Advertisment

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ବଦଳିବନି ‘ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର’ର ନାଁ

ରାଜ୍ୟରେ ଖେଳକୁଦ ଓ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ପାଇଁ ୨୦୦୨ ମସିହାରୁ ଏହି ପୁରସ୍କାର ପ୍ରଦାନ କରାଯାଇଆସୁଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
CM Mohan Charan Majhi

CM Mohan Charan Majhi

ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାଁ ପରିବର୍ତ୍ତନ ହେବନି। ଆଜି ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Advertisment

ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜୁ ବାବୁଙ୍କ ନାଁରେ ଦୀର୍ଘ ବର୍ଷରୁ କ୍ରୀଡ଼ା ପୁରସ୍କାର ଦିଆଯାଇ ଆସୁଅଛି। ଏହାର ନାମ ପରିବର୍ତ୍ତନ କଥା ମୁଁ ଆଜି ଗଣମାଧ୍ୟମରୁ ଜାଣିବାକୁ ପାଇଲି। କିନ୍ତୁ ଏନେଇ ବିଧିବଦ୍ଧ ଭାବେ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ ଏବଂ ମୋ ପାଖରେ ବି ସେପ୍ରକାରର କୌଣସି ସୂଚନା ନଥିଲା। ମୋ ସରକାର ଓଡ଼ିଶାର ବରପୁତ୍ରମାନଙ୍କୁ ଯଥୋଚିତ ସମ୍ମାନ ଦିଅନ୍ତି। ବିଜୁ ବାବୁ ନିଜ ଦୀର୍ଘ ଦଶନ୍ଧିର ରାଜନୈତିକ ଓ ସାମାଜିକ ଜୀବନରେ କରିଥିବା ଅବଦାନ ଓଡ଼ିଶା ପାଇଁ ତଥା ଭାରତ ବର୍ଷ ପାଇଁ ସ୍ମରଣୀୟ ହୋଇ ରହିବ। ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପୂର୍ବ ପରି ଚାଲୁ ରହିବ। ସେଥିରେ କୌଣସି ପ୍ରକାର ପରିବର୍ତ୍ତନ କରାଯିବାର ଯୋଜନା ନାହିଁ। ଯେମିତି ଆଗରୁ ଚାଲିଥିଲା ସେମିତି ଚାଲିବ।

ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାରର ନାଁ ପରିବର୍ତ୍ତନ କଥା ଉଠିଥିଲା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତିରୁ। ଏଥିରେ ‘ବିଜୁ ପଟ୍ଟନାୟ କ୍ରୀଡ଼ା ପୁରସ୍କାର’ ବଦଳରେ ’ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ’ ଲେଖାଯାଇଥିଲା। ପୁରସ୍କାରର ନାମ ପରିବର୍ତ୍ତନ ବ୍ୟତୀତ ଏହି ବିଜ୍ଞପ୍ତିରେ ଅନ୍ୟ କୌଣସି ପରିବର୍ତ୍ତନ ଦେଖିବାକୁ ମିଳି ନଥିଲା। ଏହି ପୁରସ୍କାରର ନିୟମାବଳୀରେ ମଧ୍ୟ ବି କୌଣସି ବିଶେଷ ପରିବର୍ତ୍ତନ କରାଯାଇଥିବା ଦେଖିବାକୁ ମିଳି ନଥିଲା। ରାଜ୍ୟରେ ଖେଳକୁଦ ଓ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ପାଇଁ ୨୦୦୨ ମସିହାରୁ ଏହି ପୁରସ୍କାର ପ୍ରଦାନ କରାଯାଇଆସୁଛି।  

Advertisment
CM Mohan Charan Majhi Biju Patnaik Sports Award