Advertisment

ଭାରତ-ବାଂଲାଦେଶ ଟେଷ୍ଟର ତୃତୀୟ ଦିନ: ବିଜୟଙ୍କ ୧୫୦ ରନ୍, ଭାରତ ୪୬୨/୬

ଢାକା: ବାଂଲାଦେଶର ଫତୁଲ୍ଲାରେ ଚାଲିଥିବା ଭାରତ-ବାଂଲାଦେଶ ଏକମାତ୍ର ଟେଷ୍ଟ୍ ମ୍ୟାଚର ଆଜି ଥିଲା ତୃତୀୟ ଦିନ। ଆଉ ତୃତୀୟ ଦିନରେ ବି ବର୍ଷା ସାଜିଥିଲା ବାଧକ। ଏହା ସତ୍ତ୍ୱେ ଭାରତ ୬ ୱିକେଟ୍ ହରାଇ ୪୬୨ ରନ୍ ସଂଗ୍ରହ କରିଛି। ପ୍ରଥମ ଦିନ ୮୯ ରନ୍ କରି ନଟ୍ ଆଉଟ୍ ରହିଥିବା ମୂରଲୀ ବିଜୟ ଆଜି ୧୫୦ ରନ୍ କରିଥିଲେ। ସେହିଭଳି ମାତ୍ର ଦୁଇ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଛନ୍ତି ଆଜିଙ୍କ୍ୟ ରାହାଣେ। ସେ ୯୮ […]

author-image
Rakesh Mallick
ଭାରତ-ବାଂଲାଦେଶ ଟେଷ୍ଟର ତୃତୀୟ ଦିନ: ବିଜୟଙ୍କ ୧୫୦ ରନ୍, ଭାରତ ୪୬୨/୬

murali

ଢାକା: ବାଂଲାଦେଶର ଫତୁଲ୍ଲାରେ ଚାଲିଥିବା ଭାରତ-ବାଂଲାଦେଶ ଏକମାତ୍ର ଟେଷ୍ଟ୍ ମ୍ୟାଚର ଆଜି ଥିଲା ତୃତୀୟ ଦିନ। ଆଉ ତୃତୀୟ ଦିନରେ ବି ବର୍ଷା ସାଜିଥିଲା ବାଧକ। ଏହା ସତ୍ତ୍ୱେ ଭାରତ ୬ ୱିକେଟ୍ ହରାଇ ୪୬୨ ରନ୍ ସଂଗ୍ରହ କରିଛି। ପ୍ରଥମ ଦିନ ୮୯ ରନ୍ କରି ନଟ୍ ଆଉଟ୍ ରହିଥିବା ମୂରଲୀ ବିଜୟ ଆଜି ୧୫୦ ରନ୍ କରିଥିଲେ। ସେହିଭଳି ମାତ୍ର ଦୁଇ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଛନ୍ତି ଆଜିଙ୍କ୍ୟ ରାହାଣେ। ସେ ୯୮ ରନରେ ଆଉଟ୍ ହୋଇଯାଇଥିଲେ।

Advertisment

ବର୍ଷା ହେବା ଯୋଗୁ ଲଞ୍ଚ୍ ସମୟକୁ ବଢ଼ାଇ ଦିଆଯାଇଥିଲା। ଲଞ୍ଚ୍ ପରେ ମୂରଲୀ ବିଜୟ ୧୫୦ ରନ୍ କରି ଥିଲେ। ଲଞ୍ଚ୍ ପରେ ମାତ୍ର ୪.୧ ଓଭର ଖେଳ ହେବା ପରେ ପୁଣି ବର୍ଷା ହୋଇଥିଲା। ତେବେ ଏହି ସମୟ ମଧ୍ୟରେ ସେ ୧୫୦ ରନ୍ କରି ନେଇଥିଲେ। ତେବେ ଅଳ୍ପ ସମୟର ବର୍ଷା ପରେ  ପୁଣି ଯେତେବେଳ ଖେଳ ଆରମ୍ଭ ହୋଇଥିଲା ମୂରଲୀ ବିଜୟ ଶିକାର ହେଲେ ବାଂଲା ବୋଲର ସାକିବ ଅଲ ହାସନଙ୍କର। ୧୫୦ ରନରେ ଆଉଟ୍ ହୋଇଗଲେ ସେ। ବିଜୟ ୨୭୨ ବଲର ସମ୍ମୁଖୀନ ହୋଇ ଗୋଟିଏ ଛକା ଓ ୧୨ଟି ଚୌକା ସହିତ ସେ ୧୫୦ ରନ୍ ସଂଗ୍ରହ କରିଥିଲେ।  ତା’ପରେ କ୍ରିଜକୁ ଆସିଥିଲେ ରିଦ୍ଧିମାନ ଶାହ। ସେ ମାତ୍ର ୬ ରନ୍ କରି ଜୁବୈର ହୋସେନଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଯାଇଥିଲେ। ତା’ପରେ ଶତକୀୟ ପାଳି ଆଡ଼କୁ ବଢ଼ି ଚାଲିଥିବା ଆଜିଙ୍କ୍ୟ ରାହାଣେ ଶିକାର ହୋଇଥିଲେ ସାକିବ ଅଲ୍ ହୁସେନଙ୍କର। ୧୦୩ ବଲରେ ୧୪ଟି ଚୌକା ବଳରେ ସେ କରିଥିଲେ ୯୮ ରନ୍।

ରବୀଚନ୍ଦ୍ର ଅଶ୍ୱିନୀ ୨ ରନ୍ ଓ ହରଭଜନ ସିଂହ ୭ ରନ କରି କ୍ରିଜରେ ଥିବା ବେଳେ ପୁଣି ବର୍ଷା ହୋଇଥିଲା। ଘଣ୍ଟାଏ ଅପେକ୍ଷା କରିବା ପରେ ମଧ୍ୟ ବର୍ଷା ଛାଡ଼ି ନଥିଲା। ତେଣୁ ଆଜିର ଦିନର ଖେଳ ବନ୍ଦ କରାଯାଇଥିଲା।

Advertisment

ଅନ୍ୟପକ୍ଷରେ ତୃତୀୟ ଦିନ ସକାଳେ ଭାରତୀୟକୁ ଲାଗିଥିଲା ପ୍ରାରମ୍ଭିକ ଝଟକ। ପ୍ରଥମ ଦିନରେ ୧୫୦ ରନ୍ କରି ନଟ୍ ଆଉଟ୍ ରହିଥିବା ଶିଖର ଧାୱନ ଆଜି ମାତ୍ର ୨୩ ରନ୍ ଯୋଡ଼ି ପାରିଥିଲେ। ସ ୧୭୩ ରନ୍ କରି ଆଉଟ୍ ହୋଇଥିଲେ। ଆଉ ନିଜ କ୍ୟାରିଅରର ପ୍ରଥମ ଟେଷ୍ଟ୍ ଦ୍ୱିଶତକ ମାରିବାରୁ ବଂଚିତ ହୋଇଥିଲେ। ତାଙ୍କ ପରେ ପରେ ରୋହିତ ଶର୍ମା ୬ ଓ ଅଧିନାୟକ ବିରାଟ କୋହଲି ୧୪ ରନ୍ କରି ଆଉଟ୍ ହୋଇଯାଇଥିଲେ। ତେବେ ମୂରଲୀ ବିଜୟ ଓ ଆଜିଙ୍କ୍ୟ ରାହାଣେ ପାଳିକୁ ସମ୍ଭାଳି ନେଇଥିଲେ।

ତେବେ ଆସନ୍ତାକାଲି ମଧ୍ୟ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଥିବା ଯୋଗୁ ଏହି ଏକମାତ୍ରର ଟେଷ୍ଟ ଅମୀମାଂସିତରେ ଶେଷ ହେବା ସମ୍ଭାବନା ଅଧିକ ରହିଛି।