Advertisment

ବୁକି ସଂପର୍କ: ଶ୍ରୀନିବାସନଙ୍କ ଉପରେ ବର୍ଷିଲେ ଅନୁରାଗ

ନୂଆଦିଲ୍ଲୀ: ସନ୍ଦିଗ୍ଧ ବୁକିଙ୍କ ସହିତ ବିସିସିଆଇ ସଂପାଦକ ଅନୁରାଗ ଠାକୁରଙ୍କୁ ଦେଖାଯାଇଥିବା ନେଇ ଆଇସିସି ପକ୍ଷରୁ ପଠାଯାଇଥିବା ଚିଠି ସଂପର୍କରେ ଗତକାଲି ଖୁଲାସା ହୋଇଥିଲା। ଗୋଟିଏ ପଟେ ଏହାକୁ ନେଇ ବିସିସିଆଇ ଚୁପ୍ ରହିଥିବା ବେଳେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଅନୁରାଗ ଠାକୁର। ଏ ନେଇ ସେ ଆଇସିସି ଚେୟାରମ୍ୟାନ ଏନ୍ ଶ୍ରୀନିବାସନଙ୍କ ନିକଟକୁ ଏକ ପତ୍ର ପଠାଇଛନ୍ତି ଓ ସମସ୍ତ ସନ୍ଦିଗ୍ଧ ବୁକିଙ୍କ ତାଲିକା ପ୍ରକାଶ କରିବାକୁ ତାଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, […]

ମୋଦିଙ୍କ ପାଇଁ ଗୁଜରାଟ ଦଙ୍ଗା ମୁକ୍ତ ହୋଇପାରିଛି: ଅନୁରାଗ ଠାକୁର

anurag

Advertisment

ନୂଆଦିଲ୍ଲୀ: ସନ୍ଦିଗ୍ଧ ବୁକିଙ୍କ ସହିତ ବିସିସିଆଇ ସଂପାଦକ ଅନୁରାଗ ଠାକୁରଙ୍କୁ ଦେଖାଯାଇଥିବା ନେଇ ଆଇସିସି ପକ୍ଷରୁ ପଠାଯାଇଥିବା ଚିଠି ସଂପର୍କରେ ଗତକାଲି ଖୁଲାସା ହୋଇଥିଲା। ଗୋଟିଏ ପଟେ ଏହାକୁ ନେଇ ବିସିସିଆଇ ଚୁପ୍ ରହିଥିବା ବେଳେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଅନୁରାଗ ଠାକୁର। ଏ ନେଇ ସେ ଆଇସିସି ଚେୟାରମ୍ୟାନ ଏନ୍ ଶ୍ରୀନିବାସନଙ୍କ ନିକଟକୁ ଏକ ପତ୍ର ପଠାଇଛନ୍ତି ଓ ସମସ୍ତ ସନ୍ଦିଗ୍ଧ ବୁକିଙ୍କ ତାଲିକା ପ୍ରକାଶ କରିବାକୁ ତାଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଶ୍ରୀନିବାସ ଭାରତରେ ଥିବା ସନ୍ଦିଗ୍ଧ ବୁକିମାନଙ୍କର ପୂରା ତାଲିକା ଦେଇ ଦେଲେ ସେ ସେମାନଙ୍କଠାରୁ ଦୂରେଇ ରହିବେ। ଏହା ସହିତ ଉକ୍ତ ସନ୍ଦିଗ୍ଧ ବୁକିମାନଙ୍କର ତାଲିକାକୁ ଶ୍ରୀନିବାସନ ନିଜ ପରିବାର ଲୋକମାନଙ୍କୁ ବି ଦେଇ ଦେବା ଉଚିତ। କାରଣ ତାଙ୍କ ପରିବାରର ସଦସ୍ୟମାନେ ବେଟିଂରେ ସଂପୃକ୍ତ ଥିବା ନେଇ ପ୍ରମାଣିତ ହୋଇସାରିଛି।

Advertisment

ସେହିପରି ଟ୍ୱିଟ୍ କରି ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ଅନୁରାଗ କହିଛନ୍ତି ଯେ ସେ ବିସିସିଆଇର ସଂପାଦକ ହୋଇଯିବା କଥାକୁ ସହଜରେ ହଜମ କରିପାରୁ ନାହାନ୍ତି ଶ୍ରୀନିବାସନ। ଏଣୁ ରାଗ ଶୁଝାଇବା ପାଇଁ ଏଭଳି କାମ କରୁଛନ୍ତି। ତାଙ୍କରି ଇସାରାରେ ହିଁ ଆଇସିସି ପକ୍ଷରୁ ଏଭଳି ଏକ ଚିଠି ବିସିସିଆଇ ପାଖକୁ ପଠାଯାଇଛି।

ଅନ୍ୟପକ୍ଷରେ ସନ୍ଦିଗ୍ଧ ବୁକି ସହିତ ଅନୁରାଗ ଠାକୁରଙ୍କୁ ଦେଖାଯିବା ନେଇ ଆଇସିସି ପଠାଇଥିବା ଚିଠି ସଂପର୍କରେ କିଛି କହିବାକୁ ମନା କରି ଦେଇଛନ୍ତି ଆଇପିଏଲ ଅଧ୍ୟକ୍ଷ ରାଜୀବ ଶୁକ୍ଳା। ବିନା ପ୍ରମାଣରେ ଏଭଳି ପ୍ରସଙ୍ଗରେ ସେ କିଛି କହିପାରିବେ ନାହିଁ ବୋଲି ଶୁକ୍ଳା କହିଥିଲେ। ସେହିପରି ସେ ଏହାର ତଦନ୍ତ ଦାବି କରିବେ କି ନାହିଁ ବୋଲି ପଚରାଯିବାରେ ଏହି ପୂର୍ବତନ ବିସିସିଆଇ ଉପ-ସଭାପତି କହିଥିଲେ ଯେ ସେ ଏହି ପ୍ରସଙ୍ଗରେ ତାଙ୍କୁ କିଛି ଜଣାନାହିଁ। ଯେତେବେଳେ ସବିଶେଷ ଜାଣିବେ ତା’ପରେ କିଛି ପ୍ରତିକ୍ରିୟା ରଖିବେ।

Advertisment

ଅନୁରାଗ ଠାକୁରଙ୍କ ବିରୁଦ୍ଧରେ ଆସିଥିବା ଏହି ଅଭିଯୋଗରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ଭାଜପା ସାଂସଦ ତଥା ପୂର୍ବତନ କ୍ରିକେଟ ଖେଳାଳି କୀର୍ତ୍ତି ଆଜାଦ। ସେ କହିଛନ୍ତି ଅନୁରାଗ ଏଭଳି କାର୍ଯ୍ୟରେ ସଂପୃକ୍ତ ଥିବା କଥାକୁ ସେ ବିଶ୍ୱାସ କରନ୍ତି ନାହିଁ। କିନ୍ତୁ ବିସିସିଆଇରେ ଯାହା ସବୁ ଘଟୁଛି ସେଥିରେ ସେ ଆଶ୍ଚର୍ଯ୍ୟ ନୁହନ୍ତି । ଦୁର୍ନୀତି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିସିସିଆଇରେ କେହି ନାହାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe