Advertisment

ଭୁବନେଶ୍ୱରରେ ପହଞ୍ଚିଲା ଆସାମ ରଣଜୀ କ୍ରିକେଟ୍ ଟିମ୍

ଭୁବନେଶ୍ୱର: ଆସାମ ରଣଜୀ ଦଳ ଭୁବନେଶ୍ୱରରେ ପହଞ୍ଚିଛି। ଆସନ୍ତା ୧୫ ତାରିଖରେ ଘରୋଇ ଓଡ଼ିଶା ବିପକ୍ଷରେ ତୃତୀୟ ରାଉଣ୍ଡ ମ୍ୟାଚ୍ ଖେଳିବା ପାଇଁ ଆସାମ ଦାଳ ଏଠାରେ ପହଞ୍ଚିଛି। ୮ ବର୍ଷ ପରେ କଟକର ବାରବାଟୀ ଷ୍ଟାଡ଼ିୟମରେ ଓଡ଼ିଶା ଓ ଆସାମ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ। ପୂର୍ବରୁ ଖେଳାଯାଇଥିବା ୨ଟି ମ୍ୟାଚରେ ବିଜୟୀ ହୋଇ ଆସାମ ୧୦ପଏଣ୍ଟ ହାସଲ କରି ଗ୍ରୁପ ‘ଏ’ରେ ପଏଣ୍ଟ ଟେବୁଲର ଏକ ନମ୍ୱର ସ୍ଥାନରେ ରହିଛି। ସେପଟେ ଓଡ଼ିଶା ଦଳ […]

ଅଦ୍ୟତନ ହୋଇଛି
ଭୁବନେଶ୍ୱରରେ ପହଞ୍ଚିଲା ଆସାମ ରଣଜୀ କ୍ରିକେଟ୍ ଟିମ୍

Assam cricket association

Advertisment

Assam cricket associationଭୁବନେଶ୍ୱର: ଆସାମ ରଣଜୀ ଦଳ ଭୁବନେଶ୍ୱରରେ ପହଞ୍ଚିଛି। ଆସନ୍ତା ୧୫ ତାରିଖରେ ଘରୋଇ ଓଡ଼ିଶା ବିପକ୍ଷରେ ତୃତୀୟ ରାଉଣ୍ଡ ମ୍ୟାଚ୍ ଖେଳିବା ପାଇଁ ଆସାମ ଦାଳ ଏଠାରେ ପହଞ୍ଚିଛି। ୮ ବର୍ଷ ପରେ କଟକର ବାରବାଟୀ ଷ୍ଟାଡ଼ିୟମରେ ଓଡ଼ିଶା ଓ ଆସାମ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ। ପୂର୍ବରୁ ଖେଳାଯାଇଥିବା ୨ଟି ମ୍ୟାଚରେ ବିଜୟୀ ହୋଇ ଆସାମ ୧୦ପଏଣ୍ଟ ହାସଲ କରି ଗ୍ରୁପ ‘ଏ’ରେ ପଏଣ୍ଟ ଟେବୁଲର ଏକ ନମ୍ୱର ସ୍ଥାନରେ ରହିଛି। ସେପଟେ ଓଡ଼ିଶା ଦଳ ଖେଳିଥିବା ୨ଟି ମ୍ୟାଚ ଡ୍ର ରଖି ୨ ପଏଣ୍ଟ ହାସଲ କରି ସପ୍ତମ ସ୍ଥାନରେ ରହିଛି। ଓଡ଼ିଶା ବିଦର୍ଭ ଓ ମହାରାଷ୍ଟ୍ର ବିପକ୍ଷ ମ୍ୟାଚ୍ ଦୁଇଟିରୁ ଗୋଟିଏ ଲେଖାଏଁ ପଏଣ୍ଟ୍ ପାଇଛି।

Advertisment

ସୂଚନାଯୋଗ୍ୟ, ଓଡ଼ିଶା-ଆସାମ ମଧ୍ୟରେ ଏହା ହେବ ୪୯ତମ ମୁକାବିଲା। ଶେଷଥର ପାଇଁ ୨୦୦୭ରେ ଓଡ଼ିଶା-ଆସାମ ମଧ୍ୟରେ ମୁକାବିଲା ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe