Advertisment

ପଶ୍ଚିମ ଓଡ଼ିଶା ଶ୍ରୀ ହେଲେ ପ୍ରଶାନ୍ତ ଦାଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଆମାଚ୍ୟୁର ବା ସୌଖୀନ ସୁନ୍ଦର ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ରାଉରକେଲାରେ ଆୟୋଜିତ ହୋଇଯାଇଛି ‘ପଶ୍ଚିମ ଓଡ଼ିଶା ଶ୍ରୀ’ ପ୍ରତିଯୋଗିତା। ସିଭିକ୍‌ ସେଣ୍ଟରଠାରେ ହୋଇଥିବା ଏହି ପ୍ରତିଯୋଗିତାରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୭୦ ପ୍ରତିଯୋଗୀମାନେ  ଭାଗ ନେଇଥିଲେ। ଏମାନଙ୍କ ମଧ୍ୟରେ  ୫ଟି ବର୍ଗର ପ୍ରତିଯୋଗୀମାନଙ୍କ ମଧ୍ୟରୁ ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ର ପ୍ରଶାନ୍ତ ଦାସ ‘ପଶ୍ଚିମ ଓଡ଼ିଶା ଶ୍ରୀ ମୁକୁଟ’ ପିନ୍ଧିଛନ୍ତି। ପ୍ରତିଯୋଗିତାର ପୁରୁଷ ୫୦ ରୁ ୫୫ କିଲୋ ବର୍ଗରେ ବିଷ୍ଣୁ କୁମାର […]

ପଶ୍ଚିମ ଓଡ଼ିଶା ଶ୍ରୀ ହେଲେ ପ୍ରଶାନ୍ତ ଦାଶ

BodyBuilder

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଆମାଚ୍ୟୁର ବା ସୌଖୀନ ସୁନ୍ଦର ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ରାଉରକେଲାରେ ଆୟୋଜିତ ହୋଇଯାଇଛି ‘ପଶ୍ଚିମ ଓଡ଼ିଶା ଶ୍ରୀ’ ପ୍ରତିଯୋଗିତା। ସିଭିକ୍‌ ସେଣ୍ଟରଠାରେ ହୋଇଥିବା ଏହି ପ୍ରତିଯୋଗିତାରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୭୦ ପ୍ରତିଯୋଗୀମାନେ  ଭାଗ ନେଇଥିଲେ। ଏମାନଙ୍କ ମଧ୍ୟରେ  ୫ଟି ବର୍ଗର ପ୍ରତିଯୋଗୀମାନଙ୍କ ମଧ୍ୟରୁ ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ର ପ୍ରଶାନ୍ତ ଦାସ ‘ପଶ୍ଚିମ ଓଡ଼ିଶା ଶ୍ରୀ ମୁକୁଟ’ ପିନ୍ଧିଛନ୍ତି।

Advertisment

ପ୍ରତିଯୋଗିତାର ପୁରୁଷ ୫୦ ରୁ ୫୫ କିଲୋ ବର୍ଗରେ ବିଷ୍ଣୁ କୁମାର ଦାସ ବିଜେତା, ୫୫ ରୁ ୬୦ କିଲୋ ବର୍ଗରେ ଟିଟୁ ସ୍ୱାଇଁ, ୬୦ ରୁ ୬୫ କିଲୋ ବର୍ଗରେ ରାମଚନ୍ଦ୍ର ହର୍ଷେଲ, ୬୫ ରୁ ୭୦ କିଲୋ ବର୍ଗରେ ପ୍ରଶାନ୍ତ ଦାଶ ବିଜେତା ହୋଇଥିଲେ। ସେହିଭଳି ମହିଳାମାନଙ୍କ ମଧ୍ୟରେ ହୋଇଥିବା ଏକମାତ୍ର ବର୍ଗରେ ମନିସା ସାହୁ ବିଜେତା ଓ ପ୍ରତିଷ୍ଠା ମିଞ୍ଜ୍‌ ଉପବିଜେତା ହୋଇଥିଲେ।

ଏଥିରେ ମୁଖ୍ୟ ଅତିଥିଭାବେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ଆର୍‌ଏମ୍‌ସି ଆୟୁକ୍ତ ଡ. ଶୁଭଙ୍କର ମହାପାତ୍ର ଓ ସମ୍ମାନୀତ ଅତିଥି ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରକାର ଯୋଗଦେଇ ପ୍ରଥମ ଥର ପାଇଁ ଏଭଳି ଏକ କାର୍ଯ୍ୟକ୍ରମରେ ମହିଳା ପ୍ରତିଯୋଗୀମାନେ ଭାଗ ନେବା ଆନନ୍ଦର ବିଷୟ ବୋଲି କହିଥିଲେ। ଏଥିରେ ଅନ୍ୟତମ ସମ୍ମାନିତ ଅତିଥିଭାବେ ରାଉରକେଲା ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ ଓ ରାଉରକେଲା ବନଖଣ୍ଡ ଅଧିକାରୀ ଯଶବନ୍ତ ସେଠୀ ଓ ସ୍ୱତନ୍ତ୍ର ଅତିଥିଭାବେ ଆର୍‌ଏସପି ମହାପ୍ରବନ୍ଧକ ବିଜୟ କୁମାର ରାଉତ, ରାଉରକେଲା ସଫ୍ଟବଲ୍‌ ସଂଘର ସଭାପତି ନିଖିଳ କଳାକାର ପ୍ରଧାନ, ସଙ୍ଗଠନର ସଭାପତି ସୁଶାନ୍ତ ବେହେରା, ସମ୍ପାଦକ ବିରଞ୍ଚି ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe