Advertisment

ଏସୀୟ କ୍ରୀଡ଼ା: ଉଭୟ ପୁରୁଷ ଓ ମହିଳା କବାଡ଼ି ଫାଇନାଲରେ ଭାରତ

ପାକିସ୍ତାନକୁ ଭାରତୀୟ ପୁରୁଷ ଦଳ ୬୧-୧୪ରେ ହରାଇ ଫାଇନାଲରେ ପହଞ୍ଚିଛି।

author-image
Jitendra Garnayak
Indian Kabadi Team

Indian Kabadi Team

ଚୀନରେ ଚାଲିଥିବା ଏସୀୟ କ୍ରୀଡ଼ାର କବାଡ଼ିରେ ଉଭୟ ପୁରୁଷ ଓ ମହିଳା ବର୍ଗର ଫାଇନାଲରେ ପହଞ୍ଚିଛି ଭାରତ। ଏହା ସହିତ ଦୁଇଟି ପଦକ ସୁନିଶ୍ଚିତ ହୋଇଛି।

Advertisment

ଆଜି ପ୍ରଥମେ ମହିଳା ଟିମ୍‌ର ସେମି ଫାଇନାଲ ଖେଳା ଯାଇଥିଲା। ଏଥିରେ ଦଳ ନେପାଳ ସହିତ ଖେଳିଥିଲା। ପ୍ରତିଯୋଗିତା ପୂରା ଏକପାଖିଆ ହୋଇଥିଲା। ନେପାଳକୁ ଭାରତୀୟ ଦଳ ୬୧-୧୭ରେ ପରାସ୍ତ କରିଥିଲେ।

ଅନ୍ୟପକ୍ଷରେ ମହିଳା କବାଡ଼ିର ଅନ୍ୟ ଏକ ସେମି ଫାଇନାଲରେ ଆଶ୍ଚର୍ଯ୍ୟଜନକ ଭାବେ ହାରିଯାଇଥିଲା ଡିଫେଣ୍ଡିଂ ଚାମ୍ପିୟନ ଇରାନ। ଚାଇନିଜ୍ ତାଇପେଇ ଠାରୁ ୩୫-୨୪ରେ ହାରିଥିଲା ଇରାନ।

Advertisment

ଆସନ୍ତାକାଲି ସକାଳ ୭ଟାରେ ଭାରତୀୟ ମହିଳା କବାଡ଼ି ଦଳ ତା’ର ଫାଇନାଲ ମ୍ୟାଚ୍‌ରେ ଚାଇନିଜ ତାଇପେଇକୁ ଭେଟିବ।

କବାଡ଼ିରେ ଭାରତୀୟ ମହିଳା ଟିମ୍ ଖୁସି ଖବର ଦେବା ପରେ ଅପେକ୍ଷା ରହିଥିଲା ପୁରୁଷ ଟିମ୍‌ର ସେମି ଫାଇନାଲ ମ୍ୟାଚ୍‌କୁ। ଆଉ ପୁରୁଷ ଟିମ୍ ନିରାଶ କରି ନଥିଲା।

ସେମି ଫାଇନାଲରେ ଭାରତୀୟ ପୁରୁଷ ଟିମ୍‌ର ମୁକାବିଲା ହୋଇଥିଲା ପାକିସ୍ତାନ ସହିତ। ପାକିସ୍ତାନକୁ ଭାରତୀୟ ପୁରୁଷ ଦଳ ୬୧-୧୪ରେ ହରାଇ ଫାଇନାଲରେ ପହଞ୍ଚିଛି।

Asian Games Asian Games 2023