Advertisment

ବଡ଼ ଖୁଲାସା, ଗୋଲ୍ଡ ମେଡାଲିଷ୍ଟ ବକ୍ସର୍ ମହିଳା ନୁହେଁ ପୁରୁଷ!

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଖଲିଫ ଚାଇନାର ୟାଙ୍ଗ ଲିୟୁଙ୍କୁ ୫-୦ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏବେ ସେ ମହିଳା ନୁହନ୍ତି ପୁରୁଷ ବୋଲି ଏକ ମେଡିକାଲ ରିପୋଟରେ ଦାବି କରାଯାଇଛି।

Imane Khelif

Imane Khelif

Advertisment

ମହିଳା ବର୍ଗରେ ପ୍ୟାରିସ୍‌ ଅଲିମ୍ପିକ୍‌ ୨୦୨୪ରେ ଦମ୍‌ଦାର ପ୍ରଦର୍ଶନ କରିଥିଲେ ଅଲଜେରିଆର ବକ୍ସର ଇମାନ ଖଲିଫ। ସମସ୍ତଙ୍କୁ ପଛରେ ପକାଇ ସେ ଜିତିଥିଲେ ଗୋଲ୍ଡ ମେଡାଲ। ଏବେ ତାଙ୍କ ଜେଣ୍ଡର ବା ଲିଙ୍ଗକୁ ନେଇ ବଡ଼ ଖୁଲାସା ହୋଇଛି। ମେଡିକାଲ ରିପୋର୍ଟରୁ ସେ ମହିଳା ନୁହନ୍ତି ପୁରୁଷ ବୋଲି ଜଣାପଡିଛି।

Advertisment

ଅଲିମ୍ପିକ୍ସ ସମୟରେ ଇମାନର ଜେଣ୍ଡରକୁ ନେଇ ବିବାଦ ଦେଖାଦେଇଥିଲା। ଏବେ ପୁଣି ଖଲିଫ ବିବାଦରେ ଛନ୍ଦି ହୋଇଥିବା ନଜର ଆସିଛନ୍ତି। ଅଲିମ୍ପିକ୍ସ ସମୟରେ ଖଲିଫ ମହିଳା ନା ପୁରୁଷ, ଏହାକୁ ନେଇ ତାଙ୍କ ଜେଣ୍ଡର ସମ୍ବନ୍ଧୀୟ ଅନେକ ଚର୍ଚ୍ଚା ହୋଇଥିଲା। କିନ୍ତୁ ସେ ଏସବୁକୁ ଖାତିର ନକରି ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ପ୍ରଥମ ସ୍ଥାନ ପାଇବାରେ ସଫଳ ହୋଇଥିଲେ। ତେବେ ଅଲିମ୍ପିକ ସରିବାର ଦୀର୍ଘଦିନ ପରେ ସାମ୍ନାକୁ ଆସିଛି ତାଙ୍କର ଡାକ୍ତରୀ ରିପୋର୍ଟ। ଏଥିରେ ଇମାନଙ୍କ ଶରୀରରେ ଅନେକ ପୁରୁଷ ଅଙ୍ଗ ରହିଥିବା ଦାବି କରାଯାଇଛି।

ରିପୋର୍ଟ ଅନୁଯାୟୀ ଖଲିଫଙ୍କ ଶରୀରରେ ଅତିରିକ୍ତ ଅଣ୍ଡକୋଷ ଏବଂ XY କ୍ରୋମୋଜୋମ୍ ଅଛି, ଯାହା ୫-ଆଲଫା ରେଡକ୍ଟେଜ୍ ଡିସ୍‌ଅର୍ଡର ଆଡ୍‌କୁ ଇଷାରା କରେ। ଏଥିସହ ତାଙ୍କ ଶରୀରରେ ଗର୍ଭାଶୟ ମଧ୍ୟ ନାହିଁ, ଯାହା ମହିଳାଙ୍କ ଶରୀରରେ ଥାଏ। ଏହା ବ୍ୟତୀତ ରେଡକ୍ସର ରିପୋର୍ଟ ଅନୁଯାୟୀ, ଏମଆରଆଇରେ ଇମାନର ଶରୀର ଭିତରେ ମାଇକ୍ରୋପେନିସ ବା ପୁରୁଷଙ୍କ ଭଳି ଯୌନାଙ୍ଗ ଥିବା ଜଣାପଡିଛି। 

Advertisment

ଇମାନଙ୍କ ଶରୀରରେ XY କ୍ରୋମୋଜୋମ୍ ଅଛି ବୋଲି ଅଲିମ୍ପିକ୍ସ ସମୟରେ ଇମାନ ଖଲିଫଙ୍କ ବିପକ୍ଷରେ ଖେଳିଥିବା ଅନେକ ମହିଳା ବକ୍ସର ପରୋକ୍ଷରେ ଇଙ୍ଗିତ କରିଥିଲେ। ତେବେ ସେହି ସମୟରେ ଅଲିମ୍ପିକ୍ସ କମିଟି ଖଲିଫଙ୍କ ଖେଳ ଉପରେ କୌଣସି ପ୍ରତିବନ୍ଧକ ଲଗାଇ ନଥିଲା।  

ବିଶ୍ୱ ଚାମ୍ପିଅନସିପ୍ ୨୦୨୩ ସମୟରେ ଖଲିଫଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଅନ୍ତର୍ଜାତୀୟ ବକ୍ସିଂ ଆସୋସିଏସନ୍‌ ତାଙ୍କୁ ବ୍ୟାନ୍‌ କରିଥିଲା। ଏଥିସହିତ ଅଲିମ୍ପିକ୍ସରେ ତାଙ୍କର ଅଂଶଗ୍ରହଣକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା।

Paris Olympic Boxer Imane Khelif Medical Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe