ଘଣ୍ଟାରୁ କମ୍ ସମୟ ରହିଲା। ଏହା ପୂର୍ବରୁ ଏକ ମଜାକିଆ ଖବର ସାମ୍ନାକୁ ଆସିଛି। କୋଭିଡ୍-୧୯ କାରଣରୁ ଏଥର ଅଲିମ୍ପିକରେ ଦର୍ଶକଙ୍କ ଏଣ୍ଟ୍ରୀ ଉପରେ ରୋକ୍ ଲଗାଯାଇଛି। କିନ୍ତୁ ଷ୍ଟାଡିୟମରେ ଭାଲୁ ପଶିଯାଇଥିବା ଖବର ସାମ୍ନାକୁ ଆସିଛି। ଜାପାନ ଓ ଅଷ୍ଟ୍ରେଲିଆ ଟିମ୍ ମଧ୍ୟରେ ସଫ୍ଟବଲ ମ୍ୟାଚ୍ ପୂର୍ବରୁ ଫୁକୁଶିମା ଅଜୁମା ବେସବଲ୍ ଷ୍ଟାଡିୟମରେ ଏକ ଭାଲୁ ପ୍ରବେଶ କରିଥିବା ଦେଖିବାକୁ ମିଳିଛି। ଟୋକିଓରେ […]

author-image
Ranjit Kumar Jena
ଅଲିମ୍ପିକ୍ ଷ୍ଟାଡିୟମରେ ପଶିଲା ଭାଲୁ

bear

ଫୁକୁଶିମା: ଟୋକିଓ ଅଲିମ୍ପିକ୍ସ ଗେମ୍ସ ବିଗୁଲ୍ ବାଜିବାକୁ ଆଉ ମାତ୍ର ୨୪ ଘଣ୍ଟାରୁ କମ୍ ସମୟ ରହିଲା। ଏହା ପୂର୍ବରୁ ଏକ ମଜାକିଆ ଖବର ସାମ୍ନାକୁ ଆସିଛି। କୋଭିଡ୍-୧୯ କାରଣରୁ ଏଥର ଅଲିମ୍ପିକରେ ଦର୍ଶକଙ୍କ ଏଣ୍ଟ୍ରୀ ଉପରେ ରୋକ୍ ଲଗାଯାଇଛି। କିନ୍ତୁ ଷ୍ଟାଡିୟମରେ ଭାଲୁ ପଶିଯାଇଥିବା ଖବର ସାମ୍ନାକୁ ଆସିଛି।

Advertisment

ଜାପାନ ଓ ଅଷ୍ଟ୍ରେଲିଆ ଟିମ୍ ମଧ୍ୟରେ ସଫ୍ଟବଲ ମ୍ୟାଚ୍ ପୂର୍ବରୁ ଫୁକୁଶିମା ଅଜୁମା ବେସବଲ୍ ଷ୍ଟାଡିୟମରେ ଏକ ଭାଲୁ ପ୍ରବେଶ କରିଥିବା ଦେଖିବାକୁ ମିଳିଛି। ଟୋକିଓରେ ମୁଖ୍ୟ ଅଲିମ୍ପିକ୍ ଆୟୋଜନ ଭେନ୍ୟୁ ଠାରୁ ଫୁକୁଶିମାର ଏହି ଷ୍ଟାଡିୟମ ୧୫୦ କିଲୋମିଟର୍ ଦୂର ଉତ୍ତର ଭାଗରେ ରହିଛି। ସ୍ଥାନୀୟ ମିଡିଆ ମୁତାବକ ଏହା ଏକ ଏସିଆନ୍ କଳା ଭାଲୁ ଥିଲା।

ଶର୍ଟଷ୍ଟପ୍ ଅମାଣ୍ଡା ଚିଡେଷ୍ଟର୍ କହିଛନ୍ତି, ‘ସକାଳେ ମୁଁ ଏକ ଟେକ୍ସଟ୍ ମେସେଜ୍ ଦେଖିଲି, ଯେଉଁଥିରେ ପଚରାଯାଇଥିଲା ଯେ କ’ଣ ଏହା ସତ। ଏହା ଏକ ବଡ଼ କଳା ଭାଲୁ ଥିଲା। କୁହାଯାଉଛି ଯେ ସେ ଷ୍ଟାଡିୟମ ଭିତରକୁ ପଶି ଆସିଥିଲା।’ ଆମ ଟିମର ଜଣେ ଯୁବତୀ ମଧ୍ୟ କହିଥିଲେ ଯେ ନ୍ୟୁଜରେ ଖବର ଆସୁଛି ଯେ ମଇଦାନ ଭିତରକୁ ଭାଲୁ ପଶିଆସିଥିଲା। ଏହା ପରେ ମୁଁ ନିଜ ପରିବାରକୁ ଜଣାଇଲି ଯେ ଏହି ଖବର ସଠିକ୍ ଥିଲା। ବାସ୍ତବରେ ସେଠାରେ ଏକ ଭାଲୁ ଥିଲା।

Advertisment

ତେବେ ପରେ ସେଠାରେ ଭାଲୁ ଦେଖିବାକୁ ମିଳିଲା ନାହିଁ। ଆମେରିକାର କୋଚ୍ କେନ୍ ଏରିକସନ୍ କହିଛନ୍ତି ଯେ ଆମେ ପରେ ସେହି ଭାଲୁଟିକୁ ବହୁତ ଖୋଜିଲୁ, ହେଲେ ମିଳିଲା ନାହିଁ।

Tokyo Olympics