Sreeja
ପ୍ୟାରିସ ଅଲିମ୍ପିକ୍ସରେ ଚମକିଛନ୍ତି ଭାରତର ଷ୍ଟାର ଟେବୁଲ ଟେନିସ ଖେଳାଳି ଶ୍ରୀଜା ଅକୁଲା। ସେ ପ୍ୟାରିସରେ ଭାରତ ପାଇଁ ହାସଲ କରିଛନ୍ତି ଐତିହାସିକ ବିଜୟ। ଶ୍ରୀଜା ଟେବୁଲ ଟେନିସର ମହିଳା ଏକକ ବର୍ଗର ପ୍ରି କ୍ୱାର୍ଟର ଫାଇନାଲରେ ନିଜର ସ୍ଥାନ ପକ୍କା କରିଛନ୍ତି। ଆଜି ହେଉଛି ଶ୍ରୀଜାଙ୍କ ୨୬ତମ ଜନ୍ମ ଦିନ। ସେ ଜନ୍ମ ଦିନରେ ଦମଦାର ପ୍ରଦର୍ଶନ କରି ସିଙ୍ଗାପୁରର ଜିଆନ ଜେଙ୍ଗଙ୍କୁ ୪-୨ ସେଟରେ ପରାସ୍ତ କରିଛନ୍ତି।
ପ୍ରଥମ ସେଟକୁ ୯-୧୧ରେ ହାରିଥିବା ଶ୍ରୀଜା ଦ୍ୱିତୀୟ ସେଟରୁ କମବ୍ୟାକ କରିଥିଲେ। ଦ୍ୱିତୀୟ ସେଟକୁ ସେ ୧୨-୧୦, ତୃତୀୟ ସେଟକୁ ୧୧-୪, ଚତୁର୍ଥ ସେଟକୁ ୧୧-୫ରେ ଜିତି ନେଇଥିଲେ। କିନ୍ତୁ ୫ମ ସେଟରେ ଜେଙ୍ଗ କମବ୍ୟାକ କରି ୧୦-୧୨ରେ ଶ୍ରୀଜାଙ୍କୁ ହରାଇ ଦେଇଥିଲେ। ହେଲେ ପରବର୍ତ୍ତୀ ସେଟକୁ ଶ୍ରୀଜା ସଂଘର୍ଷ କରି ୧୨-୧୦ରେ ଜିତି ମ୍ୟାଚକୁ କବଜା କରିଥିଲେ।
୨୬ ବର୍ଷୀୟ ଶ୍ରୀଜା ଏବେ ଦ୍ୱିତୀୟ ଭାରତୀୟ ଭାବେ ଅଲିମ୍ପିକ୍ସର ଟେବୁଲ ଟେନିସ ମହିଳା ଏକକ ବର୍ଗର ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ତାଙ୍କ ପୂର୍ବରୁ ଚଳିତ ଅଲିମ୍ପିକ୍ସରେ ମନିକା ବାତ୍ରା ପ୍ରି-କ୍ୱାର୍ଟରରେ ପ୍ରବେଶ କରି ପ୍ରଥମ ଭାରତୀୟ ହେବାର ରେକର୍ଡ କରିଥିଲେ।
ରାଉଣ୍ଡ ଅଫ ୧୬ରେ ଶ୍ରୀଙ୍କା ମୁକାବିଲା ବିଶ୍ୱର ଏକ ନମ୍ବର ଟିଟି ଖେଳାଳି ଚାଇନାର ସୁନ ୟିଙ୍ଗଶାଙ୍କ ସହ ହେବ। ଏହି ମ୍ୟାଚ୍ ଜିତିବାକୁ ହେଲେ ଶ୍ରୀଜାଙ୍କୁ କିଛି କମାଲ କରିବାକୁ ପଡ଼ିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Sreeja_1722421442.jpg)