Advertisment

ବ୍ରାଜିଲକୁ ମିଳିଲା ଫିଫା ମହିଳା ବିଶ୍ୱକପ ଆୟୋଜନର ଅଧିକାର

ବେଲଜିୟମ, ନେଦରଲ୍ୟାଣ୍ଡ୍ସ ଓ ଜର୍ମାନୀକୁ ମାତ ଦେଇ ବ୍ରାଜିଲ ପ୍ରଥମ ଦକ୍ଷିଣ ଆମେରିକାନ ଦେଶ ଭାବେ ବ୍ରାଜିଲ ଫିଫା ମହିଳା ବିଶ୍ୱକପ ଆୟୋଜନ କରିବାକୁ ହକ ପାଇଛି।

Brazil

Brazil

Advertisment

‌ଆସନ୍ତା ୨୦୨୭ ଫିଫା ମହିଳା ବିଶ୍ୱକପର ଆୟୋଜନ ପାଇଁ ଅଧିକାର ପାଇଛି ବ୍ରାଜିଲ। ବେଲଜିୟମ, ନେଦରଲ୍ୟାଣ୍ଡ୍ସ ଓ ଜର୍ମାନୀକୁ ମାତ ଦେଇ ବ୍ରାଜିଲ ପ୍ରଥମ ଦକ୍ଷିଣ ଆମେରିକାନ ଦେଶ ଭାବେ ବ୍ରାଜିଲ ଫିଫା ମହିଳା ବିଶ୍ୱକପ ଆୟୋଜନ କରିବାକୁ ହକ ପାଇଛି।

Advertisment

ଫିଫା କଂଗ୍ରେସରେ ଥିବା ୧୧୯ ଦେଶ ବ୍ରାଜିଲ ସପକ୍ଷରେ ଭୋଟ ଦେଇଥିବା ବେଳେ ୭୮ଟି ଦେଶ ୟୁରୋପ ଦେଶ ସପକ୍ଷରେ ମତ ରଖିଥିଲେ। ଶେଷରେ ବ୍ରାଜିଲକୁ ମହିଳା ବିଶ୍ୱକପର ୧୦ମ ସଂସ୍କରଣ ଆୟୋଜନ କରିବାକୁ ଅନୁମତି ମିଳିଛି।

ବ୍ରାଜିଲ ଫୁଟବଲ ମହାସଂଘର ସଭାପତି ଇଡନାଲଡୋ ରୋଡ୍ରିଗସ କହିଛନ୍ତି, “ଆମେ ଜାଣିଛୁ ଯେ ଆମେ ଦକ୍ଷିଣ ଆମେରିକାରନ ମହିଳା ଫୁଟବଲର ଓ ମହିଳାଙ୍କ ପାଇଁ ଉତ୍ସବ ମନାଇବୁ। ମହିଳାମାନଙ୍କ ପାଇଁ ଶ୍ରେଷ୍ଠ ବିଶ୍ୱକପ ପରିବେଶ ଆମେ ଯୋଗାଇ ଦେବୁ ବୋଲି ନିଶ୍ଚିତ।”

Advertisment

ଫିଫାର ଟେକ୍ନିକାଲ ଟିମ ମଧ୍ୟ ୫ରୁ ବ୍ରାଜିଲକୁ ୪ ମାର୍କ ଓ ବେଲଜିୟମ-ନେଦରଲ୍ୟାଣ୍ଡସ-ଜର୍ମାନୀ ବିଡ୍‌କୁ ୩.୭ ମାର୍କ ଦେଇଥିଲା। ତେଣୁ ଚୂଡ଼ାନ୍ତ ରେଜଲ୍ଟ ବ୍ରାଜିଲ ସପକ୍ଷରେ ଯିବାର ଯଥେଷ୍ଟ ସମ୍ଭାବନା ରହିଥିଲା। ଆମେରିକା ଓ ମେକ୍ସିକୋ ୨୦୩୧ ଟୁର୍ଣ୍ଣାମେଣ୍ଟ ହୋଷ୍ଟ କରିବା ମୁଡରେ ଥିବାରୁ ୨ ମାସ ତଳୁ ରେସରୁ ଓହରି ଯାଇଥିଲେ।

ମହିଳା ବିଶ୍ୱକପ ପାଇଁ ବ୍ରାଜିଲରେ ୧୦ଟି ଚମତ୍କାର ଷ୍ଟାଡିୟମ ରହିଛି। ଏଥସସହ ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ସେହିପରି ଫ୍ୟାନ୍ସ ଭେନ୍ୟୁ ମଧ୍ୟ ରହିବ।

Fifa World Cup Brazil FIFA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe