Advertisment

ନିଲମ୍ବନ ପରେ ରାଗିଲେ ସଞ୍ଜୟ ସଂହ, କହିଲେ- କୋର୍ଟ ଯିବି

WFI ଉପରେ କ୍ରୀଡ଼ା ମନ୍ତ୍ରଣାଳୟର କାର୍ଯ୍ୟାନୁଷ୍ଠାନ ପରେ ସଞ୍ଚୟ ସିଂହଙ୍କର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି।

author-image
Madhupriya Mistry
Sanjay Singh

Sanjay Singh

ପଦ ରଦ୍ଦ ହେବା ପରେ ରାଗିଗଲେ କୁସ୍ତି ମହାସଂଘର ନବନିର୍ବାଚିତ ହୋଇଥିବା ଅଧ୍ୟକ୍ଷ ସଞ୍ଜୟ ସିଂହ। ସେ ରାଗିକି ନିଆଁ ବାଣ ହୋଇଯାଇଛନ୍ତି। ନିଲମ୍ବନକୁ ବିରୋଧ କରିବା ସହ ସେ ଏହା ବିରୋଧରେ କୋର୍ଟ ଯିବେ ବୋଲି କହିଛନ୍ତି।

Advertisment

ନବ ନିର୍ବାଚିତ ଭାରତୀୟ କୁସ୍ତି ମହାସଂଘ ଉପରେ କ୍ରୀଡା ମନ୍ତ୍ରଣାଳୟ ବଡ ଆକ୍ସନ ନେଇଛି। ଏହାକୁ ନିଲମ୍ବିତ କରିଦେଇଛନ୍ତି ସରକାର। ଏଥିସହ କୁସ୍ତି ମହାସଂଘର ନବନିର୍ବାଚିତ ହୋଇଥିବା ଅଧ୍ୟକ୍ଷ ସଞ୍ଜୟ ସିଂହଙ୍କ ପଦ ମଧ୍ୟ ରଦ୍ଦ ହୋଇଛି। ଏହାକୁ ନେଇ ଏବେ ସଞ୍ଚୟ ସିଂହ କୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।

WFI ଉପରେ କ୍ରୀଡ଼ା ମନ୍ତ୍ରଣାଳୟର କାର୍ଯ୍ୟାନୁଷ୍ଠାନ ପରେ ସଞ୍ଚୟ ସିଂହଙ୍କର ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, 'ମୁଁ ବିମାନରେ ଥିଲି। ମୁଁ ଏପର୍ଯ୍ୟନ୍ତ ନିଲମ୍ବନ ନେଇ କୌଣସି ଚିଠି ପାଇନାହିଁ। ପ୍ରଥମେ ମୋତେ ଚିଠି ଦେଖିବାକୁ ଦିଅ, ତା'ପରେ ମୁଁ ମନ୍ତବ୍ୟ ଦେବି। ମୁଁ ଶୁଣିଲି ଯେ କିଛି କାର୍ଯ୍ୟକଳାପକୁ ବନ୍ଦ କରିଦିଆଯାଇଛି। ଯଦି ଏପରି ହୋଇଥାଏ ତା' ହେଲେ ମୁଁ କୋର୍ଟକୁ ଯିବି।'

Advertisment

ସେପଟେ ଏହାରି ଭିତରେ ସୂଚନା ମିଳିଛି ଯେ, କୁସ୍ତି ମହାସଂଘକୁ ଚଳାଇବା ପାଇଁ ଯେଉଁ ଆଡହକ୍‌ କମିଟି ଗଠନ କରାଯାଇଥିଲା, ସେ ତା' କାମ ଜାରି ରଖିବ। ନିର୍ବାଚନରେ ​​ଜିତିବା ପରେ ସଞ୍ଜୟ ସିଂହ ତୁରନ୍ତ ଏହି କମିଟିକୁ ନିଲମ୍ବିତ କରିଥିଲେ, କିନ୍ତୁ ବର୍ତ୍ତମାନ କ୍ରୀଡ଼ା ମନ୍ତ୍ରଣାଳୟ ସୂତ୍ର ଅନୁସାରେ କୁସ୍ତି ସଂଘ ଏହି କମିଟିର ସୁରକ୍ଷା ଅଧୀନରେ କାମ କରିବ।

ନିକଟରେ ଅନୁଷ୍ଠିତ ଭାରତୀୟ ରେସଲିଂ ଆସୋସିଏସନ ନିର୍ବାଚନରେ ​​ବ୍ରିଜ ଭୂଷଣ ଶରଣ ସିଂହଙ୍କ ଘନିଷ୍ଟ କୁହାଯାଉଥିବା ସଞ୍ଜୟ ସିଂହ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନରେ ​​ଜିତିଥିଲେ। ଏହି ନିର୍ବାଚନରେ ​​ସେ ମହିଳା ରେସଲର ଅନୀତା ଶୋରାନଙ୍କୁ ପରାସ୍ତ କରିଥିଲେ। ତେବେ ନିର୍ବାଚନରେ ​​ବିଜୟୀ ହୋଇଥିବା ସଞ୍ଚୟ ସିଂହଙ୍କୁ କୁସ୍ତି ଯୋଦ୍ଧାମାନେ ଦୃଢ଼ ବିରୋଧ କରିଥିଲେ। ମହିଳା ରେସଲର୍‌ ସାକ୍ଷୀ ମଲ୍ଲିକ କୁସ୍ତିରୁ ଅବସର ଘୋଷଣା କରିଥିବାବେଳେ ବଜରଙ୍ଗ ପୁନିଆ ତାଙ୍କ ପଦ୍ମଶ୍ରୀ ଫେରାଇ ଦେଇଥିଲେ। ଏହି ଖବର ସାମ୍ନାକୁ ଆସିବା ପୂରା ଦେଶରେ ଏହାକୁ ନେଇ ଆଲୋଡନ ସୃଷ୍ଟି ହୋଇଥିଲା।

Sanjay Singh Wrestling Federation WFI