Advertisment

ଖୁସି ଆଣିଲେ ଭଜନ କୌର: ସଂଘର୍ଷ ପରେ ଜିତିଲେ ମ୍ୟାଚ୍‌

୩-୧ରେ ପଛରେ ଥିବା କୌର ଏହି ଠାରୁ କମବ୍ୟାକ କରିଥିଲେ। ସେ ତୃତୀୟ ସେଟକୁ ୨୯-୨୭, ୪ର୍ଥ ସେଟକୁ ୨୭-୨୫ ଓ ୫ମ ସେଟକୁ ୨୮-୨୫ରେ ଜିତିବା ସହ ମ୍ୟାଚ୍‌କୁ କବାଜ କରିଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
Kaur

Kaur

ଶେଷରେ ତୀରନ୍ଦାଜିରୁ ଆସିଛି ଖୁସି ଖବର। ଅଲିମ୍ପିକ୍ସର ମହିଳା ଏକକ ତୀରନ୍ଦାଜି ଇଭେଣ୍ଟର ପ୍ରଥମ ରାଉଣ୍ଡରେ ଜିତିଛନ୍ତି ଭାରତର ଭଜନ କୌର। ତାଙ୍କ ପୂର୍ବରୁ ରାଉଣ୍ତ ୩୨ରେ ଭାରତର ଅଙ୍କିତା ଭକତ ପରାସ୍ତ ହୋଇଥିଲେ। କିନ୍ତୁ କୌର ସଂଘର୍ଷ କରି ରାଉଣ୍ତ ଅଫ ୩୨କୁ ଜିତିବାକୁ ସକ୍ଷମ ହୋଇଛନ୍ତି।

Advertisment

ରାଉଣ୍ଡ ଅଫ ୩୨ରେ କୌରଙ୍କ ମୁକାବିଲା ଇଣ୍ଡୋନେସିଆର ନୁରାଫିଫା ସିଫା କମଲଙ୍କ ସହ ହେଉଥିଲା। ଏହି ମ୍ୟାଚକୁ କୌର ୭-୩ରେ ଜିତି ନେଇଛନ୍ତି। ମ୍ୟାଚ୍‌ର ପ୍ରଥମ ସେଟରେ ଉଭୟ ୨୭ ଲେଖାଏ ସ୍କୋର କରିବାରୁ ୧-୧ ପଏଣ୍ଟ ପାଇଥିଲେ। କିନ୍ତୁ ଦ୍ୱିତୀୟ ସେଟକୁ କମଲ ୨୯-୨୭ ସ୍କୋରେ ଜିତି ନେଇଥିଲେ।

୩-୧ରେ ପଛରେ ଥିବା କୌର ଏହି ଠାରୁ କମବ୍ୟାକ କରିଥିଲେ। ସେ ତୃତୀୟ ସେଟକୁ ୨୯-୨୭, ୪ର୍ଥ ସେଟକୁ ୨୭-୨୫ ଓ ୫ମ ସେଟକୁ ୨୮-୨୫ରେ ଜିତିବା ସହ ମ୍ୟାଚ୍‌କୁ କବାଜ କରିଥିଲେ। କୌର ରାଉଣ୍ଡ ଅଫ ୩୨ର ପ୍ରଥମ ମ୍ୟାଚ୍‌ ଜିତି ଏବେ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି।

Advertisment
Paris Olympics 2024 Olympics 2024