ନୂଆଦିଲ୍ଲୀ: ଜୁଲାଇ ୧୬ରେ ନୂଆଦିଲ୍ଲୀରେ ହେବାକୁ ଥିବା ଡବ୍ଲ୍ୟୁବିଓ ଏସିଆ ଟାଇଟଲ୍ ମ୍ୟାଚ୍ରେ ଭାରତର ବିଜେନ୍ଦର ସିଂହଙ୍କୁ ଭେଟିବେ ପୂର୍ବତନ ୟୁରୋପୀଆନ୍ ଚାମ୍ପିଅନ୍ କେରୀ ହୋପ୍। ଏନେଇ କେରୀ ଆଜି ସୂଚନା ଦେଇଛନ୍ତି।
୩୦ ବର୍ଷୀୟ ଏହି ଭାରତୀୟ ମୁଷ୍ଟିଯୋଦ୍ଧା ଜଣକ ଗତବର୍ଷର ଅପରାଜିତ ରହିଛନ୍ତି। ନକ୍ଆଉଟ୍ ମାଧ୍ୟମରେ ସେ ୬ଟି କଣ୍ଟେଷ୍ଟ ଜିତିଛନ୍ତି। ଅନ୍ୟପକ୍ଷରେ ୩୦ଟି ମ୍ୟାଚ୍ରୁ ୨ଟି ନକ୍ଆଉଟ୍ ସହ ୨୩ଟି ମ୍ୟାଚ୍ ଜିତିଛନ୍ତି।
ପୂର୍ବତନ ୟୁରୋପୀଆନ୍ ଚାମ୍ପିଅନ୍ କେରୀ ହୋପ୍ କହିଛନ୍ତି,“ସେ ଭାରତରେ ଜଣେ ସୁପରଷ୍ଟାର ହୋଇଥିବେ କିନ୍ତୁ ମୋ ପାଇଁ ସେ ଜଣେ ମୁଷ୍ଟି ଯୋଦ୍ଧା। ସେ ଗୋଟିଏ ବର୍ଷ ପ୍ରୋ’ ରହିଥାଇପାରନ୍ତି କିନ୍ତୁ ମୁଁ ବିଗତ ୧୨ ବର୍ଷ ଧରି ପ୍ରୋ’ ରହିଥିଲି। ସେହି ଦୃଷ୍ଟିରୁ ମୋ ନିକଟରେ ପ୍ରର୍ଯ୍ୟାପ୍ତ ପରିମାଣର ଅଭିଜ୍ଞତା ରହିଛି। ମୁଁ ଜାଣେ ଏବେ ତାଙ୍କ ପଛରେ ଲୋକଙ୍କ ସମର୍ଥନ ରହିଥିବାରୁ ମତେ ଚାପ ପଡିବ। କିନ୍ତୁ ମୁଁ ଏହାକୁ ହାଲକା ଭାବେ ନେଇଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ବିବାହ ବିଷୟରେ ଜାଣିଦେବା ଡରରେ ପ୍ରେମିକାକୁ ମାରି ୫୦ ଖଣ୍ଡ କଲା ପ୍ରେମିକ
ପ୍ରେମିକା ସହ ଲିଭ୍-ଇନରେ ରହି ଝାଡ଼ଖଣ୍ଡରେ ଅନ୍ୟ ମହିଳାଙ୍କୁ ଲୁଚି ଲୁଚି କରିଥିଲା ବିବାହ। ଧରାପଡ଼ିଯିବା ଭୟରେ ପ୍ରେମିକାକୁ ହତ୍ୟା କରି ୫୦ ଖଣ୍ଡ କରିଦେଲା ନରହନ୍ତା ପ୍ରେମିକ।
National
NIA ପଞ୍ଝାରେ ରାୱଣ୍ଡାରେ ଗିରଫ ହୋଇଥିବା କୁଖ୍ୟାତ ଲସ୍କର ଆତଙ୍କବାଦୀ
ରାୱଣ୍ଡା ତଦନ୍ତକାରୀ ବ୍ୟୁରୋ(ଆରଆଇବି), ଇଣ୍ଟରପୋଲ ଓ ନ୍ୟାଶନାଲ ସେଣ୍ଟ୍ରାଲ ବ୍ୟୁରୋ(ଏନସିବି)ର ମିଳିତ ଉଦ୍ୟମରେ ସଲମାନକୁ ଗତକାଲି ରାୱଣ୍ଡାର ରାଜଧାନୀ କିଗାଲିକୁ ଗିରଫ କରାଯାଇଥିଲା।
National
ବଦଳିଲା ମମତାଙ୍କ ସ୍ୱର: କହିଲେ- ଆମେ କେନ୍ଦ୍ର ସହ ଅଛୁ
ସବୁ ପ୍ରସଙ୍ଗରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କୁ ଟାର୍ଗେଟ କରୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସ୍ୱର ହଠାତ ବଦଳିଛି।
National
ମୁଖ୍ୟମନ୍ତ୍ରୀ ପଦ ବଦଳରେ ଏକନାଥଙ୍କୁ ମିଳିବ ତିନୋଟି ମନ୍ତ୍ରଣାଳୟ!
ମିଳିଥିବା ସୂତ୍ରରୁ ସୂଚନା ଅନୁସାରେ ଏକନାଥ ସିନ୍ଦେଙ୍କୁ ନଗର ଉନ୍ନୟନ ମନ୍ତ୍ରଣାଳୟ, ଜନସମ୍ପର୍କ ମନ୍ତ୍ରଣାଳୟ ଏବଂ ଜଳ ସମ୍ପଦ ମନ୍ତ୍ରଣାଳୟ ଦେଇପାରନ୍ତି କେନ୍ଦ୍ର ସରକାର।
National
ରାଜଧାନୀରେ ଭୟଙ୍କର ବିସ୍ଫୋରଣ, PVR ସିନେମା ନିକଟରେ ବ୍ଲାଷ୍ଟ
ଲୋକେ ଭୟଭୀତ ହୋଇ ପଡିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।