ଭାରତ-ଦକ୍ଷିଣ ଆଫ୍ରିକା ଶେଷ ଟି-୨୦,ମ୍ୟାଚ୍ ଜିତି ସମ୍ମାନ ରଖିବାକୁ ଚାହିଁବ ଭାରତ

କୋଲକାତା: ଇଡେନ ଗାର୍ଡେନରେ ଆଜି ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଶେଷ ଟି-୨୦। ପୂର୍ବରୁ ଦୁଇଟି ମ୍ୟାଚ୍ ଜିତି ସିରିଜକୁ ୨-୦ରେ ହାତେଇ ସାରିଥିବା ଦକ୍ଷିଣ ଆଫ୍ରିକା ଆଜିର ମ୍ୟାଚ୍ ଜିତି ସିରିଜ୍ ପୋଛି ନେବା ଲକ୍ଷ୍ୟରେ ରହିଛି। ତେବେ ଶେଷ ମ୍ୟାଚରେ ଭଲ ପ୍ରଦର୍ଶନ କରି ବିଜୟୀ ହୋଇ ସମ୍ମାନ ରକ୍ଷା କରିବାକୁ ଉଦ୍ୟମ କରିବ ଧୋନୀ ବାହିନୀ।