'କ୍ୟାଚ୍‌ ଅଫ୍‌ ଦି ସେଞ୍ଚୁରୀ' ମିସ୍‌ କଲେ ମ୍ୟାକ୍‌କୁଲମ୍‌, ଭିଡିଓ ଭାଇରାଲ୍‌

ପର୍ଥ: ୩୭ ବର୍ଷ ବୟସରେ ବି ଫୁଟ୍‌ବଲ୍‌ ଗୋଲ୍‌ରକ୍ଷକ ଭଳି କ୍ରିକେଟ୍‌ ପଡ଼ିଆରେ ଡାଇଭ୍‌ ମାରି ଏୟାର୍‌ରେ ବଲ୍‌କୁ ଗୋଟେ ହାତରେ ଝାମ୍ପି ନେବାର ଉଦ୍ୟମ। ଅଷ୍ଟ୍ରେଲିଆରେ ଚାଲିଥିବା ବିଗ୍‌ ବାଶ୍‌ ଟି-ଟ୍ୱେଣ୍ଟି ଲିଗ୍‌ରେ ଏଭଳି ଅବିଶ୍ୱସନୀୟ ଫିଲ୍‌ଡିଂର ନମୂନା ଦେଖାଇଛନ୍ତି ପୂର୍ବତନ ନ୍ୟୁଜିଲ୍ୟାଣ୍ଡ୍‌ ଅଧିନାୟକ ବ୍ରେଣ୍ଡନ୍‌ ମ୍ୟାକ୍‌କୁଲମ୍‌। ବ୍ରିସ୍‌ବେନ୍‌ ହିଟ୍‌ ଓ ପର୍ଥ୍ ସ୍କର୍ଚର୍ସ ମଧ୍ୟରେ ଅନୁଷ୍ଠିତ ଏକ ଲିଗ୍‌ ମ୍ୟାଚ୍‌ରେ ଏହି ଭେଟେରାନ୍‌ କିୱି ତାରକା ଲଙ୍ଗ୍‌ ଅଫ୍‌ ବାଉଣ୍ଡାରୀ ନିକଟରେ ପ୍ରତିପକ୍ଷ ବ୍ୟାଟ୍‌ସମ୍ୟାନ୍‌ଙ୍କ କ୍ୟାଚ୍‌ ନେବା […]

fox-sports_maccul

fox-sports_maccul

Premananda Dash
  • Published: Sunday, 06 January 2019
  • Updated: 06 January 2019, 06:20 PM IST

Sports

Latest News

ପର୍ଥ: ୩୭ ବର୍ଷ ବୟସରେ ବି ଫୁଟ୍‌ବଲ୍‌ ଗୋଲ୍‌ରକ୍ଷକ ଭଳି କ୍ରିକେଟ୍‌ ପଡ଼ିଆରେ ଡାଇଭ୍‌ ମାରି ଏୟାର୍‌ରେ ବଲ୍‌କୁ ଗୋଟେ ହାତରେ ଝାମ୍ପି ନେବାର ଉଦ୍ୟମ। ଅଷ୍ଟ୍ରେଲିଆରେ ଚାଲିଥିବା ବିଗ୍‌ ବାଶ୍‌ ଟି-ଟ୍ୱେଣ୍ଟି ଲିଗ୍‌ରେ ଏଭଳି ଅବିଶ୍ୱସନୀୟ ଫିଲ୍‌ଡିଂର ନମୂନା ଦେଖାଇଛନ୍ତି ପୂର୍ବତନ ନ୍ୟୁଜିଲ୍ୟାଣ୍ଡ୍‌ ଅଧିନାୟକ ବ୍ରେଣ୍ଡନ୍‌ ମ୍ୟାକ୍‌କୁଲମ୍‌। ବ୍ରିସ୍‌ବେନ୍‌ ହିଟ୍‌ ଓ ପର୍ଥ୍ ସ୍କର୍ଚର୍ସ ମଧ୍ୟରେ ଅନୁଷ୍ଠିତ ଏକ ଲିଗ୍‌ ମ୍ୟାଚ୍‌ରେ ଏହି ଭେଟେରାନ୍‌ କିୱି ତାରକା ଲଙ୍ଗ୍‌ ଅଫ୍‌ ବାଉଣ୍ଡାରୀ ନିକଟରେ ପ୍ରତିପକ୍ଷ ବ୍ୟାଟ୍‌ସମ୍ୟାନ୍‌ଙ୍କ କ୍ୟାଚ୍‌ ନେବା ପାଇଁ ବାମ ପଟକୁ ଏୟାର୍‌ରେ ଏକ ଦର୍ଶନୀୟ ଡାଇଭ୍ ମାରିଥିଲେ। ବଲ୍‌ଟିକୁ ବାମ ହାତରେ ସେ ଧରି ନେଇଥିଲେ ହେଁ ତଳେ ପଡ଼ିଲା ବେଳକୁ ଏହାକୁ ଦୁର୍ଭାଗ୍ୟବଶତଃ ହାତଛଡ଼ା କରି ଦେଇଥିଲେ। ତେବେ ଏହି ଡାଇଭ୍‌ଟି ଏତେ ସୁନ୍ଦର ଓ ଚିତ୍ତାକର୍ଷକ ଥିଲା ଯେ, ଏହି କ୍ୟାଚ୍‌ ନେବାରେ ସଫଳ ହୋଇଥିଲେ, ମ୍ୟାକ୍‌କୁଲମ୍‌ 'ଶତାବ୍ଦୀର ଶ୍ରେଷ୍ଠ କ୍ୟାଚ୍‌' ବା 'କ୍ୟାଚ୍‌ ଅଫ୍‌ ଦି ସେଞ୍ଚୁରୀ' ନେଇଥା'ନ୍ତେ ବୋଲି ଷ୍ଟାଡିଅମ୍‌ରେ ଉପସ୍ଥିତ  କ୍ରିକେଟ୍ ଭାଷ୍ୟକାର ଟିପ୍ପଣୀ ଦେଇଥିଲେ।

କ୍ୟାଚ୍‌ ନେବାରେ ବିଫଳ ହୋଇଥିଲେ ହେଁ ମ୍ୟାକ୍‌କୁଲମ୍‌ଙ୍କ ଦର୍ଶନୀୟ ଏୟାର୍‌ ଡାଇଭ୍‌ ପାଇଁ ଏହି ଭିଡିଓଟି ଏବେ ସୋଶାଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍ ହେବାରେ ଲାଗିଛି। ତେବେ ମ୍ୟାକ୍‌କୁଲମ୍‌ ଏହି ଡାଇଭ୍ ଦ୍ୱାରା ଏକ ନିଶ୍ଚିତ ଛକାକୁ ରୋକିବା ସହ ନିଜ ଟିମ୍‌ ପାଇଁ ୫ ରନ୍‌ ଅଟକାଇ ପାରିଥିଲେ। ଦେଖନ୍ତୁ ଭିଡିଓ।

https://twitter.com/BBL/status/1081514043649581056

ଏହି ଭିଡିଓ ଭାଇରାଲ୍ ହେବା ପରେ ବିଶ୍ୱବ୍ୟାପୀ କ୍ରିକେଟ୍‌ ପ୍ରଶଂସକ ଏହାକୁ ଶେୟାର୍‌ କରିବା ସହ ମ୍ୟାକ୍‌କୁଲମ୍‌ଙ୍କ ଫିଲ୍ଡିଂ‌ ଦକ୍ଷତାକୁ ବେଶ୍‌ ତାରିଫ୍‌ କରିଛନ୍ତି। କେହି କେହି ଏହାକୁ 'କ୍ୟାଚ୍‌ ଅଫ୍ ଦି ସେଞ୍ଚୁରୀ ଡ୍ରପ୍‌ଡ' ବୋଲି ଟିପ୍ପଣୀ ଦେଇଛନ୍ତି। ସୂଚନାଯୋଗ୍ୟ, କ୍ରିକେଟ୍‌ ଜଗତର ଏହି ଅନ୍ୟତମ ବିଧ୍ୱିଂସୀ ବ୍ୟାଟ୍‌ସମ୍ୟାନ୍‌ ଚଳିତ ବିଗ୍ ବାଶ୍‌ ଲିଗ୍‌ରେ ଏଯାଏ ନିଜ ବ୍ୟାଟିଂ ଯାଦୁ ଦେଖାଇ ପାରିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story