Advertisment

ବେନ ଷ୍ଟୋକ୍ସ ମାରିଲେ ଗୋଟିଏ ଓଭରରେ ୫ ଛକା

ନୂଆଦିଲ୍ଲୀ: ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ଇଂଲଣ୍ଡର ଟେଷ୍ଟ କ୍ରିକେଟ ଦଳ ଅଧିନାୟକ ପଦ ମିଳିବା ପରେ ଏହାକୁ ସେ ନିଆରା ଢଙ୍ଗରେ ଉତ୍ସବ ପାଳନ କରିଛନ୍ତି। ଆଜି ୱାଟ୍ରସାୟର ବିରୋଧରେ ଖେଳିଥିବା କାଉଁଟି ଚାମ୍ପିୟନଶିପ ଡିଭିଜନ-୨ରେ ସେ ୬୪ ବଲରେ ଶତକ ହାସଲ କରିଥିଲେ। ଯାହା ଭିତରେ ସେ ବାମହାତି ସ୍ପିନର ଜୋଶ ବେକରଙ୍କୁ ଗୋଟିଏ ଓଭରରେ ୩୪ ରନ ମାରି ନିଜ ଶତକ ପୂରା କରିଥିଲେ। ଏହି ଓଭରରେ ସେ ୬ ଛକା ମାରିବାରୁ ବଞ୍ଚିତ […]

author-image
Niranjan Mishra
ଅଦ୍ୟତନ ହୋଇଛି
ବେନ ଷ୍ଟୋକ୍ସ ମାରିଲେ ଗୋଟିଏ ଓଭରରେ ୫ ଛକା

storeks

ନୂଆଦିଲ୍ଲୀ: ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ଇଂଲଣ୍ଡର ଟେଷ୍ଟ କ୍ରିକେଟ ଦଳ ଅଧିନାୟକ ପଦ ମିଳିବା ପରେ ଏହାକୁ ସେ ନିଆରା ଢଙ୍ଗରେ ଉତ୍ସବ ପାଳନ କରିଛନ୍ତି। ଆଜି ୱାଟ୍ରସାୟର ବିରୋଧରେ ଖେଳିଥିବା କାଉଁଟି ଚାମ୍ପିୟନଶିପ ଡିଭିଜନ-୨ରେ ସେ ୬୪ ବଲରେ ଶତକ ହାସଲ କରିଥିଲେ। ଯାହା ଭିତରେ ସେ ବାମହାତି ସ୍ପିନର ଜୋଶ ବେକରଙ୍କୁ ଗୋଟିଏ ଓଭରରେ ୩୪ ରନ ମାରି ନିଜ ଶତକ ପୂରା କରିଥିଲେ। ଏହି ଓଭରରେ ସେ ୬ ଛକା ମାରିବାରୁ ବଞ୍ଚିତ ରହିଗଲେ। ଶେଷ ବଲରେ ଛକା ମାରିବାକୁ ଚେଷ୍ଟା କରିଥିଲେ। ହେଲେ ତାହା ଠିକ୍ ବାଉଣ୍ଡ୍ରି ସୀମା ରେଖା ପୂର୍ବରୁ ପଡ଼ିଥିଲା।

Advertisment

୧୧୭ତମ ଓଭରରେ ସେ ଏହି ଖେଳ ଦେଖାଇଥିଲେ। ଏହି ସମୟରେ ତାଙ୍କ ସ୍କୋର ୫୯ ବଲ୍ ଖେଳି ୭୦ ରନ ରହିଥିଲେ। ସେ ମୋଟ ୮୮ଟି ବଲ୍ ଖେଳି ୧୬୧ ରନରେ ଆଉଟ ହୋଇଥିଲେ। ସେ ଏହା ଭିତରେ ୧୭ ଛକା ଓ ୮ ଚୌକା ମାରିଥିଲେ। ତାଙ୍କର ବଡ଼ ରନ ଯୋଗଦାନ ଫଳରେ ଡରହମ ୫୮୦ ରନରେ ୬ଟି ୱିକେଟ ହରାଇ ପ୍ରଥମ ପାଳି ଘୋଷଣା କରିଥିଲା। ତେବେ ସେ ଗୋଟିଏ ଓଭରରେ ମାରିଥିବା ୫ ଛକା ଓ ଗୋଟିଏ ଚୌକା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି।
https://twitter.com/CountyChamp/status/1522543334417387521?s=20&t=De8ZitcI9aBtKpTOovBqfA