England
ଇଂଲଣ୍ଡ ଅଧିନାୟକ ବେନ ଷ୍ଟୋକ୍ସ ଆଇସିସି ପୁରୁଷ ଟେଷ୍ଟ କ୍ରିକେଟର ଅଫ ଦ ଇୟର ୨୦୨୨ ପୁରସ୍କାର ମିଳିଛି। ନାଲି ବଲ କ୍ରିକେଟରେ ସେ ବର୍ଷ ତମାମ ଭଲ ପ୍ରଦର୍ଶନ କରିବା ସହ ନିଜ ଦମରେ ଇଂଲଣ୍ଡକୁ ମଧ୍ୟ ଜିତାଇଛନ୍ତି। ଷ୍ଟୋକ୍ସ ୨୦୨୨ରେ ୩୬.୨୫ ହାରରେ ମୋଟ ୮୭୦ ରନ କରିଛନ୍ତି। ଏଥିସହ ୨୬ଟି ୱିକେଟ ମଧ୍ୟ ନେଇଛନ୍ତି। ତାଙ୍କ ବୋଲିଂ ହାର ୩୧.୧୯ ରହିଥିଲା। ଇଂଲଣ୍ଡ ଟିମ୍ର ନୂଆ କୋଚ୍ ବ୍ରେଣ୍ଡନ ମ୍ୟାକକୁଲମଙ୍କ ସହ ଷ୍ଟୋକ୍ସଙ୍କ ଯୁଗଳବନ୍ଦୀ କରିବା ପରେ ଇଂଲଣ୍ଡ ଟେଷ୍ଟ ମ୍ୟାଚ କିମ୍ବା ସିରିଜ ହାରି ନାହିଁ।
ଷ୍ଟୋକ୍ସଙ୍କ ପୂର୍ବରୁ ଇଂଲଣ୍ଡ ଆଟାକିଂ କ୍ରିକେଟ ଖେଳୁଥିଲା। କିନ୍ତୁ ଷ୍ଟୋକ୍ସ ଆସିବା ପରେ ଏହି ଆଟାକିଂ ଖେଳ ଇଂଲଣ୍ଡ ତରଫରୁ ନିୟମିତ ଦେଖିବାକୁ ମିଳୁଛି। ଏବେ ଇଂଲଣ୍ଡ ନୂଆ ରୂପରେ ପୂରା ବିଶ୍ୱକୁ ଟେଷ୍ଟ ମ୍ୟାଚ୍ରେ ଚ୍ୟାଲେଞ୍ଜ ଦେବା ଆରମ୍ଭ କରିଛନ୍ତି।
ଷ୍ଟୋକ୍ସ ୧୦ଟି ମ୍ୟାଚରେ ଇଂଲଣ୍ଡର ନେତୃତ୍ୱ ନେଇଥିବା ବେଳେ ୯ଟିରେ ଜିତିଛି। ନ୍ୟୁଜିଲ୍ୟାଣ୍ଡ ଓ ଦକ୍ଷିଣ ଆଫ୍ରିକାକୁ ଦଳ ଘରୋଇ ମାଟିରେ ହରାଇଛି। ସେହିପରି ଭାରତ ବିପକ୍ଷ ସ୍ଥଗିତ ଥିବା ଏକମାତ୍ର ମ୍ୟାଚ୍କୁ ଇଂଲଣ୍ଡ ଜିତି ସିରିଜକୁ ୨-୨ରେ ଶେଷ କରିଥିଲା। ପାକିସ୍ତାନକୁ ତା’ରି ମାଟିରେ ମଧ୍ୟ ଇଂଲଣ୍ଡ ୩-୦ରେ ହରାଇଥିଲା।
ଷ୍ଟୋକ୍ସ କ୍ୟାପ୍ଟେନ ହେବା ପୂର୍ବରୁ ଇଂଲଣ୍ଡ ୧୭ଟି ଟେଷ୍ଟରୁ ମାତ୍ର ଗୋଟିଏରେ ଜିତିଥିଲା। ତେବେ ଷ୍ଟୋକ୍ସ କ୍ୟାପ୍ଟେନ ହେବା ପରେ ଦଳର ଭାଗ୍ୟ ବଦଳି ଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/England__1674725308.jpg)